Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର
ବିଶେଷ ଖବର

ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର

June 10, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି।

ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ ତିନୋଟି ଶ୍ରେଣୀ ଅଧୀନରେ ଅର୍ଥାତ୍ ପ୍ରିଣ୍ଟ୍‌, ଟେଲିଭିଜନ୍ ଏବଂ ରେଡିଓ କ୍ଷେତ୍ରରେ ବାଇଶିଟି ଭାରତୀୟ ଭାଷା ତଥା ଇଂରାଜୀ ଭାଷାରେ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ସମ୍ମାନ ପ୍ରଦାନ କରାଯିବ।

୧. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ଖବରକାଗଜରେ ଯୋଗର ଶ୍ରେଷ୍ଠ ଖବର ପ୍ରକାଶନ” ଶ୍ରେଣୀ ଅଧୀନରେ ପ୍ରଦାନ କରାଯିବ।

୨. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୩. ୨୨ ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ ଜଣଙ୍କୁ ସମ୍ମାନ – “ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ) ରେ ଯୋଗର ଶ୍ରେଷ୍ଠ ଖବର ପ୍ରସାରଣ” ଶ୍ରେଣୀରେ ପ୍ରଦାନ କରାଯିବ।

୨୦୨୩ ବର୍ଷ ପାଇଁ ପୁରସ୍କାର ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତି ବର୍ଷ ଜୁନ୍ ୨୧ ରେ ପାଳନ କରାଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଏକ ଜନ ଆନ୍ଦୋଳନ ସୃଷ୍ଟି କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ସୀମା ଏବଂ ସଂସ୍କୃତି ଅତିକ୍ରମ କରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଏହାର ସାମଗ୍ରିକ ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରି ଏହାକୁ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିଛି। ସଚେତନତାର ପ୍ରସାର ତଥା ଯୋଗର ପରିବର୍ତ୍ତନଶୀଳ ସାମର୍ଥ୍ୟ ପ୍ରଦର୍ଶନ କରିବାରେ ଗଣମାଧ୍ୟମର ନିରନ୍ତର ଉଦ୍ୟମ ବିନା ଏହି ସଫଳତା ସମ୍ଭବ ନୁହେଁ। ଏହାକୁ ସ୍ୱୀକୃତି ଦେଇ, ମୁଁ ଏହା ଖୁସିର ସହିତ ଘୋଷଣା କରୁଛି ଯେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳିତ ବର୍ଷ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରୀ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ ଭାରତ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମ ନିର୍ବାହ କରୁଥିବା ପ୍ରମୁଖ ଭୂମିକାକୁ ପ୍ରଶଂସା କରିଥାଏ। ଯେହେତୁ ଆମେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁ, ଏହି ପ୍ରାଚୀନ ଅଭ୍ୟାସ ତଥା ଏହାର ବହୁ ଉପକାରିତାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମ ଯେଉଁ ଅପାର ଶକ୍ତି ଏବଂ ଦାୟିତ୍ୱ ନିର୍ବାହ କରିଛି, ତାହାକୁ ମାନ୍ୟତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗଭୀର ଅଭ୍ୟାସକୁ ବୁଝିବା, ପ୍ରଶଂସା କରିବା ଏବଂ ଗ୍ରହଣ କରିବାରେ ଗଣମାଧ୍ୟମ ଏକ ଅନୁକ୍ରମଣିକା ଅଟେ। ସବୁ ବୟସର, ପୃଷ୍ଠଭୂମିର ଏବଂ ସାମର୍ଥ୍ୟର ଲୋକ ମାନଙ୍କ ପାଇଁ ଏହାକୁ ଏକ ସାର୍ବଜନୀନ ଅଭ୍ୟାସ ଭାବରେ ଉପସ୍ଥାପନ କରିବାରେ ଏହା ସଫଳ ହୋଇଛି।

ଜଣେ ସକ୍ଷମକାରୀ ଭାବରେ ଏହି ଭୂମିକା ଗ୍ରହଣ କରିଥିବାରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ତଥା ସମଗ୍ର ବିଶ୍ୱରେ ଯୋଗର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମୁଁ ଗଣମାଧ୍ୟମକୁ ଅଶେଷ କୃତଜ୍ଞତା ଜଣାଉଛି। ଏହି ଅଭ୍ୟାସର ପରିବର୍ତ୍ତନଶୀଳ ଶକ୍ତି ବଂଟନ କରିବା ପାଇଁ ଆପଣ ମାନଙ୍କର ଅଦମ୍ୟ ନିଷ୍ଠା ଯୋଗକୁ କଲ୍ୟାଣର ଏକ ସାର୍ବଜନୀନ ଭାଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।”

ଏକ ସ୍ୱାଧୀନ ଖଣ୍ଡପୀଠ ଦ୍ୱାରା ସମ୍ମାନ ସୁପାରିଶ କରାଯିବ। ସମ୍ମାନରେ ଏକ ସ୍ୱତନ୍ତ୍ର ମିଡିଆ / ପ୍ଲାକ୍ / ଟ୍ରଫି ଏବଂ ଏକ ପ୍ରଶସ୍ତି ପତ୍ର ସାମିଲ୍ ହେବ।

ନିର୍ଦ୍ଦେଶନାମା ଅନୁଯାୟୀ ମିଡିଆ ହାଉସ୍ ଗୁଡିକ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସବିଶେଷ ତଥ୍ୟ ଦାଖଲ କରିବା ସହିତ ସେମାନେ ପ୍ରସ୍ତୁତ କରିଥିବା ଏବଂ ପ୍ରକାଶିତ କରିଥିବା କିମ୍ବା ଅଡିଓ/ ଭିଜୁଆଲ୍ ବିଷୟବସ୍ତୁ ଟେଲିକାଷ୍ଟ/ ପ୍ରସାରଣର ଆବଶ୍ୟକୀୟ ତଥ୍ୟ ୧୦ ଜୁନ୍ ୨୦୨୩ ରୁ ୨୫ ଜୁନ୍ ୨୦୨୩ ମଧ୍ୟରେ ପ୍ରସ୍ତୁତ କରିବେ। ପ୍ରବେଶ ନିମନ୍ତେ ଅନ୍ତିମ ଦିବସ ହେଉଛି ୧ ଜୁଲାଇ ୨୦୨୩ । ପ୍ରେସ ସୂଚନା ବ୍ୟୁରୋର ୱେବ୍‌ସାଇଟ୍ (https://pib.gov.in/indexd.aspx ) ଏବଂ ଆଇ ଆଣ୍ଡ ବି ମନ୍ତ୍ରଣାଳୟ ୱେବ୍‌ସାଇଟ୍ (https://mib.gov.in/) ରେ ସବିଶେଷ ନିର୍ଦ୍ଦେଶାବଳୀ ମିଳି ପାରିବ।

ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ବିଷୟରେ

ଭାରତରେ ତଥା ବିଦେଶରେ ଯୋଗର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଏବଂ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଜୁନ୍‌, ୨୦୧୯ ରେ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମ୍‌ଏସ୍‌) ପ୍ରତିଷ୍ଠା କରିଥିଲା। ପୁରସ୍କାରର ପ୍ରଥମ ସଂସ୍କରଣ ୭ ଜାନୁଆରୀ ୨୦୨୦ରେ ପ୍ରଦାନ କରା ଯାଇଥିଲା ଏବଂ ତା’ପରେ କୋଭିଡ୍ ୧୯ ମହାମାରୀ ହେତୁ ଏଥିରେ ବାଧା ସୃଷ୍ଟି ହେଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମ୍ମାନକୁ ପୁନର୍ଜୀବିତ କରିବା ପାଇଁ ୨୦୨୩ ରେ ଦ୍ୱିତୀୟ ସଂସ୍କରଣର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

୨୦୧୫ ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସକୁ ପ୍ରତି ବର୍ଷ ଜୁନ୍ ୨୧ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତୀୟ ଯୋଗ ଦିବସର ବିଚାର ପ୍ରଥମେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ରେ ୨୭ ସେପ୍େଟମ୍ବର ୨୦୧୪ ତାରିଖରେ ସମ୍ବୋଧିତ କରିବା ସମୟରେ ପ୍ରସ୍ତାବ ଦେଇଥିଲେ।

ଏହି ବିଚାର ସମ୍ପର୍କରେ ପ୍ରସ୍ତାବ ଦେବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ :

ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରର ଏକତା ; ଚିନ୍ତା ଏବଂ କାର୍ଯ୍ୟ ; ସଂଯମତା ଏବଂ ପୂର୍ଣ୍ଣତା ; ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟ; ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ସାମଗ୍ରିକ ଉପାୟକୁ ଧାରଣ କରେ। ଏହା କେବଳ ବ୍ୟାୟାମର ବିଷୟ ନୁହେଁ ବରଂ ନିଜ ସହିତ, ଜଗତ ଏବଂ ପ୍ରକୃତି ସହିତ ଏକତାର ଭାବନା ଆବିଷ୍କାର କରିବା। ଆମର ଜୀବନଶୈଳୀକୁ ପରିବର୍ତ୍ତନ କରି ଚେତନା ସୃଷ୍ଟି କରି ଏହା କଲ୍ୟାଣରେ ସାହାଯ୍ୟ କରିଥାଏ। ଆସନ୍ତୁ ଏକ ଅନ୍ତର୍ଜାତୀୟ ଯୋଗ ଦିବସ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବା। ”

ଏହି ପ୍ରାରମ୍ଭିକ ପ୍ରସ୍ତାବ ପରେ, ୟୁଏନ୍‌ଜିଏ ୧୪ ଅକ୍ଟୋବର ୨୦୧୪ ରେ “ଅନ୍ତର୍ଜାତୀୟ ଯୋଗ ଦିବସ” ଶୀର୍ଷକ ସଂକଳ୍ପ ଡ୍ରାଫ୍ଟ ଉପରେ ଅନୌପଚାରିକ ପରାମର୍ଶ ଆୟୋଜିତ କରିଥିଲା। ଏହି ପରାମର୍ଶ ଭାରତର ପ୍ରତିନିଧି ମଣ୍ଡଳ ଦ୍ୱାରା ଡକା ଯାଇଥିଲା। ୧୧ ଡିସେମ୍ବର ୨୦୧୪ ରେ, ଭାରତର ସ୍ଥାୟୀ ପ୍ରତିନିଧି ମିଳିତ ଜାତିସଂଘ ସାଧାରଣ ସଭାରେ ରିଜୋଲ୍ୟୁସନ୍ ଡ୍ରାଫ୍ଟ ଉପସ୍ଥାପନ କରିଥିଲେ। ଡ୍ରାଫ୍ଟ ପାଠ୍ୟ ୧୭୭ ସଦସ୍ୟ ରାଷ୍ଟ୍ରଙ୍କ ଠାରୁ ବ୍ୟାପକ ସମର୍ଥନ ଗ୍ରହଣ କରିଥିଲା ଯେଉଁମାନେ ଏହି ପାଠ୍ୟକୁ ପ୍ରାୟୋଜିତ କରିଥିଲେ, ଯାହା ବିନା ଭୋଟ୍‌ରେ ଗ୍ରହଣ କରା ଯାଇଥିଲା। ଏହି ପଦକ୍ଷେପ ଅଧିକାଂଶ ବିଶ୍ୱସ୍ତରୀୟ ନେତାଙ୍କ ସମର୍ଥନ ପାଇଲା। ସମୁଦାୟ ୧୭୭ ଦେଶ ଏହି ସଂକଳ୍ପକୁ ସହ- ପ୍ରାୟୋଜିତ କରିଥିଲେ, ଯାହାକି ସମାନ ଧରଣର ୟୁଏନ୍‌ଜିଏ ରେଜୋଲୁସନ ପାଇଁ ସର୍ବାଧିକ ସହ-ପ୍ରାୟୋଜକ ଅଟେ।

ଅନ୍ତର୍ଜାତୀୟ ଯୋଗ ଦିବସ ଦ୍ୱିତୀୟ ସଂସ୍କରଣ ମିଡିଆ ସମ୍ମାନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.