Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ସାମିଲ ହେଲା ନୂଆପଡ଼ା, କେନ୍ଦ୍ରର ଅନୁମୋଦନ
ବିଶେଷ ଖବର

ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ସାମିଲ ହେଲା ନୂଆପଡ଼ା, କେନ୍ଦ୍ରର ଅନୁମୋଦନ

May 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ସାମିଲ ହେଲା ନୂଆପଡ଼ା, କେନ୍ଦ୍ର ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନ୍ୟାସନାଲ୍‌ ମିଶନ ଅଫ୍‌ ଏଡିବୁଲ୍‌ ଅଏଲ୍‌-ଅଏଲ୍‌ ପାମ୍‌ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଏହି ମର୍ମରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।

ଚଢ଼ା କମିଟି-୨୦୦୬ ଏବଂ ରେଥିୟମ୍‌ କମିଟି-୨୦୦୭ର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ ନିମନ୍ତେ ୨୩ ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍‌ ପାମ୍‌ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ କେନ୍ଦ୍ର ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା।

ମୃତ୍ତିକା ଓ ପରିବେଶ ଅନୁକୂଳକୁ ଦୃଷ୍ଟିରେ ରଖି ଏବଂ ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଯୋଗୁଁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି।

୨୦୨୩-୨୪ ବର୍ଷ ପାଇଁ ରାଜ୍ୟରେ ଅଏଲ୍‌ ପାମ୍‌ ଚାଷର ସଂପ୍ରସାରଣ କାର୍ଯ୍ୟକ୍ରମ ନିମନ୍ତେ ଆଗ୍ରହୀ ଅଏଲ୍‌ ପାମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ଜିଲ୍ଲା ଆବଣ୍ଟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯାଉଥିବା ପରିପ୍ରେକ୍ଷୀରେ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅଏଲ୍‌ ପାମ୍‌ ଉନ୍ନୟନ କାର୍ଯ୍ୟକ୍ରମରେ ଉକ୍ତ ୨୩ଟି ଜିଲ୍ଲାକୁ ଆବଣ୍ଟନ ନିମନ୍ତେ ଆଗ୍ରହୀ କମ୍ପାନୀଗୁଡ଼ିକ ତରଫରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ଏବଂ ରାଜ୍ୟରେ ଏହି କାର୍ଯ୍ୟକ୍ରମ ନିମନ୍ତେ ୧୦ଟି ଅଏଲ୍‌ ପାମ୍‌ କମ୍ପାନୀଙ୍କ ନାମ ତାଲିକା ଚୂଡ଼ାନ୍ତ କରାଯାଇଛି।

ନୂଆପଡା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.