Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୁଲାଇ ୨୩ ରେ ଦ୍ୱିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଭାଙ୍ଗିବେ କି ନବୀନ ପଟ୍ଟନାୟକ?
ବିଶେଷ ଖବର

ଜୁଲାଇ ୨୩ ରେ ଦ୍ୱିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଭାଙ୍ଗିବେ କି ନବୀନ ପଟ୍ଟନାୟକ?

July 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଏବଂ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି। ଜୁଲାଇ ୨୨ ତାରିଖ ଅର୍ଥାତ୍ ଠିକ୍ ଦଶ ଦିନ ପରେ, ସେ ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀର ରେକର୍ଡ କରିବେ।

୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୯୯୮ ମସିହାରେ, ସେ ତାଙ୍କ ପିତାଙ୍କ ନାମରେ ଏକ ଦଳ ଗଠନ କରି ଏହାର ନାମ ବିଜୁ ଜନତା ଦଳ ରଖିଥିଲେ। ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

କୋଡିଏ ବର୍ଷ ପୂର୍ବେ ଓଡିଶା ରାଜ୍ୟ ଦେଶର ସବୁଠାରୁ ଗରିବ ତଥା ଅସୁସ୍ଥ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା।

୧୯୯୯ ମସିହାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପୂର୍ବରୁ ଓଡିଶାକୁ ମହାବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ସରକାରୀ ଆକଳନ ଅନୁଯାୟୀ ଏହି ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଏହି ସବୁ ପରିସ୍ଥିତି ମଧ୍ୟରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଜେପି ସହିତ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟର କାୟାକଳ୍ପକୁ ପରିବର୍ତ୍ତନ କରିଥିଲେ। ସେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ।

ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା ଏବଂ ଖାଦ୍ୟ ନିରାପତ୍ତା ସମ୍ବନ୍ଧୀୟ ପ୍ରତ୍ୟେକ ନୀତି କାର୍ଯ୍ୟକାରୀ କରିଥିଲେ, ଯେଉଁଥିପାଇଁ ଆଜି ଓଡିଶା ଦେଶର ଦ୍ରୁତ ବିକାଶଶୀଳ ରାଜ୍ୟମାନଙ୍କ ମଧ୍ୟରେ ଗଣାଯାଉଛି।

ଓଡିଶାର ଅଭିବୃଦ୍ଧି ହାର ବିଷୟରେ କହିବାକୁ ଗଲେ ଏହା ୨୦୨୧-୨୨ ବର୍ଷରେ ୧୧.୫ ପ୍ରତିଶତ ଏବଂ ୨୦୨୨-୨୩ ବର୍ଷରେ ୭.୮ ପ୍ରତିଶତ ଥିଲା। ଏହା ବ୍ୟତୀତ ଭାରତରେ ଇସ୍ପାତ ଉତ୍ପାଦନ କ୍ଷମତାର ୨୦ ପ୍ରତିଶତ ଓଡିଶାରେ ଅଛି। ଏହି ରାଜ୍ୟ ବର୍ତ୍ତମାନ ବିଦ୍ୟୁତ୍ ସରପ୍ଲସ୍ ରାଜ୍ୟ ମଧ୍ୟରୁ ଗୋଟିଏ।

ବିରୋଧୀ କିପରି କଲେକ୍ଳିନ ବୋଲ୍ଡ, ଜାଣନ୍ତୁ ତିନୋଟି କାରଣ:

୧. ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପରି ଜଣେ ନେତା ଯିଏ ଗଣମାଧ୍ୟମ ସାମ୍ନାରେ କ୍ୱଚିତ୍ କଥା ହୁଅନ୍ତି, କିନ୍ତୁ ଗତ ୨୩ ବର୍ଷ ମଧ୍ୟରେ ସେ ଓଡିଶାର ବିକାଶ ପାଇଁ ପଛଘୁଞ୍ଚା ଦେଇ ନାହାଁନ୍ତି। ନବୀନ ପଟ୍ଟନାୟକ ଏକ ପ୍ରକାର ଭାବରେ ଭାରତୀୟ ରାଜନୀତିର ନିରବ ସାଧକ, ଯାହାଙ୍କର ରାଜନୈତିକ ବାକ୍ୟ ସହିତ କୌଣସି ସମ୍ପର୍କ ନାହିଁ।

୨. କେନ୍ଦ୍ରରେ ଥିବା ସରକାରଙ୍କୁ ନବୀନ ପଟ୍ଟନାୟକ ସମର୍ଥନ କରନ୍ତି।

୩. ନବୀନ ପଟ୍ଟନାୟକ ସରକାରୀ ଯୋଜନା ଏବଂ କାର୍ଯ୍ୟ ସାଧାରଣ ଜନତାଙ୍କ ପାଖରେ ଦୃଶ୍ୟମାନ ହୋଇଥାଏ। କାର୍ଯ୍ୟ ଆଧାରରେ ସେ ରାଜ୍ୟବାସୀଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ।

ଦୀର୍ଘ ଦିନ ଧରି ପ୍ରଥମ ମୁଖ୍ୟମନ୍ତ୍ରୀ ଥିବା ନେତା କିଏ?:

ପୱନ କୁମାର ଚାମଲିଙ୍ଗ- ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ୩୨ ବର୍ଷ ବୟସରେ ନିଜର ରାଜନୈତିକ ଡେବ୍ୟୁ କରି ଭାରତୀୟ ରାଜନୀତି ଇତିହାସରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବା ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଏହି ତାଲିକାରେ ଜ୍ୟୋତି ବସୁଙ୍କ ନାମ ଥିଲା, ଯିଏ ପୱନ କୁମାରଙ୍କ ପରେ ଦୁଇ ନମ୍ବରରେ ଥିଲେ ଏବଂ ୧୦ ଦିନ ପରେ ଶ୍ରୀ ପଟ୍ଟନାୟକ ଏହି ରେକର୍ଡକୁ ଭାଙ୍ଗିବା ପରେ ସେ ତିନି ନମ୍ବରରେ ପହଞ୍ଚିବେ।

ଡିସେମ୍ବର ୧୨, ୧୯୯୪ ରେ ପୱନ କୁମାର ଚାମଲିଙ୍ଗ ପ୍ରଥମ ଥର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପରେ, ମଇ ୨୧ ତାରିଖ ୨୦୧୪ ରେ ସେ ସିକ୍କିମର କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏପ୍ରିଲ ୨୯ ତାରିଖ ୨୦୧୮ରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲେ। ସେ ସମୁଦାୟ ୨୪ ବର୍ଷ ୧୬୬ ଦିନ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଲେ।

ଜ୍ୟୋତି ବସୁ: ପୱନ କୁମାରଙ୍କ ପରେ ଜ୍ୟୋତି ବସୁଙ୍କ ନାମ ଦ୍ୱିତୀୟ ସ୍ଥାନରେ ଆସୁଛି। ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମ୍ ର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ବର୍ତ୍ତମାନ ୧୦ ଦିନ ପରେ ଏହି ରେକର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଙ୍ଗିବେ। ଜ୍ୟୋତି ବସୁ ୨୧ ଜୁନ୍ ୧୯୭୭ ରୁ ୫ ନଭେମ୍ବର ୨୦୦୦ ପର୍ଯ୍ୟନ୍ତ ବଙ୍ଗଳାର ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ।

ବର୍ତ୍ତମାନ ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କୁ ଜାଣନ୍ତୁ, ଯେଉଁମାନେ ପରାଧୀନ ଭାରତରେ ଜନ୍ମ ହୋଇଥିଲେ:

୧. ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗାଙ୍କୁ ୭୮ ବର୍ଷ ବୟସ। ସେ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ମିଜୋ ନ୍ୟାସନାଲ ଫ୍ରଣ୍ଟର ମୁଖ୍ୟ ଏବଂ ରାଜ୍ୟରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୨- କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କୁ ମଧ୍ୟ ୭୮ ବର୍ଷ ବୟସ ହୋଇଛି। ସ୍ୱାଧୀନତା ପାଇବା ପୂର୍ବରୁ ଦୁଇ ବର୍ଷ ପୂର୍ବରୁ ସେ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ଲଗାତାର ଦ୍ୱିତୀୟ ଥର ପାଇଁ ପି ବିଜୟନ କେରଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୩. ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୭ ବର୍ଷ ବୟସ ହୋଇଛି। ସେ ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି, ଆସନ୍ତା ୧୦ ଦିନ ମଧ୍ୟରେ ସେ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଭାରତର ଦ୍ୱିତୀୟ ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀ ହେବେ।

୪. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ୭୫ ବର୍ଷ ବୟସ। ସେ ୩ ଅଗଷ୍ଟ ୧୯୪୭ ରେ ଜନ୍ମଗ୍ରହଣ କରିଥିଲେ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.