Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ

May 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କ ସହ ୨୪ ମେ ୨୦୨୩ ଦିନ ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ଆଡମିରାଲ୍ଟି ହାଉସଠାରେ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇଥିଲେ। ଆଡମିରାଲ୍ଟି ହାଉସଠାରେ ପ୍ରଧାନମନ୍ତ୍ରୀଙ୍କୁ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଉଭୟ ନେତା ମାର୍ଚ୍ଚ ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ନେତୃସ୍ତରୀୟ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରିବା ସହିତ ବହୁମୁଖୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ବ୍ୟାପକ ଓ ମଜବୁତ କରିବା ଉପରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।

ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ନୂତନ ଏବଂ ନବୀକରଣୀୟ ଶକ୍ତି, ସ୍ୱଚ୍ଛ ହାଇଡ୍ରୋଜେନ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଶିକ୍ଷା, ପ୍ରବାସନ ଏବଂ ଗତିଶୀତଳା ତଥା ଉଭୟ ଦେଶର ଜନସାଧାରଣଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ସହଯୋଗ ବୃଦ୍ଧିକୁ ନେଇ ବୈଠକରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା।

ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ପ୍ରବାସନ ଏବଂ ଗତିଶୀତଳା ଭାଗିଦାରୀ ବ୍ୟବସ୍ଥା(ଏନଏମ୍ପିଏ)ରେ ସ୍ୱାକ୍ଷର କରିବା ବିଷୟକୁ ସ୍ୱାଗତ କରିଥିଲେ, ଯାହା ଛାତ୍ରଛାତ୍ରୀ, ପେଶାଦାର, ଗବେଷକ, ଶିକ୍ଷାବିତ୍ ତଥା ଅନ୍ୟମାନଙ୍କ ଗତିଶୀଳତାକୁ ଆହୁରି ଆଗକୁ ବଢାଇବାରେ ସହାୟକ ହେବ। ଭାରତ ପାଇଁ ବିଶେଷଭାବେ ପ୍ରସ୍ତୁତ ହୋଇଥିବା (ପ୍ରତିଭାଶାଳୀ ପ୍ରାରମ୍ଭିକ ପେଶାଦାରଙ୍କ ନିମନ୍ତେ ଗତିଶୀଳତା ବ୍ୟବସ୍ଥା) ନାମକ ଏହି ଯୋଜନାରେ ଏକ ନୂତନ କୁଶଳ ମାର୍ଗକୁ ସାମିଲ କରାଯାଇଛି।

ଭାରତ-ଅଷ୍ଟ୍ରେଲିଆ ହାଇଡ୍ରୋଜନ ଟ୍ରାକ୍ସଫୋର୍ସ ରୂପରେଖର ସର୍ତ୍ତଗୁଡିକୁ ଚୂଡାନ୍ତ ରୂପ ଦେବାକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ସ୍ୱଚ୍ଛ ହାଇଡ୍ରୋଜନର ପ୍ରସ୍ତୁତି ଏବଂ ଏହାର ଉପଯୋଗକୁ ଆହୁରି ତ୍ୱରାନ୍ୱିତ କରିବ, ହାଇଡ୍ରୋଜେନ ଇଲେକ୍ଟ୍ରଲାଇଜର ଉପରେ ଧ୍ୟାନ କେନ୍ଦ୍ରିତ କରିବା, ଇନ୍ଧନର ବିକ୍ରି, ନିୟମ, ମାନକ ଏବଂ ଭିତ୍ତିଭୂମିକୁ ସମର୍ଥନ ସୁଯୋଗ ଉପରେ ପରାମର୍ଶ ପ୍ରଦାନ କରିବ।

ବ୍ରିସବେନରେ ଭାରତର ଏକ କନସ୍ୟୁଲେଟ ଜେନେରାଲ ପ୍ରତିଷ୍ଠା ପାଇଁ ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆକୁ ଧନ୍ୟବାଦ ଜଣାଇଥିଲେ।

ଗୋଟିଏ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ଏକ ଶାନ୍ତ, ସମୃଦ୍ଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ କ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ଉଭୟ ନେତା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରକୁ ନେଇ ଉଭୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲାବାନିଜ ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ପଦକ୍ଷେପଗୁଡିକୁ ଦୃଢ ସମର୍ଥନ ଜଣାଇଥିଲେ।

ସେପ୍ଟେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆଲାବାନିଜଙ୍କୁ ସ୍ୱାଗତ କରିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜି-୨୦ ଶିଖର ସମ୍ମିଳନୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା: ଆଜିଠାରୁ ଶସ୍ତା ହେବ ଅନେକ ସାମଗ୍ରୀ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026

ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା: ଆଜିଠାରୁ ଶସ୍ତା ହେବ ଅନେକ ସାମଗ୍ରୀ

July 15, 2026

‘ଭୁଲ ସ୍ୱୀକାର କରିବା ଉଚିତ’: ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା କଂଗ୍ରେସ

July 15, 2026

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.