Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମାର୍ଗଦର୍ଶିକା ଜାରି
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ” ସଂକ୍ରାନ୍ତ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମାର୍ଗଦର୍ଶିକା ଜାରି

June 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କି କ୍ଷେତ୍ର ସ୍ତରରେ ବାତ୍ୟା “ବିପର୍ଯ୍ୟୟ” ସଂକାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ସମସ୍ତ ଚ୍ୟାନେଲ ଦ୍ୱାରା ନିୟୋଜନ ବ୍ୟକ୍ତିମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି।

ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ କ୍ଷେତ୍ର ସ୍ତରରୁ ରିପୋର୍ଟିଂ କରିବା ଏହି ଘଟଣାର ଖବର ପାଇଁ ବେସରକାରୀ ଟିଭି ଚ୍ୟାନେଲ ଦ୍ୱାରା ନିୟୋଜିତ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ତଥା ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗୁରୁତର ବିପଦ ଆଣିପାରେ। ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିଛି ଯେ ଏହିପରି କ୍ଷେତ୍ରସ୍ତରୀୟ ରିପୋର୍ଟିଂ ପାଇଁ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆସିପାରେ।

ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ନିୟୋଜିତ ସେମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଏହା ମଧ୍ୟ ଦୃଢ ଭାବରେ ପରାମର୍ଶ ଦେଇଛି ଯେ କୌଣସି ପରିସ୍ଥିତିରେ ସଂଗଠନ ଏପରି କର୍ମଚାରୀଙ୍କ ନିୟୋଜନ ପାଇଁ ନିଷ୍ପତ୍ତି ନେବା ଉଚିତ ଯାହା ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ବିପନ୍ନ ନକରିବ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ପାଳନ କରାଯାଇପାରିବ।

ବାତ୍ୟା “ବିପର୍ଯ୍ୟୟ” ଦେଶର ପଶ୍ଚିମ ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି ଯାହା ବିଭିନ୍ନ ଆକାରରେ କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି। ମନ୍ତ୍ରଣାଳୟ ଲୋକମାନଙ୍କୁ ଆଶ୍ୱାସନା ଦେଇଛି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ବାତ୍ୟା ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି।

ଗଣମାଧ୍ୟମ ପ୍ରତିନିଧି ବାତ୍ୟା ବିପର୍ଯ୍ୟୟ ମାର୍ଗଦର୍ଶିକା ଜାରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.