Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯକ୍ଷ୍ମା ରୋଗ ପାଇଁ ନିଜସ୍ୱ କୌଶଳ ବିକାଶ କରିଥିବା ଭାରତ ବିଶ୍ୱର ଏକମାତ୍ର ଦେଶ: କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ଯକ୍ଷ୍ମା ରୋଗ ପାଇଁ ନିଜସ୍ୱ କୌଶଳ ବିକାଶ କରିଥିବା ଭାରତ ବିଶ୍ୱର ଏକମାତ୍ର ଦେଶ: କେନ୍ଦ୍ରମନ୍ତ୍ରୀ

May 26, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ
ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜେନେଭା ଠାରେ ଅନୁଷ୍ଠିତ ୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭା ସମୟରେ ଯକ୍ଷ୍ମା (ଟିବି) ଉପରେ ଏକ କ୍ୱାଡ୍ ପ୍ଲସ୍ ସାଇଡ୍ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ୱାଡ୍ ପ୍ଲସ୍ ଦେଶ ଗୁଡିକରୁ ବିଶିଷ୍ଟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା, ଯାହା ଯକ୍ଷ୍ମା ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ପ୍ରତିବଦ୍ଧତାକୁ ମଜଭୁତ କରିଥଲା ।

 

ଯକ୍ଷ୍ମା ମହାମାରୀ ଉପରେ ଭାରତର ସକ୍ରିୟ ପ୍ରତିକ୍ରିୟା ଉପରେ ଆଲୋକପାତ କରି ଡଃ ମାଣ୍ଡଭିୟ କହିଛନ୍ତି, “ଚଳିତ ବର୍ଷ ଆମେ ଭାରତରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରିଥିଲୁ , ଯେଉଁଥିରେ ବାଧ୍ୟତାମୂଳକ ଭାବେ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟର ଲୋକାଚାର ଉପରେ ଆଲୋକପାତ କରା ଯାଇଥିଲା, ଯାହା ଉପରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ବିଶ୍ୱାସ କରନ୍ତି । ” ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯିଏକି ଏହାର ଯକ୍ଷ୍ମା ଭାରର ଆକଳନ ପାଇଁ ନିଜସ୍ୱ କୌଶଳ ବିକଶିତ କରିଛି । ସ୍ଥାନୀୟ ପ୍ରମାଣ ଉପରେ ଆଧାର କରି ଏକ ଗାଣିତିକ ମଡେଲ ବ୍ୟବହାର କରି ଭାରତ ବାର୍ଷିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପୂର୍ବରୁ ଏହି ରୋଗର ପ୍ରକୃତ ଭାରର ସଠିକ୍ ନିର୍ଣ୍ଣୟ କରି ପାରିବ ।

ଯକ୍ଷ୍ମା ସମାପ୍ତି ଦିଗରେ ସାମୂହିକ ଅଗ୍ରଗତିର ମୂଲ୍ୟାଙ୍କନ କରିବାର ସୁଯୋଗ ଭାବରେ ଡକ୍ଟର ମାଣ୍ଡଭିୟ ଯକ୍ଷ୍ମା ଉପରେ ଆଗାମୀ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌) ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବୈଶ୍ୱିକ ନିରନ୍ତର ବିକାଶ ଲକ୍ଷ୍ୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାକୁ ଭାରତ ଯେଉଁ ଚେଷ୍ଟା କରୁଛି ସେହି ଉତ୍ସର୍ଗକୁ ପ୍ରଶଂସା କରିଛନ୍ତି ।

ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଭାରତର ନିରନ୍ତର ଉଦ୍ୟମ ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିଛି । ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ଯକ୍ଷ୍ମା ଜନିତ ମାମଲା ଗୁଡିକରେ ୧୩% ହ୍ରାସ ଘଟିଛି, ଯାହା ୧୯ ପ୍ରତିଶତ ବିଶ୍ୱ ହାରକୁ ଅତିକ୍ରମ କରି ଯାଇଛି ବୋଲି ଡକ୍ଟର ମାଣ୍ଡବୀୟ ଘୋଷଣା କରିଛନ୍ତି । ଏଥିସହ, ବିଶ୍ୱର ହ୍ରାସ ହାର ୫.୯% ତୁଳନାରେ ସମାନ ଅବଧିରେ ଭାରତରେ ଯକ୍ଷ୍ମା ମୃତ୍ୟୁ ପରିମାଣ ୧୫% ହ୍ରାସ ପାଇଛି ।

ପ୍ରାଥମିକ ନିରାକରଣ, ଚିକିତ୍ସା ଏବଂ ପ୍ରତିଷେଧକ ପ୍ରଣାଳୀର ଗୁରୁତ୍ୱକୁ ସ୍ୱୀକାର କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ, “ସମସ୍ତ ଲୁଚି ରହିଥିବା ମାମଲା ଚିହ୍ନଟ କରିବା ଏବଂ ଯେଉଁ ମାନଙ୍କ ପର୍ଯ୍ୟନ୍ତ ପହଂଚି ହେବ ନାହିଁ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଶେଷ ମାଇଲରେ ରୋଗୀଙ୍କୁ ନିରାକରଣ ଏବଂ ଚିକିତ୍ସା କରିଛି । ପ୍ରତ୍ୟେକ ରୋଗୀଙ୍କୁ ସମାନ ସ୍ୱାସ୍ଥ୍ୟସେବା ପରିସରଭୁକ୍ତ ନିଶ୍ଚିତ କରିବାକୁ, ଆମେ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିଛୁ ଯାହାକି ଅନ୍ୟାନ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା ସହିତ ସମସ୍ତ ରୋଗୀଙ୍କୁ ଯକ୍ଷ୍ମା ନିରାକରଣ ଏବଂ ଯତ୍ନ ଯୋଗାଇଥାଏ । ଏହା ଆମ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ବିଶେଷ ରୂପରେ ଲାଭଦାୟକ ହୋଇଛି, ଯେଉଁଥିରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ ହେବାକୁ ସୁନିଶ୍ଚିତ କରିଛି । ”

ଘରୋଇ କ୍ଷେତ୍ର ସହିତ ଭାରତର ସଫଳ ସହଯୋଗକୁ ଡକ୍ଟର ମାଣ୍ଡଭିୟ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ଯକ୍ଷ୍ମା ରୋଗୀଙ୍କ ପାଇଁ ସେମାନଙ୍କର ପସନ୍ଦ କେନ୍ଦ୍ର, କ୍ଲିନିକ୍ ଏବଂ ଡାକ୍ତରଙ୍କ ମାଧ୍ୟମରେ ଗୁଣାତ୍ମକ ଚିକିତ୍ସା ସକ୍ଷମ ହୋଇ ପାରିଛି । ଫଳସ୍ୱରୂପ, ଗତ ନଅ ବର୍ଷ ମଧ୍ୟରେ ଘରୋଇ କ୍ଷେତ୍ରର ବିଜ୍ଞପ୍ତି ସାତଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଯକ୍ଷ୍ମା ସହିତ ଜଡିତ କୁପ୍ରଥା ପ୍ରସଙ୍ଗକୁ ସମ୍ବୋଧିତ କରି ଡକ୍ଟର ମାଣ୍ଡବୀୟ ଭାରତର ଅଗ୍ରଣୀ ସମ୍ପ୍ରଦାୟର ଯୋଗଦାନ ପ୍ରଣାଳୀ, ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ (ପିଏମ୍‌ଟିବିଏମ୍‌ବିଏ) ଉପରେ ଆଲୋକପାତ କରିଥିଲେ । ଏହି ଅଭିଯାନକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଆରମ୍ଭ କରିଥିଲେ । ଟିବି ରୋଗୀଙ୍କୁ ସେମାନଙ୍କର ଚିକିତ୍ସା ଯାତ୍ରା ସମୟରେ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି । ନି-କ୍ଷୟ ମିତ୍ର କିମ୍ବା ଦାତାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୮ ହଜାର ନି-କ୍ଷୟ ମିତ୍ର ପ୍ରାୟ ଏକ ଲକ୍ଷ ରୋଗୀଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତିବର୍ଷ ପ୍ରାୟ ୧୪୬ ନିୟୁତ ଡଲାର ସଂଗ୍ରହ କରୁଛନ୍ତି ।

ଅଧିକନ୍ତୁ, ନି-କ୍ଷୟ ପୋଷଣ ଯୋଜନା ପ୍ରତିଷ୍ଠା କରି ଯକ୍ଷ୍ମାର ସାମାଜିକ – ଅର୍ଥନୈତିକ ପରିଣାମକୁ ସମାଧାନ କରିବାକୁ ଭାରତର ପ୍ରତିବଦ୍ଧତା ଉପରେ ଡକ୍ଟର ମାଣ୍ଡଭିୟ ଗୁରୁତ୍ୱାରୋପ କରିଥିଲେ । ଏହି ଅନନ୍ୟ ପଦକ୍ଷେପ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୭୫ ଲକ୍ଷରୁ ଅଧିକ ଲୋକ ମାନଙ୍କୁ ଯକ୍ଷ୍ମା ଚିକିତ୍ସା କରୁଥିବା ମାସିକ ପୁଷ୍ଟିକର ସହାୟତା ପ୍ରଦାନ କରିଥାଏ, ଯାହାର ପରିମାଣ ୨୦୧୮ ରେ ଆରମ୍ଭ ହେବା ଦିନ ଠାରୁ ୨୪୪ ମିଲିୟନ ଡଲାରରୁ ଅଧିକ ଅଟେ ।

ଡକ୍ଟର ମାଣ୍ଡଭିୟ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯକ୍ଷ୍ମା ପାଇଁ ଭାରତର ପରିବାର – କେନ୍ଦ୍ରିକ ଚିକିତ୍ସା ମଡେଲ ବିଷୟରେ କହିଥିଲେ, ଯାହା ପରିବାରର ପୁନରୁଦ୍ଧାରରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେଇଥାଏ । ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀରେ ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ଏବଂ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ପଦକ୍ଷେପ ଆରମ୍ଭ କରା ଯାଇଥିଲା, ଯାହାକି ସ୍ଥାନୀୟ ସରକାରଙ୍କୁ ଯକ୍ଷ୍ମା ମୁକାବିଲା ପାଇଁ ଉତ୍ସାହିତ କରିଥାଏ ଏବଂ ଏହି ଅବସରରେ ସେମାନଙ୍କ ଉଦ୍ୟମ ପାଇଁ ପୁରସ୍କାର ପାଇବାକୁ ମଧ୍ୟ ଉତ୍ସାହିତ କରାଯାଇଥିଲା ।

ଯକ୍ଷ୍ମା ବିରୋଧରେ ଲଢ଼େ଼ଇରେ ଏକ ପ୍ରଭାବଶାଳୀ ଟିକା ବିକଶିତ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବିଷୟରେ ଡଃ. ମାଣ୍ଡଭିୟ ଏହି ପରିପ୍ରେକ୍ଷୀରେ କହିଛନ୍ତି, “ଯେହେତୁ ଆମେ କୋଭିଡ୍ -୧୯ ମହାମାରୀରୁ ଶିଖିଛୁ, ଏହି ରୋଗକୁ ଦୂର କରିବା ପାଇଁ ସର୍ବଶେଷ ନିଦାନ ଏବଂ ଚିକିତ୍ସା ବିକଳ୍ପ ଗୁଡ଼ିକର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱକୁ ଅଧିକ ସହଯୋଗ କରିବା ଆବଶ୍ୟକ ।

୨୦୩୦ ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବା ପାଇଁ ମିଳିତ ଜାତିସଂଘ ଉଚ୍ଚ ସ୍ତରୀୟ ବୈଠକ (ୟୁଏନ୍‌ଏଚ୍‌ଏଲ୍‌ଏଏମ୍‌)ର ଲକ୍ଷ୍ୟ ହାସଲ କରିବାକୁ, ଯକ୍ଷ୍ମା ରୋକିବା, ନିରାକରଣ ଏବଂ ଚିକିତ୍ସା ପାଇଁ ଆମକୁ ରୋଗୀ – କେନ୍ଦ୍ରିକ ଅଭିନବ ଉପାୟ ଖୋଜିବାକୁ ପଡିବ । ଭାରତ ଏହାର ଶିକ୍ଷାକୁ ବିଶ୍ୱ ସହିତ ବଂଟନ କରିବାକୁ ଏବଂ ଅନ୍ୟ ପ୍ରସଙ୍ଗରୁ ମଧ୍ୟ ଶିଖିବାକୁ ପ୍ରତିଶ୍ରୁତିବଦ୍ଧ । ”

ଡକ୍ଟର ମାଣ୍ଡଭିୟ ତାଙ୍କ ବକ୍ତବ୍ୟକୁ ସମାପ୍ତ କରି ନିଜର ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ , ନିରନ୍ତର ପ୍ରୟାସ ଏବଂ ନିଷ୍ଠା ଦ୍ୱାରା ୨୦୩୦ ପୂର୍ବରୁ ବିଶ୍ୱରୁ ଯକ୍ଷ୍ମା ଦୂର ହୋଇ ପାରିବ ।

ଜେନେଭା ଡଃ ମନସୁଖ ମାଣ୍ଡଭିୟ ଯକ୍ଷ୍ମା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.