Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକା ଆସୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ, ହୋଇଛି ବଡ ଆୟୋଜନ, ୟୁଟର୍ଣ୍ଣ କରିବ ରାଜନୀତି
ବିଶେଷ ଖବର

ଚିଲିକା ଆସୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ, ହୋଇଛି ବଡ ଆୟୋଜନ, ୟୁଟର୍ଣ୍ଣ କରିବ ରାଜନୀତି

July 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PrasantJagdev
ଚିଲିକା ଯିବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ହୋଇଛି ବଡ ଆୟୋଜନ, ୟୁଟର୍ଣ୍ଣ କରିବ ରାଜନୀତି

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ତାଙ୍କ ଚିଲିକା ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରିବେ। ସେଥିପାଇଁ ଆୟୋଜନ ହୋଇଛି ଏକ ବିରାଟ କାର୍ଯ୍ୟକ୍ରମ। କୋର୍ଟ କଟକଣା କରିଥିବାରୁ ସେ ଦୀର୍ଘ ମାସ ଧରି ଚିଲିକା ଯାଇପାରି ନାହାଁନ୍ତି। ଏବେ ଏହି କଟକଣା ଚଳିତ ଜୁଲାଇ ୨୪ ତାରିଖର ଶେଷ ହେଉଛି।

ସେଥିପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୁଲାଇ ୨୮ ତାରିଖରେ ଚିଲିକା ନିର୍ବାଚନ ମଣ୍ଡଳିରେ ପ୍ରବେଶ କରିବେ। ସେଦିନ ବିଧାୟକଙ୍କୁ ପ୍ରାୟ ୫ ହଜାର ମୋଟରସାଇକଲେ ଶୋଭାଯାତ୍ରାରେ ନିଆଯିବ। ଏଥିସହିତ ପାଇକମାନଙ୍କ ଦ୍ବାରା ଏକ ବଡ ପାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି।

ଏହି ଶୋଭାଯାତ୍ରା ୨୮ ତାରିଖ ଶୁକ୍ରବାର ଦିନ ହେବ। ସେଦିନ ଏହି ଶୋଭାଯାତ୍ରା ବାଲୁଗାଁର ଐତିହାସିକ ମାମୁଁଭଣଜା ପାହାଡରୁ ଆରମ୍ଭ ହୋଇ ବାଣପୁରର ଐତିହାସିକ ପଲଟନ ପଡିଆରେ ଶେଷ ହେବ।

ତେବେ ଏହି ବିରାଟ ପଟୁଆରର ଆୟୋଜନ କରିଛି ଏକ ପାଇକ ମହାସଂଘ। ସେଦିନ ସଂଘର କର୍ମକର୍ତ୍ତାମାନେ ପାଇକ ବେଶରେ ପାଇକ ଆଖଡା କରି ପ୍ରଶାନ୍ତଙ୍କୁ ଶୋଭାଯାତ୍ରାରେ ନେବେ।

ବାଣପୁର ପଲଟନ ପଡିଆରେ ଶୋଭାଯାତ୍ରା ଶେଷ ହେବା ପରେ ସେଠାରେ ଏକ ପାଇକ ଆଖଡାର ଆୟୋଜନ ମଧ୍ୟ ହେବ। ଏଥିସହିତ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସଭାରେ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ମଧ୍ୟ ସାମିଲ ହେବେ।

ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତଙ୍କ ଦୀର୍ଘ ଦିନର ଅନୁପସ୍ଥିତ ଯୋଗୁଁ ସେଠାକାର ରାଜନୀତି ମଧ୍ୟ ଗୋଳିଆ ହୋଇ ଯାଇଛି। ନାଉରୀ ନ ଥାଇ ଚିଲିକାରେ ଡଙ୍ଗା ଚଳାଇବା ପରି ଅବସ୍ଥା ହୋଇପଡିଛି। କର୍ମିମାନେ କଣ କରିବେ, କାହାକୁ ଗୁହାରୀ କରିବେ ସେ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଦୀର୍ଘ ଅନୁପସ୍ଥିତକୁ ଦେଖି କେତେକ ନେତା ମନେ ମନେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ଜଗଦ୍ଦେବ ପ୍ରବେଶ ପରେ ସେଥିରେ ଭଟ୍ଟା ପଡିବା ସହିତ ଚିଲିକା ରାଜନୀତିର ମୋଡ ବଦଳିଯିବ ବୋଲି ଆଶା କରାଯାଉଛି।

ଚିଲିକା ଚିଲିକା ନିର୍ବାଚନ ମଣ୍ଡଳି ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.