Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ: ବିରୋଧୀଙ୍କ ବର୍ଜନ ପରେ କଣ କରିବ ବିଜେଡି?
ବିଶେଷ ଖବର

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ: ବିରୋଧୀଙ୍କ ବର୍ଜନ ପରେ କଣ କରିବ ବିଜେଡି?

May 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ: ବିରୋଧୀଙ୍କ ବର୍ଜନ ପରେ କଣ କରିବ ବିଜେଡି?

ଭୁବନେଶ୍ବର: ନୂଆ ସଂସଦ ଭବନ ଉଦଘାଟନ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହି ଭବନକୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯାଉ ବୋଲି ବିରୋଧୀ ଦାବୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ନିଷ୍ପତି କରିଛନ୍ତି। ଫଳରେ ୧୯ଟି ବିରୋଧୀ ଦଳ ଏହି ଉଦଘାଟନ ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ଏପରି କ୍ଷେତ୍ରରେ ବିଜେଡି କଣ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। କାରଣ ଓଡିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଅପମାନ ବୋଲି ବିରୋଧୀ କହିଆସୁଛନ୍ତି। ସେଥିପାଇଁ ଓଡିଶା ମାଟିର ଦଳ ବିଜେଡି ଓଡିଶା ମାଟିର ଝିଅ ପ୍ରତି ହେଉଥିବା ଅପମାନ ଉପରେ କଣ କରିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା।

ଧିରେ ଧିରେ ଏହି ଘଟଣାଟି ଏକ ଭିନ୍ନ ମୋଡ ନେବାରେ ଲାଗିଛି। ଗୋଟିଏ ପଟେ ମୋଦୀ ସରକାରଙ୍କ ନିଷ୍ପତି ଅନ୍ୟପଟେ ଓଡିଶା ମାଟିର ଝିଅକୁ ଅପମାନ। ଏହି ଦୋଛକିରେ ରହିଛି ବିଜୁ ଜନତା ଦଳ। ତେବେ ବିଭିନ୍ନ ଦଳର ନେତା ବିଜେଡି ଏହି ଉତ୍ସବରୁ ଦୂରେଇ ରହିବା ଉଚିତ ବୋଲି କହିଛନ୍ତି। ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି ଯେ, ବିଜେଡି ଏଥିରୁ ଦୂରେଇ ରହିବା ଉଚିତ ହେବ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ଏ ନେଇ କଣ କରିବ ସେ ସଂପର୍କରେ କୌଣସି ନିଷ୍ପତି ଗ୍ରହଣ କରିପାରି ନାହିଁ। ତେବେ ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ସେମାନେ ସେହି ଉତ୍ସବକୁ ଯିବେ କି ନାହିଁ ନବୀନ ନିବାସରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଉଦଘାଟନ ପୂର୍ବଦିନ କେତେକ ସାଂସଦ ନବୀନଙ୍କ ସହିତ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ନବୀନ ପଟ୍ଟନାୟକ ନୂଆ ସଂସଦ ଭବନ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.