Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାହାନଗା ଟ୍ରେନ ଦୁର୍ଘଟଣା ଥିଲା ୧୯୯୯ ମହାବାତ୍ୟା ପରି ଆଉ ଏକ ବଡ ବିପର୍ଯ୍ୟୟ
ବିଶେଷ ଖବର

ବାହାନଗା ଟ୍ରେନ ଦୁର୍ଘଟଣା ଥିଲା ୧୯୯୯ ମହାବାତ୍ୟା ପରି ଆଉ ଏକ ବଡ ବିପର୍ଯ୍ୟୟ

June 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
HemantShrama
ବାହାନଗା ଟ୍ରେନ ଦୁର୍ଘଟଣା ଥିଲା ୧୯୯୯ ମହାବାତ୍ୟା ପରି ଆଉ ଏକ ବଡ ବିପର୍ଯ୍ୟୟ

ଭୁବନେଶ୍ବର: ବାଲେଶ୍ବରରେ ବାହାନଗାଠାରେ ଯେପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟ ଥିଲା ସବୁଠାରୁ ଚ୍ୟାଲେଞ୍ଜିଂ କାମ। ଯାହାକୁ ଓଡିଶା ସରକାର ବରିଷ୍ଠ ଅଧିକାରୀମାନେ ରାତିଦିନ ପରିଶ୍ରମ କରି ମୁକାବିଲା କରିବାରେ ସକ୍ଷମ ହୋଇପାରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କରିବା ଦକ୍ଷତା ଏହି କ୍ଷେତ୍ରରେ ବେଶ ସାହାର୍ଯ୍ୟ କରିପାରିଥିଲା। ଫଳରେ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ଏହି ଦୁର୍ଘଟଣା ୧୯୯୯ ମସିହାର ମହାବାତ୍ୟା ପରେ ଆଉ ଏକ ବଡ ବିପର୍ଯ୍ୟୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାତିର ଅନ୍ଧକାର ଭିତରେ ଲୁହା ଯନ୍ତ୍ରାଂଶ କାଟି ଯାତ୍ରୀଙ୍କୁ ବାହାର କରିବା କିଛି ଛୋଟ କଥା ନୁହେଁ। ହେଲେ ରାଜ୍ୟ ସରକାରଙ୍କ ଦକ୍ଷ ଅଫିସରଙ୍କ ଦକ୍ଷତା ବଳରେ ପ୍ରାୟ ୧୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି।

ଏହି ଦୁର୍ଘଟଣାରେ ନିୟୋଜିତ ଥିବା ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ପରେ ବାହାନଗା ଠାରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକୁ ତଦାରଖ ଓ ତ୍ୱରାନ୍ୱତି କରାଯାଇଥିଲା। ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଆମପାଇଁ ସବୁଠାରୁ ଦୁଃଖଦ ବିଷୟ।

କିନ୍ତୁ ଏଥି ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ, ଅଗ୍ମିଶମ ବାହିନୀ, ଓଡ୍ରାଫ୍ ଟିମ୍, ଆରପିଏଫ୍ ଏବଂ ଏନଡିଆରଏଫର ତ୍ୱରିତ ଓ ସମ୍ମିଳିତ ଉଦ୍ୟମରେ ଯେପରି ଭାବେ ପାଖାପାଖି ୧୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ଶ୍ରୀ ସାହୁ କହିଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ପ୍ରଥମେ ଅନ୍ଧାର ରହିଥିବା ସତ୍ୱେ ସ୍ଥାନୀୟ ଜନସାଧାରଣ ଯେପରି ସ୍ୱତଃସ୍ଫୂର୍ତ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ,ଏଥିପାଇଁ ସେମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ।

ସେହିପରି ଦୁର୍ଘଟଣା ସ୍ଥଳରେ ପହଁଚି  ଉଦ୍ଧାର କାର୍ଯ୍ୟରେ ବିଭିନ୍ନ  କାର୍ଯ୍ୟକୁ  ତ୍ୱରାନ୍ୱିତ କରିଥିବା ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ଯୋଗୁଁ ବହୁ ମୁଲ୍ୟବାନ ଜୀବନ ରକ୍ଷା ଯାଇପାରିଥିଲା।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାର ଦୀର୍ଘ ୨୦ବର୍ଷର ଅଭିଜ୍ଞତା, ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ପୂର୍ବରୁ ରହିଥିବା ପ୍ରସ୍ତୁତି ଓ ସରଞ୍ଜାମର ବ୍ୟବହାର ଦ୍ୱାରା ଆମେ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବା ପାଇଁ ସକ୍ଷମ ହୋଇପାରିଲୁ। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ସୋର, ଭଦ୍ରକ ଓ ବାଲେଶ୍ୱର ଆଦି ଡାକ୍ତର ଖାନା ଗୁଡିକରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଧିକ ମେଡିସିନ୍ଆଗୁଆ ପ୍ରସ୍ତୁତି ରଖିବା ଦ୍ୱାରା ଆହତମାନେ ଡାକ୍ତରଖାନରେ ପହଁଚିବା କ୍ଷଣି ଆମେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଆରମ୍ଭ କରିପାରିଲୁ।

ଆଗାମୀ ଦିନରେ ଆମେ ଆମର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରିବୁ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ। ପ୍ରକାଶ ଥାଉକି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ ମୃତହେହ ଚିହ୍ନଟକରଣ ଆଦି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ସହିତ ଆବଶ୍ୟକ ସ୍ଥଳେ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

ଟ୍ରେନ ଦୁର୍ଘଟଣା ପ୍ରଦୀପ ଜେନା ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.