Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବଗଡ ବିଧାୟକଙ୍କ ପାଣ୍ଠିରେ ନିର୍ମାଣ ହେଲା ତାଙ୍କ ବନ୍ଧୁଙ୍କ ଘରର ପାଚେରୀ, ବିଜେଡିର ଅଭିଯୋଗ
ବିଶେଷ ଖବର

ଦେବଗଡ ବିଧାୟକଙ୍କ ପାଣ୍ଠିରେ ନିର୍ମାଣ ହେଲା ତାଙ୍କ ବନ୍ଧୁଙ୍କ ଘରର ପାଚେରୀ, ବିଜେଡିର ଅଭିଯୋଗ

July 25, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଦେବଗଡ ବିଧାୟକଙ୍କ ପାଣ୍ଠିରେ ନିର୍ମାଣ ହେଲା ତାଙ୍କ ବନ୍ଧୁଙ୍କ ଘରର ପାଚେରୀ, ବିଜେଡିର ଅଭିଯୋଗ

ଭୁବନେଶ୍ବର: ଦେବଗଡର ବିଜେପି ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ବିଜେପିର ଜଣେ କର୍ମୀ ତଥା ତାଙ୍କର ଖାସ୍ ଅନୁଗତଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣା ପଦାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାକୁ ନେଇ ବର୍ଷିଛି ବିଜେଡି। ବିଧାୟକଙ୍କ ଏଭଳି କଳାକାରନାମା ପାଇଁ ଦେବଗଡ଼ବାସୀ ଆଜି ଲଜ୍ଜା ଅନୁଭବ କରୁଥିବା ଦର୍ଶାଇ ବିଧାୟକ ଓ ତାଙ୍କ ଅନୁଗତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁଜନତା ଦଳ ପକ୍ଷରୁ ଦାବି କରାଯାଇଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତୃବୃନ୍ଦ ଏହି ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ସେମାନେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ମାତ୍ର ଏହି ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରି ପରିବର୍ତ୍ତେ ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଅଧିବାସୀ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ପାଚେରି ନିର୍ମାଣ ହୋଇଛି।

କୌତୂହଳର ବିଷୟ ହେଲା, ମହିଳା ମହାବିଦ୍ୟାଳୟଠାରୁ ସୌଭାଗ୍ୟ ପାତ୍ରଙ୍କ ଘରର ଦୂରତା ହେଉଛି ପ୍ରାୟ ୭ କିମି। ଏପରିକି ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା ମହାବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇଥିବା ନେଇ ସୌଭାଗ୍ୟ ପାତ୍ରଙ୍କ ପାଚେରୀରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା। ନିକଟରେଏହି ଗ୍ରାମର ଜଣେ ବିଜେପି କର୍ମୀ ଏକଥା ଲୋକଲୋଚନକୁ ଆଣିଥିଲେ।

ଗଣମାଧ୍ୟମରେ ତଥ୍ୟ ଓ ଚିତ୍ର ସହିତ ଏହି ଖବର ପ୍ରସାରିତ ହେବା ପରେ ଅନିୟମିତତା ଧରା ପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତରବରିଆ ଭାବେ ପାଚେରିରେ ଲେଖା ଯାଇଥିବା ସୂଚନାକୁ ଲିଭାଇ ଦିଆଯାଇଥିଲା।  ସେଠାରେ ବିଧାୟକଙ୍କ ପାଣ୍ଠିରୁ ୨ ଲକ୍ଷଟଙ୍କାର ଅନୁଦାନରେ ସିସିରୋଡ଼ ଓ ଗାର୍ଡ଼ୱାଲ ନିର୍ମାଣ ହୋଇଛି ବୋଲି ଲେଖା ଯାଇଥିଲା। ଫଳରେ ଏହି ଅନିୟମିତତା ଓ ଅର୍ଥ ଲୁଟରେ ବିଧାୟକ ନିଜେ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜୁ ଜନତା ଦଳର ଦେବଗଡ଼ ଜିଲ୍ଲା ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ଏକଥା ମଧ୍ୟ ସୂଚନା ଦେଇ କହିଥିଲେ ଯେ ବିଧାୟକଙ୍କର ଖାସ୍‌ ଲୋକ ଭାବେ ପରିଚିତ ସୌଭାଗ୍ୟ ପାତ୍ର ହେଉଛନ୍ତି ତିଳେଇବଣି ବ୍ଲକ୍ ଅନ୍ତର୍ଗତ ଝାଲିଆମରା ସରକାରୀ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ। ତେବେ କୌଣସି ଦିନ ସ୍କୁଲ ନ ଯାଇ ସେ ବିଜେପିର ଦଳୀୟ ସଭା ସମିତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରନ୍ତି।

ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀ ପାତ୍ର ବିଜେପିର ଏକ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ବାଣ୍ଟିବାକୁ ଯାଉଥିବା ବେଳେ ପୁଲିସ ଟଙ୍କା ସହ ତାଙ୍କୁ ଧରି ଥାନାକୁ ନେଇଥିଲା।ସେତେବେଳେ ଖୋଦ୍ ବିଧାୟକ ଥାନାକୁ ଯାଇ ସୌଭାଗ୍ୟ ପାତ୍ରଙ୍କୁ ଛାଡ଼ି ଦେବାକୁ ଯୁକ୍ତିତର୍କ କରିଥିଲେ। କେବଳ ସରକାରୀ ଅର୍ଥ ହରିଲୁଟ୍ ନୁହେଁ, ବିଧାୟକ ଶ୍ରୀ ପାଣିଗ୍ରାହୀ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୂର୍ବରୁ ବହୁବାର ପ୍ରମାଣିତ ହୋଇସାରିଛି ବୋଲି ବିଜେଡି କହିଛି।

ସେ ତିଳେଇବଣିର ତତ୍କାଳୀନ ଅନୁସୂଚିତ ଜନଜାତିର ବିଡିଓଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରି ଗିରଫ ହୋଇଥିଲେ। ଦେବଗଡ଼ ସହରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ନିର୍ମାଣାଧୀନ ପାଚେରିକୁ ଭାଙ୍ଗିବା ସହ ଏସ୍‌ଏଚ୍‌ଜିମା’ମାନଙ୍କୁ ଧମକଚମକ ଦେଇ ଅପମାନିତ କରିଥିଲେ।ତେଣୁ ପ୍ରିୟାପ୍ରୀତିତୋଷଣ କରି ସରକାରୀ ଅର୍ଥର ହରିଲୁଟ୍‌ କରୁଥିବା ଦେବଗଡ଼ ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ପାଣ୍ଠିର ଗତ ଚାରିବର୍ଷ ହେଲା ଯେଉଁ ଅପବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବିଧାୟକଙ୍କ ବିରୋଧରେ ଏବଂ ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀବିଶ୍ୱାଳ ଦୃଢ଼ ଦାବି କରିଥିଲେ।

ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳାକାରନାମାର ଏହା କେବଳ ମାତ୍ର ଏକ ନମୁନା ବୋଲି ଦର୍ଶାଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ ଯେ ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକମାନଙ୍କ ଚରିତ୍ର କ’ଣ ଏମିତି କଳଙ୍କିତ? ତିନିତିନି ଥର ବିଧାୟକ ହୋଇଥିବା ବିଜେପିର ଜଣେ ପୁରୁଖା ନେତା ଶ୍ରୀ ପାଣିଗ୍ରାହୀ ଜାଣିଶୁଣି ଏତେବଡ଼ ଅନିୟମିତତା କଲେ କିପରି? ସରକାରୀ ଅର୍ଥକୁ ହରିଲୁଟ୍‌ କରିବା ପାଇଁ ନିଜ ଦଳୀୟ କର୍ମୀ ତଥା ଅନୁଗତଙ୍କ ହାତକୁ ଟେକି ଦେବା ପୂର୍ବରୁ ଥରେ ନିଜ ପଦ ମର୍ଯ୍ୟାଦା କଥା ଭାବିଲେ ନାହିଁ କେମିତି?

ଏଭଳି ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କରିବାରେ ବିଧାୟକଙ୍କର ନିଶ୍ଚୟ ବହୁତ ଅଭିଜ୍ଞତା ରହିଛି। ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତ ପାଣ୍ଠିର ଏଭଳି ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଏଯାଏ ଚୁପ୍‌ ବସିଛନ୍ତି କାହିଁକି? ବିଭିନ୍ନ ଘଟଣାରେ ଲୋକଙ୍କୁ ଭୁଆଁ ବୁଲାଇ କେବଳ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଉ ଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ପଠାଇବ, ତାହା ଆମେ ଅପେକ୍ଷା କରିଛୁ  ବୋଲି ସେ କହିଥିଲେ।

ଶ୍ରୀ ଦାସ ଆହୁରି କହିଥିଲେ ଯେ ଆମେ ଜାଣିଛୁ, ଫ୍ୟାକ୍ଟ ଫାଇଣ୍ଡିଂଟିମ୍ ପଠାଇବାକୁ ବିଜେପିର ସତସାହସ ନାହିଁ । ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଅଭ୍ୟାସଗତ ଅପରାଧୀ ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟ ମହିଳାଙ୍କ ଉପରେ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି କଲା ବେଳେ ମଧ୍ୟ ସେମାନେ ଚୁପ୍‌ ରହିଥିଲେ। ତେଣୁ ନିଜ ଦଳର ଆଉ ଜଣେ ବିଧାୟକଙ୍କ ଏଭଳି କଳାକାରନାମା ବେଳେ ସେମାନେ ଆଉ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଥିଲେ।

କେବଳ ମୁହଁରେ ତୁଣ୍ଡି ବାନ୍ଧି ବସିବେ। ଓଡ଼ିଶା ବାସୀ ସବୁ ଦେଖୁଛନ୍ତି। ଆମର ଦୃଢ଼ ବିଶ୍ୱାସ ସଚେତନ ଜନତା ଠିକଣା ସମୟରେ ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦି, ଅନିୟମିତତା ଏବଂ ପ୍ରିୟାପ୍ରୀତି ତୋଷଣର ଦୃଢ଼ ଜବାବ ଦେବେ। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି କର୍ପୋରେଟର ତଥା ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ।

BJD ଅମରେଶ ଜେନା ଗୌତମବୁଦ୍ଧ ଦାସ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ସୁବାସ ପାଣିଗ୍ରାହୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.