Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କ ଆକ୍ରମଣ ଅଭିଯୋଗ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ବିଶେଷ ଖବର

ବିଜେଡ଼ି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କ ଆକ୍ରମଣ ଅଭିଯୋଗ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

May 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଦିନ ବାକି ଥିବାବେଳେ ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇଉଠିଛି। କେତେବେଳେ ବିଜେପି ପ୍ରାର୍ଥୀ ରାତିଅଧରେ ପ୍ରଚାର ନାଁରେ ଗାଁ ଗାଁରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ତ ଆଉ କେତେବେଳେ ବିଜେଡି କର୍ମୀଙ୍କୁ ଧମକଚମକ ଦେଇ ଓ ଆକ୍ରମଣ କରି ଲହୁଲୁହାଣ କରି ଦେଉଛନ୍ତି। ନିକଟରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ବିଳମ୍ବିତ ରାତିରେ ଜଣେ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଆଜି ଏ ନେଇ ବିଜେଡିର ଏକ ପ୍ରତିନିଧିଦଳ ଭୁବନେଶ୍ୱର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଏହା ପୂର୍ବରୁ ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜେଡି କର୍ମୀ ଓ ସମର୍ଥକଙ୍କୁ ଟାର୍ଗେଟ କରି କିଭଳି ନିର୍ବାଚନୀ ହିଂସା କରିଥିଲା, ତାହା ଆମେ ଦେଖିଥିଲୁ। ଏବେ ଝାରସୁଗୁଡ଼ାରେ ମଧ୍ୟ ପରାଜୟ ଆଶଙ୍କାରେ ବିଜେପି ଠିକ୍ ସମାନ ଢଙ୍ଗରେ ହିଂସାକାଣ୍ଡ ଘଟାଉଛି। ଗତ ୫ ତାରିଖ ରାତି ପ୍ରାୟ ୨ଟାବେଳେ ବିଜେଡି କର୍ମୀ ଶୁଭମ୍ ସୋନକର ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବାବେଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ।

ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ କିପରି ରାତିଅଧରେ ନିର୍ବାଚନ ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ଗତକାଲି ତାହା ଆମେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏଭଳି ରାତିଅଧିଆ ନିର୍ବାଚନ ପ୍ରଚାର ସାରି ଫେରିଲା ବେଳେ ହିଁ ସେମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଶ୍ରୀ ସୋନକର ଏ ନେଇ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଛି। ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଥିବାବେଳେ ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କା କରି ସେ ଓ ତାଙ୍କ ସମର୍ଥକମାନେ ବାରମ୍ବାର ବିଜେଡି କର୍ମୀଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଜାରି ରଖିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ନିର୍ବାଚନ କମିସନଙ୍କ ପ୍ରତି ଶ୍ରୀ ତ୍ରିପାଠୀ ଏବଂ ତାଙ୍କ ଦଳର ସମର୍ଥକମାନଙ୍କ କୌଣସି ସମ୍ମାନ ନାହିଁ। ଏଭଳି ସ୍ଥିତିରେ ଝାରସୁଗୁଡ଼ାରେ କିଭଳି ଆଉ ଅଧିକ ନିର୍ବାଚନୀ ହିଂସା ନ ଘଟିବ, ସେଥିଲାଗି ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛୁ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ଇପସିତା ସାହୁ, ଲୋରା ମହାପାତ୍ର ଓ ମଧୁସ୍ମିତା ନାୟକ ପ୍ରମୁଖ ଏହି ପ୍ରତିନିଧିଦଳରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ।

ଝାରସୁଗୁଡା ଉପନିର୍ବାଚନ ଟଙ୍କଧର ତ୍ରିପାଠୀ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.