Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସର ସମସ୍ତ ବିଧାୟକ ବିଜେଡିରେ ମିଶିବେ ବୋଲି କହିଲେ ସୌମ୍ୟରଂଜନ ପଟ୍ଟନାୟକ
ବିଶେଷ ଖବର

କଂଗ୍ରେସର ସମସ୍ତ ବିଧାୟକ ବିଜେଡିରେ ମିଶିବେ ବୋଲି କହିଲେ ସୌମ୍ୟରଂଜନ ପଟ୍ଟନାୟକ

May 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
SoumyaranjanP
କଂଗ୍ରେସର ସମସ୍ତ ବିଧାୟକ ବିଜେଡିରେ ମିଶିବେ ବୋଲି କହିଲେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: କଂଗ୍ରେସରେ ବର୍ତ୍ତମାନ ଯେଉଁ ନଅ ଜଣ ବିଧାୟକ ଅଛନ୍ତି ସେମାନେ କୁଆଡେ ସମସ୍ତେ ବିଜେଡିରେ ମିଶିବେ। ଏପରି ଏକ ଥଟ୍ଟା ପରିହାସରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, କଂଗ୍ରେସର ବିଧାୟକ ଦଳର ନେତାଙ୍କଠାରୁ ଆରମ୍ଭ କରି ତଳ ନେତା ପର୍ଯ୍ୟନ୍ତ ସମସ୍ତେ ବିଜେଡିକୁ ଡେଇଁବେ ବୋଲି ଅନେଇ ବସିଛନ୍ତି।

ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଓଡିଶାରେ କୌଣସି ଦଳ ଜିତିପାରିବ ନାହିଁ। କାରଣ ଯେଉଁ ବିରୋଧୀ ଦଳ ଅଛନ୍ତି ସେମାନେ ଜିତିବା ପରି କାମ କଲେ ସିନା ଜିତିବେ। ସେମାନେ ହାରିବା ପରି କାମ କରି ହାରୁଛନ୍ତି। ନିର୍ବାଚନରେ ଜିତିବାକୁ ହେଲେ ଅନ୍ୟକୁ ହରାଇବାକୁ ପଡିବ। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆମ ଦଳକୁ ହରାଇବା ପରି କୌଣସି ଦଳ ନାହିଁ। ନିର୍ବାଚନ ଜିତିବାର ତରିକା ବିରୋଧୀ ଦଳ କେହି ବୁଝି ପାରୁ ନାହାଁନ୍ତି।

ଯେଉଁ ନେତାମାନେ ଜିତିବାର ଶକ୍ତି ରହିଛି ସେମାନଙ୍କୁ ଆମ ଦଳ କୋଳେଇ ନେଉଛି। ଫଳରେ ସେମାନେ ଆମ ପାଖରେ ଜିତୁଛନ୍ତି। ସେହିପରି ବିଜେପିକୁ କଟୁ ସମାଲୋଚନା କରି ସୌମ୍ୟରଂଜନ କହିଛନ୍ତି ଯେ, ବିଜେପି ଆଉ ଦଳ ହୋଇ ରହି ନାହିଁ। ସେମାନଙ୍କ ପାଖରେ କାହାକୁ ହରାଇବାର ଶକ୍ତି ନାହିଁ। ଆମ ନେତା ନବୀନ ପଟ୍ଟନାୟକଙ୍କୁ ସାରା ଓଡିଶାର ଲୋକେ ଭଲ ପାଉଛନ୍ତି। ସେଥିବା ପର୍ଯ୍ୟନ୍ତ ଆମ ଦେହରେ କେହି ଟିପ ଦେଇପାରିବ ନାହିଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସୌମ୍ୟରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.