Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଶିକ୍ଷାର ବିକାଶ ଆଣିବା ପାଇଁ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ
ବିଶେଷ ଖବର

ରାଜ୍ୟରେ ଶିକ୍ଷାର ବିକାଶ ଆଣିବା ପାଇଁ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ

June 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Education
ରାଜ୍ୟରେ ଶିକ୍ଷାର ବିକାଶ ଆଣିବା ପାଇଁ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି।

ଏହାକୁ ଆଉ ପାଦେ ଆଗକୁ ନେଇ ଆଜି ଦୁଇଟି ଜାତୀୟ ସ୍ତରୀୟ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ଆଜି ‘ମୋ ସ୍କୁଲ ଅଭିଯାନ’ ଏବଂ ଶିକ୍ଷାକ୍ଷେତ୍ରରେ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ଯେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ତାହା ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପାଠପଢ଼ା ସହ ସେମାନେ ଖେଳକୁଦରେ ନିଜକୁ ଦକ୍ଷ ଭାବରେ ଗଢ଼ିତୋଳି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି।

‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ ଶିକ୍ଷାକୁ ଅଧିକ ସହଜ କରିବାକୁ ଆଜି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଏବଂ ଜାତୀୟ ସ୍ତରୀୟ ଖ୍ୟାତନାମା ସଂସ୍ଥା ‘ଖାନ୍‌ ଏକାଡେମୀ’ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାର ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଖାନ୍‌ ଏକାଡେମୀ’ ଉପାଦେୟ ଶିକ୍ଷଣ ଉପକରଣ ଯୋଗାଇଦେବ। ଏହା ସହ ଗଣିତ ଶିକ୍ଷକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଗ୍ରହଣ କରିଥିବା ଏକାଧିକ ବିକାଶମୂଳକ ପଦକ୍ଷେପକୁ ସଫଳ କରିବାରେ ଏହି ଦୁଇ ଚୁକ୍ତିନାମା ବିଶେଷ ଭାବରେ ସହାୟକ ହେବ।

ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ତଥା ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ମ୍ୟାଜିକ୍‌ବସ୍‌ ଫାଉଣ୍ଡେସନ୍‌ର ଶ୍ରୀ ଅଜୟ ରାସ୍ତୋଗୀ, ‘ଖାନ୍‌ ଏକାଡେମୀ’ର ପ୍ରତିନିଧି ଶୁଭ୍ରା ମିତଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର
ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା

ଗତ ଜୁନ୍‌ ୫ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗିତା ନିମନ୍ତେ ସିଙ୍ଗାପୁରଠାରେ ପ୍ରବାସୀ ଓଡ଼ିଶା ଦିବସ ପାଳନ ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କ ମଧ୍ୟରେ ଭାବବିନିମୟ ହୋଇପାରିବ। ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାରିବ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ଶାହା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରୁସ୍‌ ପୋ ଜିଓକ୍‌ ହୁଆଟ୍‌ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲିମ୍‌ ବୁନ୍‌ ତିଓଙ୍ଗ୍‌ ଉପସ୍ଥିତ ଥିଲେ ଏବଂ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

ଗଣଶିକ୍ଷା ଶିକ୍ଷା ସୁଦାମ ମାର୍ଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026
Latest News

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.