Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଦିଲ୍ଲୀ ଫେରିଲେ, କଣ ମିଳିଲା ?
ବିଶେଷ ଖବର

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଦିଲ୍ଲୀ ଫେରିଲେ, କଣ ମିଳିଲା ?

June 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
TrainAccident

ଭୁବନେଶ୍ବର: ଗତ 2 ତାରିଖରେ ବାଲେଶ୍ବର ବାହାନଗାରେ ଯେପରି ଟ୍ରେନ ଦୁର୍ଘଟଣା ଘଟିଲା ତାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ 290 ଜଣ ଯାତ୍ରଙ୍କପ ମୃତ୍ୟୁ ହୋଇଛି। ତେବେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରୁଛି ସିବିଆଇ। ଏହି ତଦନ୍ତ ସଂସ୍ଥାର ଏକ ଟିମ ଆସି ତଦନ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି।

ତେବେ ଏହି ତଦନ୍ତ ଶେଷ ହୋଇଛି କି ନାହିଁ ସେ ନେଇ କେହି କିଛି ସୂଚନା ଦେଇ ନାହାଁନ୍ତି। ସିବିଆଇ ତଦନ୍ତ କରିବ ବୋଲି ଘୋଷଣା ପରେ ଏକ ଦଳ ବାହାନଗା ଆସି ତଦନ୍ତ କରିଥିଲେ। ସେମାନେ ସିଗନାଲ ରୁମ, ରିଲେ ରୁମ, ଅଟୋମେଟିକ ସୁଇଚ ବୋର୍ଡ ପରୀକ୍ଷା ନିରୀକ୍ଷା କରିଥିଲେ। ଏ ନେଇ ସେ ବିଭିନ୍ନ ରେଳ ଅଧିକାରୀଙ୍କୁ ପଚରା ଉଚୁରା କରିଥିଲେ। ହେଲେ ତାହାର ଫଳାଫଳ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଏକ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ସିବିଆଇ ତଦନ୍ତ କରି କୌଣସି କାରଣ ଖୋଜି ପାଇପାରି ନାହଁ ବୋଲି କୁହାଯାଉଛି। କାରଣ ଏପରି ବୈଷୟିକ ତଦନ୍ତ ସିବିଆଇ ପକ୍ଷରେ କୁଆଡେ କଷ୍ଟକର ବ୍ୟାପାର ହୋଇଛି ବୋଲି କୁହାଯାଉଛି। ସେପଟେ ସିବିଆଇ ତଦନ୍ତରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ହେଲେ କଣ ନିର୍ଯ୍ୟାସ ବାହାରିଲା ସେ ନେଇ କେହି କିଛି କହିବାକୁ ନାରାଜ।

ତେବେ ଆଉ ଏକ ସୁତ୍ର ଅନୁସାରେ ସିବିଆଇ ଟିମ ପୁଣି ଥରେ ଏହାର ତଦନ୍ତ କରିବା ପାଇଁ ବାଲେଶ୍ବର ଆସିବେ। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଶେଷ ହୋଇଛି। ସିବିଆଇ ଆଉ କେତେକ ବୈଷୟିକ ଅଧିକାରୀଙ୍କୁ ନେଇ ଆସିବେ ବୋଲି ଜଣାପଡିଛି। ତେବେ ଏତେବଡ ଗୁରୁତର ଘଟଣାକୁ ନେଇ ତଦନ୍ତର ଦିଗ ଯେପରି ଦ୍ରୁତ ହେବା କଥା ତାହା ହେଉ ନାହିଁ ବୋଲି ଅନୁମାନ କରାଯାଉଛି।

ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଆସି ତଦାରଖ କରିଥିଲେ। ସେଠାରେ ସେ ଘୋଷଣା କରିଥିଲେ ଯେ, ଯେ ଦୋଷୀ ତାକୁ କେବେ ଛଡାଯିବ ନାହିଁ ବୋଲି କହିଥିଲେ। ଏଥିରୁ ଅନୁମାନ କରାଗଲା ଯେ, ଖୁବ ଶିଘ୍ର ଏହି ଦୁର୍ଘଟଣାର କାରଣ ଜଣାପଡିଯିବ। ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଦୋଷ କରିଛି ତାହାକୁ ଚିହ୍ନଟ ସରିଲାଣି। ଏତେ ସବୁ ଭିତରେ ପୁଣି ତଦନ୍ତରେ ଏପରି ଶିଥିଳତାକୁ ନେଇ ଚାରିଆଡେ ସନ୍ଦେହ ପ୍ରକାଶ ପାଇଛି।

trainaccident ଟ୍ରେନ ଦୁର୍ଘଟଣା ବାହାନଗା ଟ୍ରେନ ଦୁର୍ଘଟଣା ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.