Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଲେଶ୍ୱର ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ବାଲେଶ୍ୱର ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏକ ଭୟଙ୍କର ଦୁର୍ଘଟଣା ଘଟିଗଲା। ମୁଁ ଅସହନୀୟ ବେଦନା ଅନୁଭବ କରୁଛି ଏବଂ ଅନେକ ରାଜ୍ୟର ନାଗରିକ ଏହି ଯାତ୍ରାରେ କିଛି ନା କିଛି ହରାଇଛନ୍ତି। ଯେଉଁ ଲୋକମାନେ ନିଜର ଜୀବନ ହରାଇଛନ୍ତି, ତାହା ଅତି ଯନ୍ତ୍ରଣାଦାୟକ। ସମ୍ବେଦନହୀନ ମନକୁ ମଧ୍ୟ ଏହି ଘଟଣା ବିଚଳିତ କରିଦେବ।

ଯେଉଁ ପରିବାର ଲୋକ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସବୁମତେ ଉଦ୍ୟମ କରୁଛନ୍ତି। ଆମେ ଯେଉଁ ପରିଜନଙ୍କୁ ହରାଇଛୁ, ସେମାନଙ୍କୁ ତ’ ଆଉ ଫେରାଇ ଆଣିପାରିବୁ ନାହିଁ। କିନ୍ତୁ, ଏହି ଦୁଃଖଦ ମୁହୂର୍ତ୍ତରେ ସରକାର ସେହି ପରିଜନଙ୍କ ଦୁଃଖର ସହଭାଗୀ ହେବା ଲାଗି ସେମାନଙ୍କ ସହ ଛିଡ଼ା ହୋଇ ରହିଛି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି, ସବୁପ୍ରକାରର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ।

ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନର ସବୁ ଅଧିକାରୀମାନେ ଏଭଳି ଏକ ପରିସ୍ଥିତିରେ ନିଜ ପାଖରେ ଯେତିକି ସମ୍ବଳ ରହିଛି ସେଥିରେ ଲୋକମାନଙ୍କୁ ସହାୟତା କରିବା ଲାଗି ଯେପରି ଭାବେ ପ୍ରୟାସ କଲେ ସେଥିପାଇଁ ମୁଁ ପ୍ରଶଂସା କରୁଛି। ଏଠାକାର ନାଗରିକମାନଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି କାରଣ ସେମାନେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ରକ୍ତଦାନ କାର୍ଯ୍ୟ ହେଉ କିମ୍ବା ଉଦ୍ଧାର କାର୍ଯ୍ୟରେ ସହାୟତା, ସବୁଥିରେ ଯଥାସମ୍ଭବ ସହଯୋଗ ପାଇଁ ଚେଷ୍ଟା କରିଛନ୍ତି। ବିଶେଷ କରି ଏହି ଅଞ୍ଚଳର ଯୁବକମାନେ ରାତିସାରା କଠିନ ପରିଶ୍ରମ କରିଛନ୍ତି।

ମୁଁ ଏହି କ୍ଷେତ୍ରର ନାଗରିକମାନଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ ଜଣାଉଛି ଯେ, ସେମାନଙ୍କ ସହଯୋଗ କାରଣରୁ ଅପରେସନ ଦ୍ରୁତ ଗତିରେ ଆଗକୁ ବଢ଼ିପାରିଛି। ରେଳବାଇ ନିଜର ସମ୍ପୂର୍ଣ୍ଣ ଶକ୍ତି, ସବୁ ବ୍ୟବସ୍ଥା ଉଦ୍ଧାର କାର୍ଯ୍ୟରେ ଲଗାଇବା ଏବଂ ଯଥାଶୀଘ୍ର ରେଳଧାରଣା ମରାମତି କରିବା, ଯାତାୟାତ କାମକୁ ଦ୍ରୁତଗତିରେ ପୁଣିଥରେ ସ୍ୱାଭାବିକ କରିବା, ଏହି ତିନୋଟି ଦିଗରୁ ସୁବିଚାରିତ ରୂପରେ ପ୍ରୟାସ ଆଗକୁ ବଢ଼ାଉଛି।

କିନ୍ତୁ ଏହି ଦୁଃଖଦ ମୁହୂର୍ତ୍ତରେ, ମୁଁ ଘଟଣାସ୍ଥଳକୁ ଯାଇ ସବୁକିଛି ଦେଖି ଆସିଛି। ଡାକ୍ତରଖାନାରେ ମଧ୍ୟ ଯେଉଁ ଆହତ ନାଗରିକମାନେ ଥିଲେ, ସେମାନଙ୍କ ସହିତ ମୁଁ କଥା ହୋଇଛି। ସେମାନଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରିବା ଲାଗି ମୋ ପାଖରେ ଶବ୍ଦ ନାହିଁ। କିନ୍ତୁ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ, ଆମକୁ ଯଥାଶୀଘ୍ର ଏହି ଦୁଃଖଦ ମୁହୂର୍ତ୍ତରୁ ମୁକ୍ତି ମିଳୁ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଏହି ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିବ। ଆମେ ନିଜ ବ୍ୟବସ୍ଥାରେ ନାଗରିକମାନଙ୍କ ସୁରକ୍ଷାକୁ ଆହୁରି ଅଧିକ ପ୍ରାଥମିକତା ଦେଇ ଆଗକୁ ବଢ଼ିପାରିବୁ। ଦୁଃଖର ଏହି ମୁହୂର୍ତ୍ତରେ, ଆମେ ସମସ୍ତେ ଏହି ପରିଜନମାନଙ୍କ ପାଇଁ ପ୍ରାର୍ଥନା କରିବା।

ଓଡିଶା ପ୍ରଧାନମନ୍ତ୍ରୀ ମୋଦୀ ଭୟଙ୍କର ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ଜାଣନ୍ତୁ ସୋନମ ୱାଙ୍ଗଚୁକଙ୍କ ଦାବି କ’ଣ?

July 17, 2026

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଶନିବାର ଦିନି ତିନିଠାକୁରଙ୍କ ଆଡପ ମଣ୍ଡପ ବିଜେ

July 17, 2026
Latest News

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.