Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମନାମର ରାଜନୈତିକ ବଜାର ଓ ନିର୍ବାଚନୀ ପଶାପାଲିରେ ଅଯୋଧ୍ୟା
ବିଶେଷ ଖବର

ରାମନାମର ରାଜନୈତିକ ବଜାର ଓ ନିର୍ବାଚନୀ ପଶାପାଲିରେ ଅଯୋଧ୍ୟା

December 3, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯିଏ ସବୁଠୁ ରମଣୀୟ ବା ସୁନ୍ଦର ସେ ରାମ । ଜଗତ ଓ ଜଗତ ବାହାରର ସବୁ ସୌନ୍ଦର୍ୟର କାରଣ ବୋଲି ତାଙ୍କୁ କୁହାଯାଇଛି। ସେ ରାମ ଯଦି ହିଂସା ଓ ରକ୍ତପାତର କାରଣ ହୁଅନ୍ତି, ତାହେଲେ ସେଥିରେ ରାମ ତତ୍ତ୍ଵ ର ଅମର୍ଯାଦା ହେବନାହିଁ କି? ଗତ ତିରିଶ ବର୍ଷ ଧରି ରାମ ଓ ରାମ ମନ୍ଦିର ନାଁ ରେ କେତେ ଯେ ହତ୍ୟା, ରକ୍ତପାତ, ଦଙ୍ଗା ଓ ଗଣହତ୍ୟା ଘଟିଛି, ତାହାର ହିସାବ ଦେଇ ହେବନାହିଁ। ଅଶୀ ଦଶକରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ସଂଘ ପରିବାର ଓ ବିଜେପି ଦେଶ ସାରା ଅନେକ ଉତ୍ତେଜନା ସୃଷ୍ଟି କରିଛନ୍ତି। ୬, ଡିସେମ୍ବର, ୧୯୯୨ ରେ ବାବ୍ରୀ ମସଜିଦ କୁ ଭାଙ୍ଗିଦେଇ ସାରା ଦେଶରେ ରକ୍ତର ବନ୍ୟା ବୁହା ଯାଇଛି। ସେଇ ରାମମନ୍ଦିର କୁ ଆଳ କରି ୨୦୦୨ ରେ ଗୁଜରାଟ ଦଙ୍ଗା ହୋଇଛି ଓ ସେଥିରେ ହଜାର ସଂଖ୍ୟକ ଭାରତୀୟ ମୃତ୍ୟୁ ବରଣ କରିଛନ୍ତି। ରାମଶିଳା ପୂଜନ, କରସେବା, ଭୂମି ପୂଜା ଭଳି ବିଭିନ୍ନ ନାମ ନେଇ ରାମା ମନ୍ଦିର ରାଜନୀତିକୁ ଉଜ୍ଜୀବିତ ରଖାଯାଇଛି।

ତେବେ ସବୁଠୁ ବଡ କଥା ହେଉଛି, ରାମ ମନ୍ଦିରର ଦୁହାଇ ଦେଇ ବିଜେପି ଚାରି ଥର ସରକାର ଗଠନ କରିଛି। ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ବରେ ତିନିଥର ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଥରେ ସରକାର ଗଢି ସାରିଥିବା ବିଜେପି, ସରକାରରେ ଥିବାବେଳେ କଦାପି ଏ ବିଷୟରେ ଚିନ୍ତା କରେନାହିଁ। ନିର୍ବାଚନ ମୁଣ୍ଡ ଉପରକୁ ଆସିଲେ ବିଜେପି ଓ ସଂଘ ପରିବାରର ରାମଙ୍କ କଥା ମନେପଡେ। ବାକି ଦିନମାନଙ୍କରେ ବିକାଶର ମିଛ ଡିଣ୍ଡିମ ବାଡଉଥିବା ବିଜେପି ନିର୍ବାଚନ ଆସିଲେ ରାମ ମନ୍ଦିର ହେବ ବୋଲି ପ୍ରଚାର ଆରମ୍ଭ କରିଦିଏ। ବର୍ଷେ ତଳେ ଯେତେବେଳେ ଗୁଜରାଟ ବିଧାନସଭା ନିର୍ବାଚନ ହେଲା, ସେତେବେଳେ ହଠାତ ରାମମନ୍ଦିର ପ୍ରସଙ୍ଗ ଉଠିଥିଲା। ତାପରେ ପୁଣି ଚୁପ। ଏବେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ଲାଗି ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ତା ପରେ ପରେ ସାଧାରଣ ନିର୍ବାଚନର ସମୟ ପାଖେଇ ଆସିଲାଣି, ତେଣୁ ଏହା ରାମଙ୍କୁ ମାନେ ପକେଇବାର ପ୍ରକୃଷ୍ଟ ସମୟ।

ଗତ ସତୁରୀ ବର୍ଷ ଧରି ଏକ ଜମିଜମା ମାମଲା ଭାବରେ ଏହାର ବିଚାର ବିଭିନ୍ନ ଅଦାଲତରେ ଚାଲିଛି। ଆଲାହାବାଦ ହାଇକୋର୍ଟ ତଥାକଥିତ ରାମ ମନ୍ଦିର ଜମିକୁ ତିନି ଭାଗରେ ବାଣ୍ଟି ଦେଇଛନ୍ତି। ସେ ରାୟ ବିରୋଧରେ ଏବେ ସୁପ୍ରିମ କୋର୍ଟ ରେ ମାମଲା ଚାଲିଛି। ନିର୍ବାଚନ ପୂର୍ବରୁ ଯେ କୌଣସି ପ୍ରକାରେ ଏହି ମାମଲାର ଶୁଣାଣୀ ହେଉ ବୋଲି ସଂଘ ପରିବାର ବିଭିନ୍ନ ଉପାୟରେ ସୁପ୍ରିମ କୋର୍ଟ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଏକ ସ୍ଵାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ସୁପ୍ରିମ କୋର୍ଟ ନିଜ ସାମ୍ବିଧାନିକ ପରିସରରେ ରହି ତାଙ୍କର ବିଚାର କରିବେ। କିନ୍ତୁ ସୁପ୍ରିମ କୋର୍ଟ ଙ୍କ ବିଳମ୍ବିତ ଶୁଣାଣୀ ଯୋଗୁଁ ହିନ୍ଦୁ ମାନଙ୍କର ଧଇର୍ୟ ଚ୍ୟୁତି ଘଟୁଛି ବୋଲି ଏବେ ବିଜେପି ଓ ସଂଘ ପରିବାର ରୋଜ କହି ବୁଲୁଛନ୍ତି।

ଏଠି ପ୍ରଶ୍ନ ଉଠୁଛି, କେଉଁ ହିନ୍ଦୁ ଏମାନଙ୍କୁ ତାଙ୍କର ପ୍ରତିନିଧି ବୋଲି ବାଛିଛନ୍ତି କି? ହିନ୍ଦୁ ଧର୍ମ ଭିତରେ ବହୁ ବିବିଧତା ଓ ବହୁ ମତ ରହିଛି। ଏମାନେ କେଉଁ ମତ ର ପ୍ରତିନିଧି। ସଂଖ୍ୟାଧିକ ହିନ୍ଦୁ ବିଶ୍ଵାସ କରନ୍ତି– ଘଟ ଘଟ ମେ ବସେ ହୈ ରାମ। ପ୍ରତି ଜୀବ ଭିତରେ ରାମଙ୍କ ମନ୍ଦିର ଅଛି। ପ୍ରତି ମଣିଷ ରାମଙ୍କ ଅଂଶ ବୋଲି ଯିଏ ବିଶ୍ଵାସ କରେ ସେ ମନ୍ଦିର ନାଁ ରେ ମଣିଷ ମାରିବାର ରାଜନୀତିକୁ ସମର୍ଥନ କରିବ କାହିଁକି? ସତ କହିବାକୁ ଗଲେ ଆଜି ମଧ୍ୟ ବିଜେପି ଏ ଦେଶର ମାତ୍ର ୩୦% ଲୋକଙ୍କ ଭୋଟ ପାଇଛି। ରାମଙ୍କ ନାଁ ରେ ଏମାନଙ୍କୁ କେବେବି ଭୋଟ ମିଳିନାହିଁ । ତଥାପି ରାମ ମନ୍ଦିର ନାଁ ରେ ୧୦-୧୫% ଭୋଟ ର ଧୃବିକରଣ କରିବାକୁ ଏମାନେ ନିରନ୍ତର ଚେଷ୍ଟା କରନ୍ତି। ୨୦୧୯ ସାଧାରଣ ନିର୍ବାଚନ କୁ ଯିବା ପୂର୍ବରୁ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂର୍ଣ କରିପାରିନଥିବାର ବିଫଳତା କୁ ଘୋଡେଇବା ଲାଗି ଏବେ ପୁଣି ଥରେ ରାମ ମନ୍ଦିର ପ୍ରସଙ୍ଗ ଉଠୁଛି।

ରାମ ମନ୍ଦିର ପ୍ରସଙ୍ଗ ଉଠିଲେ, ଏ ଦେଶର ହୃତକମ୍ପନ ବଢିଯାଏ। ଲୋକ ପୁଣି ଆତଙ୍କିତ ହୋଇପଡନ୍ତି। ପୁଣି ରକ୍ତପାତ ଓ ହିଂସା ର ଭୟ ଲୋକଙ୍କ ଛାତି ଥରାଏ। ବୋଧହୁଏ ବିଜେପି ସେୟା ଚାହୁଁଛି। ଭୟ ଓ ଆତଙ୍କ ଭିତରେ ନିର୍ବାଚନ ହେଉ। ଭାବାବେଗ ନାଁ ରେ ଲୋକଙ୍କୁ ବିଭାଜିତ କରାଯାଉ। ହିନ୍ଦୁ ଧର୍ମର ବିବିଧତା ଓ ସହିଷ୍ଣୁତା କୁ ଧ୍ଵଂସ କରାଯାଉ। ସକଳ ସୌନ୍ଦର୍ୟ ର ମହାନାୟକ ରାମଙ୍କୁ ହିଂସାର ବାହକ ଭାବରେ ରାଜନୀତିରେ ବ୍ୟବହାର କରିବାର ଏ ଅପଚେଷ୍ଟା ବିରୋଧରେ ଉଦାରପନ୍ଥୀ ହିନ୍ଦୁ ମାନଙ୍କୁ ଠିଆ ହେବାକୁ ପଡିବ। ଆଜି ହିନ୍ଦୁ ଧର୍ମ ଅନ୍ୟ କାହାର ଆକ୍ରମଣ ର ଶିକାର ହେଉନାହିଁ , ବରଂ ଆଜି ହିନ୍ଦୁ ଧର୍ମ କୁ ନଷ୍ଟ କରିଦେବାକୁ ଓ ଏହାକୁ କ୍ଷମତା ଦଖଲର ପାଗଳ ଗାରଦ ଭାବରେ ବ୍ୟବହାର କରିବାକୁ ଏହି ତଥାକଥିତ ହିନ୍ଦୁ ସଂଗଠନ ମାନେ ହିଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ବିରୋଧରେ ବାସ୍ତବ ରାମଭକ୍ତ ମାନେ ପ୍ରତିବାଦର ସ୍ଵର ଉତ୍ତୋଳନ କରିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026

ଓଡ଼ିଶାର ହିତରେ ଏମଏମଡିଆର ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କ ଦୃଢୋକ୍ତି

August 31, 2026
Latest News

ଖୋରଧା ପୌର ପରିଷଦର ୬୭ ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ସେମିକନ୍ ୨.୦ ର ସମସ୍ତ ୬ ଟି ସ୍ତମ୍ଭ ପାଇଁ ବିଜ୍ଞପ୍ତି ଜାରି

August 31, 2026

ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା: ବୃତ୍ତି ଟଙ୍କା ପାଇଲା ପରେ ଜମା କରିବେ ନାମଲେଖା ଫି’

August 31, 2026

ରଣପୁରରେ ଜିଲ୍ଲାପାଳ–ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

August 31, 2026

ଭାରତୀୟ ନୌସେନାର ବଢ଼ିଲା ସାମର୍ଥ୍ୟ: ‘ଆଇଏନ୍‌ଏସ୍ ନିପୁଣ’ ଆନୁଷ୍ଠାନିକ ଭାବେ ସାମିଲ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.