Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଶ୍ୱଭୂଷଣ ହରିଚନ୍ଦନ
ବିଶେଷ ଖବର

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଶ୍ୱଭୂଷଣ ହରିଚନ୍ଦନ

July 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟପୁର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଓଡ଼ିଆ ଆତ୍ମଜୀବନୀ ପୁସ୍ତକର ‘ସଂଗ୍ରାମ ସରିନାହିଁ’ର ଇଂରାଜି ଅନୁବାଦ ପୁସ୍ତକ ‘ବ୍ୟାଟେଲ୍ ନଟ୍ ୟେଟ୍ ଓଭର’ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଂଟରନ୍ୟାସ୍‌ନାଲ ସେଂଟରର, ସି.ଡି. ଦେଶମୁଖ ଅଡ଼ିଟୋରିୟମ ଠାରେ ମହାସମାରୋହରେ ଉନ୍ମୋଚିତ ହୋଇସାରିଛି। ଉକ୍ତ ପୁସ୍ତକ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଛାତ୍ରରାଜନୀତି ଠାରୁ ଆରମ୍ଭ କରି ତାଙ୍କର ସଂଗ୍ରାମରତ ମହତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଉପସ୍ଥାପନା ପୁସ୍ତକକୁ ଆକର୍ଷଣୀୟ କରିଛି। ଜରୁରିକାଳୀନ ଅବସ୍ଥା ବେଳେ ଓଡ଼ିଶା ତଥା ଭାରତୀୟ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ଅନୀତି ବିରୋଧରେ ତାଙ୍କର ସ୍ୱର ଉତୋଳନ ଓ ପଦଦଳିତ ହୋଇଥିବା ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତାଙ୍କ ଲଢ଼େଇ ଅଭିପ୍ରେତ ବୋଲି ପୁସ୍ତକରେ ସୂଚିତ ହୋଇଛି। ସେହିପରି ରାଜନୀତିରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ପାଇଁ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ତାଙ୍କ ରାଜନୈତିକ ଜୀବନର ଲକ୍ଷ ପୂରଣ ହୋଇଛି ବୋଲି ବର୍ଣ୍ଣିତ ହୋଇଥିବା ବେଳେ ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇଁ ସ୍ୱର ଉଠାଇବା କଥା ପୁସ୍ତକ ଉଲ୍ଲେଖ ହୋଇଥିବା ଜଣାପଡ଼ିଛି।

ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ ତାଙ୍କ ଜୀବନ ମାଟି, ମା ଓ ମଣିଷ ପାଇଁ ସମର୍ପିତ ବୋଲି ସେ କହିଥିଲେ। ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାଧାରଣ, ଅସହାୟ ଓ ନିସ୍ପେଷିତ ମଣିଷ ପାଇଁ କାର୍ଯ୍ୟ କରିବେ ଓ ସାଧାରଣ ମଣିଷର ଅଧିକାର ସୁରକ୍ଷା ପାଇଁ ସେ ନିଷ୍ଠାର ସଂଗ୍ରାମ ଜାରି ରଖିବେ ବୋଲି ସେ କହିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସହିତ ସମାଜର ବିକାଶ ପାଇଁ ତାଙ୍କର ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ।

ବିଶିଷ୍ଟ କବି ପ୍ରଫେସର ଭଗବାନ ଜୟସିଂହ ଉକ୍ତ ପୁସ୍ତକକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଥିବା ବେଳେ ମୁମ୍ବାଇ ଓ ଦିଲ୍ଳୀର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପ୍ରଲେକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଜଷ୍ଟିସ୍ ଭି. ଗୋପାଳଗୌଡ଼ା ସଭାପତିତ୍ୱ କରିବା ସହିତ ଭାରତୀୟ ରାଜନୀତିରେ ବିଶ୍ୱଭୂଷଣ ହରିଚନ୍ଦନ ସ୍ୱତନ୍ତ୍ର ବୋଲି ଅଭିହିତ କରିଥିଲେ ଏବଂ ପୁସ୍ତକର ଉନ୍ମୋଚନ କରିଥିଲେ। ଭାରତ ଆଇନ କମିସନର ଅଧ୍ୟକ୍ଷ ଜଷ୍ଟସ ଋତୁରାଜ ଅବସ୍ତି ରାଜ୍ୟପାଳକୁ ସମ୍ବର୍ଦ୍ଧିତ କରି ଶ୍ରୀଯୁକ୍ତ ହରିଚନ୍ଦନ ବହୁମୁଖୀ ପ୍ରତିଭାର ଅଧିକାର ବୋଲି କହିଥିଲେ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ବକ୍ତବ୍ୟ ଦେଇ ଓଡ଼ିଆ ଆତ୍ମଜୀବନରେ ଏ ପୁସ୍ତକର ସଂଯୋଗ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିବ ବୋଲି କହିଥିଲେ। ପୁସ୍ତକର ଅନୁବାଦକ ଭଗବାନ ଜୟସିଂହ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆତ୍ମଚରିତରେ ଜାତୀୟ ଜୀବନ ପ୍ରତିଫଳିତ ହୋଇଥିବାରୁ ଏହାର ଅନୁବାଦର ଆବଶ୍ୟକତା ପ୍ରାସଂଗିତକା ଯଥେଷ୍ଟ ରହିଛି। ଏହି ଅନୁବାଦ ଜଣେ ନିଷ୍ଠାପର ଦେଶସେବକର ଜୀବନକୁ ବିସ୍ତାର କରିବା ଦିଗରେ ସହାୟକ ବୋଲି କହିଥିଲେ। ସାହିତ୍ୟ ଏକାଡେମିର ସଚିବ କେ ଶ୍ରୀବିନିବାସ ରାଓ ବିିଶ୍ୱଭୂଷଣଙ୍କ ଜୀବନ ଏକ ମହତ୍ୱପୂର୍ଣ୍ଣ ଦେଶସେବାର ପରିଚୟ ପ୍ରଦାନ କରେ।

ଉକ୍ତ ଉତ୍ସବରେ ଅନ୍ୟଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ, କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ଇଣ୍ଡିଆନ୍ କନଖଫରେନ୍ସ ଅଫ ଇଟେଂଲେକ୍‌ଚୁଆଲର ସଂପାଦକ ଶିବଶଙ୍କରାଚାର ପ୍ରମୁଖ ରାଜ୍ୟପାଳଙ୍କ ସାହିତ୍ୟ, ରାଜନୀତି, ସମାଜସେବା ବିଶ୍ୱଭୂଷଣକୁ ଅନନ୍ୟ କରି ଗଢ଼ିତୋଳିଛି ବୋଲି କହିଥିଲେ। ଉଦୟ ଇଣ୍ଡିଆ ନଲେଜ୍ ଟ୍ରିର ସଭାପତି ଦିପକ ରଥ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.