Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଗରୁ ଯାଉଥିଲେ, ଏବେ ଦୌଡିଲେ ଭି କେ ପାଣ୍ଡିଆନ, ବିରୋଧୀଙ୍କ ମୁଣ୍ଡ ଖରାପ, ଦିଶୁନି ବୁଦ୍ଧି
ବିଶେଷ ଖବର

ଆଗରୁ ଯାଉଥିଲେ, ଏବେ ଦୌଡିଲେ ଭି କେ ପାଣ୍ଡିଆନ, ବିରୋଧୀଙ୍କ ମୁଣ୍ଡ ଖରାପ, ଦିଶୁନି ବୁଦ୍ଧି

July 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
pandian
ଆଗରୁ ଯାଉଥିଲେ, ଏବେ ଦୌଡିଲେ ଭି କେ ପାଣ୍ଡିଆନ, ବିରୋଧୀଙ୍କ ମୁଣ୍ଡ ଖରାପ, ଦିଶୁନି ବୁଦ୍ଧି

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ 5ଟି ସଚିବଙ୍କୁ ଟାର୍ଗେଟ କଲେ। ଏହାପରଠାରୁ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବଢିବାରେ ଲାଗିଛି। କହିବାକୁ ଗଲେ ସେ ଆଗରୁ ଯାଉଥିଲେ ଏବେ ପୁରା ଦୌଡୁଛନ୍ତି। ତାଙ୍କର ଗସ୍ତରେ କୌଣସି ବିରାମ କେହି ଲଗାଇପାରୁ ନାହିଁ। ଲାଗୁଛି  କୌଣସି ତାକତ୍ ତାଙ୍କ ଗସ୍ତକୁ ରୋକିପାରିବ ନାହିଁ।

ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର କିଛିଦିନ ପରେ ପାଣ୍ଡିଆନ ଗଲେ ବରଗଡ। ସେହି ଜିଲ୍ଲାର ସେ ଲଗାତର ତିନିଦିନ ଧରି ଗସ୍ତ କରିଥିଲେ। କରାଯାଇଥିଲା ବିପୁଳ ସ୍ବାଗତ। ସେହିପରି ଏବେ ସେ ଅନୁଗୁଳ ଜିଲ୍ଲା ଗସ୍ତରେ ବାହାରିଛନ୍ତି। ସେଠାରେ ମଧ୍ୟ ତାଙ୍କୁ ସ୍ବାଗତ କରାଯିବ। ଫୁଲ ଫିଙ୍ଗାଯିବ। ସେଠାରେ ମଧ୍ୟ ସେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ, ଘୋଷଣା କରିବେ। ଲୋକଙ୍କୁ ସମ୍ବୋଧନ ମଧ୍ୟ କରିବେ।

କେବଳ ଏହି ଦୁଇ ଦିନ ନୁହେଁ, ଆଗାମୀ ଦିନରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ପୁରା ପ୍ରସ୍ତୁତ ହୋଇ ରହିଛି। ସେ ଆହୁରି କେତେକ ଜିଲ୍ଲା ଗସ୍ତ କରିବେ। ଯାହା ଯାଇ ଥାଆନ୍ତେ କି ନାହିଁ, ଅପରାଜିତା ଏବଂ ବିଜୟଙ୍କ ଟାର୍ଗେଟ ପରେ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆହୁରି ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ସେମାନଙ୍କୁ ପାନେ ଦେବା ପାଇଁ ପାଣ୍ଡିଆନଙ୍କ ଗସ୍ତକୁ ଜାଣିଶୁଣି ତୀବ୍ର କରାଯାଇଛି।

ଏହାପରେ ଏବେ କଣ କରିବେ ଅପରାଜିତା ଷଡଙ୍ଗୀ ଏବଂ ବିଜୟ ପଟ୍ଟନାୟକ। କାରଣ ସେମାନେ ଯାହା କରିବାର କଥା ତାହା କରିସାରିଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିବା କଥା, ତାହା କରିସାରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏମାନଙ୍କ ଅଭିଯୋଗକୁ ଗ୍ରହଣ କରି ଚିଠି ମଧ୍ୟ କରିସାରିଛନ୍ତି। ହେଲେ ଫଳାଫଳ ଶୂନ। ବଂର ପାଣ୍ଡିଆନଙ୍କ ଗସ୍ତ ଧୂମଧାମରେ ହେବାରେ ଲାଗିଛି।

ସେଥିପାଇଁ ବିଜେପି ନେତା ତଥା ଖୋଦ ଅପରାଜିତା ଷଡଙ୍ଗୀ ମଧ୍ୟ ଜାଣିଦେବା ଉଚିତ ଯେ, କେନ୍ଦ୍ର କୌଣସି ପ୍ରକାରରେ ନବୀନ ପଟ୍ଟନାୟକଙ୍କୁ ଅସନ୍ତୁଷ୍ଠ କରିବାକୁ ଚାହୁଁ ନାହିଁ। ତାଙ୍କର ପତିୟାରାରେ କେନ୍ଦ୍ର ହାତ ମାରିବାକୁ ଚାହୁଁ ନାହିଁ। ଯଦି କେନ୍ଦ୍ରର ଚିଠି ପାଣ୍ଡିଆନଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ସମ୍ଭାବନା ଥାଆନ୍ତା ତେବେ ସେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଦେଇଥାଆନ୍ତେ। ହେଲେ ସେଥିରେ ବିରାମ ଲାଗୁ ନାହିଁ।

ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ସେହି ଚିଠିରୁ ସ୍ପଷ୍ଟ ଯେ, ତାହା କେବଳ ଥିଲା ମନବୁଝା ନକଲ। ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ।

ନବୀନ ପଟ୍ଟନାୟକ ପାଣ୍ଡିଆନ ଭିକେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.