Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ପାଠ୍ୟକ୍ରମ
ବିଶେଷ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ପାଠ୍ୟକ୍ରମ

May 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ପାଠ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ BSc ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ ଏମ୍ ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ।

ନିକଟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏକ ବୈଠକ କରି କେବଳ ଓଡ଼ିଶା ନୁହେଁ ବରଂ ଭାରତର ଯୁବପିଢ଼ିଙ୍କ ପାଇଁ ନୂତନ ଶିକ୍ଷା କାର‌୍ୟ୍ୟକ୍ରମ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ଶିକ୍ଷା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ସମେତ ଯୁବପିଢ଼ିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନୂତନ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି, ପୂର୍ବ ଘାଟରେ ଅବସ୍ଥିତ କୋରାପୁଟ ଅଞ୍ଚଳ ଏକ ଉଚ୍ଚସ୍ତରୀୟ ମାଳଭୂମି, ଯେଉଁଠାରେ ଅନେକ ପାହାଡ଼ ଓ ପର୍ବତ ମାନ ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସମଗ୍ର ଜିଲ୍ଲା ଘଞ୍ଚ ଜଙ୍ଗଲ ଓ ଅତ୍ୟଧିକ ଦୁର୍ଗମ ପର୍ବତରେ ଘେରି ରହିଛି।

କୃଷି, ପଶୁସମ୍ପଦ ଓ ଜଙ୍ଗଲ ଜାତ ଦ୍ରବ୍ୟ ଜିଲ୍ଲା ଅର୍ଥନୀତିର ମୁଖ୍ୟ ଆଧାର ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ୮୦% ରୁ ଅଧିକ ଲୋକ ସିଧାସଳଖ କୃଷି ଉପରେ ନିର୍ଭର କରନ୍ତି । ସାରା ଦେଶରେ କୃଷକମାନେ ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରିବାକୁ ସଂଘର୍ଷ କରୁଥିବେ ବେଳେ କୋରାପୁଟରେ ଅଧିକାଂଶ କୃଷକ ପାରମ୍ପରିକ ଚାଷ ପ୍ରଣାଳୀ ବ୍ୟବହାର କରୁଛନ୍ତି।

ଏହି ପାରମ୍ପରିକ ଜ୍ଞାନ କୃଷକ ମାନଙ୍କ ପରିବାର ଦ୍ୱାରା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପ୍ରସାରିତ ହେଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଖାଦ୍ୟ ନିରାପତ୍ତା ଓ ଜୈବ ବିବିଧତା ସଂରକ୍ଷଣ ପାଇଁ ୨୦୧୨ମସିହାରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ଓଡ଼ିଶାର କୋରାପୁଟ ଅଞ୍ଚଳରେ ପ୍ରଚଳିତ ପାରମ୍ପରିକ କୃଷି ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କୃଷି ଐତିହ୍ୟ ବ୍ୟବସ୍ଥା (ଜିଆଇଏଏଚ୍ଏସ୍)ର ମାନ୍ୟତା ପ୍ରଦାନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା କ୍ଷେତ୍ରରେ ୪ ବର୍ଷିଆ ଈ.ଝମ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।

ଏହାବ୍ୟତୀତ କୁଳପତି କହିଥିଲେ ଯେ କୋରାପୁଟ ଚାଉଳ, ବାଜରା, ଅଦା, କଫି, ଗୋଲମରିଚ, ପନିପରିବା ଓ କଦଳୀ ଉତ୍ପାଦନରେ ପ୍ରମୁଖ ଉତ୍ପାଦନକାରୀ। କୋରାପୁଟ ମାଟିରେ ଷ୍ଟ୍ରବେରୀ, ଡ୍ରାଗନ୍ ଫ୍ରୁଟ୍, ସେଓ, କଦଳୀ ଓ ଅନ୍ୟାନ୍ୟ ବିରଳ ଫଳ ମଧ୍ୟ ଉତ୍ପାଦନ ହୋଇଥାଏ। ଏତେ ବଡ଼ ଉତ୍ପାଦନ ସତ୍ତ୍ୱେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଉତ୍ପାଦଗୁଡ଼ିକର ମାର୍କେଟିଂ ପାଇଁ ପର‌୍ୟ୍ୟାପ୍ତ ପରିଚାଳନା ଓ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ନାହିଁ। ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ଏମ୍ବିଏ କାର‌୍ୟ୍ୟକ୍ରମ ଏହି ଆବଶ୍ୟକତାକୁ ପୂରଣ କରିବ।

ଉପରୋକ୍ତ ପାଠ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟ ଖୁବଶୀଘ୍ର ନାମଲେଖା ବିଜ୍ଞପ୍ତି ପ୍ରକାଶ କରିବ ଏବଂ ୨୦୨୩ ଜୁଲାଇ ୩୧ ପୂର୍ବରୁ ନାମଲେଖା ପ୍ରକ୍ରିୟା ଶେଷ ହେବ। ପ୍ରତ୍ୟେକ ବିଷୟରେ ପ୍ରବେଶ କ୍ଷମତା ୪୪ ରହିବ। ନିକଟ ଭବିଷ୍ୟତରେ ଉପରୋକ୍ତ କାର‌୍ୟ୍ୟକ୍ରମ ପାଇଁ ନୂତନ ଅଧ୍ୟାପକ ନିଯୁକ୍ତି ଦିଆଯିବ।

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026
Latest News

GST ଆଇନରେ ବଡ଼ ପରିବର୍ତ୍ତନ! ଅକ୍ଟୋବର ୭ରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

October 4, 2026

ମୋବାଇଲ୍ ରିଚାର୍ଜରେ ବଡ଼ ପରିବର୍ତ୍ତନ, ଡାଟା ନୁହେଁ କେବଳ କଲ୍-SMS ପାଇଁ ମିଳିବ ସ୍ୱତନ୍ତ୍ର ପ୍ୟାକ୍

October 4, 2026

ପାର୍ବଣ ପୂର୍ବରୁ ବ୍ରହ୍ମପୁରରେ ରକ୍ତରଞ୍ଜିତ ହତ୍ୟାକାଣ୍ଡ! ସାଙ୍ଗର ତଣ୍ଟି କାଟି ହତ୍ୟା କଲା ସାଙ୍ଗ

October 4, 2026

ମୁମ୍ବାଇରୁ ବିଦେଶ ଯାଉଛନ୍ତି କି? ଫ୍ଲାଇଟ୍ ବୁକିଂ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍

October 4, 2026

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.