Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡିଆ ଟିଭି ସିଏନଏକ୍ସ ସର୍ଭେକୁ ନେଇ ଓଡିଶା ରାଜନୀତି ସରଗରମ, ଆରମ୍ଭ ହେଲା ହିସାବ
ବିଶେଷ ଖବର

ଇଣ୍ଡିଆ ଟିଭି ସିଏନଏକ୍ସ ସର୍ଭେକୁ ନେଇ ଓଡିଶା ରାଜନୀତି ସରଗରମ, ଆରମ୍ଭ ହେଲା ହିସାବ

July 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
IndiaTv
ଇଣ୍ଡିଆ ଟିଭି ସିଏନଏକ୍ସ ସର୍ଭେକୁ ନେଇ ଓଡିଶା ରାଜନୀତି ସରଗରମ, ଆରମ୍ଭ ହେଲା ହିସାବ

ଭୁବନେଶ୍ବର: ନିକଟରେ ଇଣ୍ଡିଆ ଟିଭି ସିଏନଏସ୍କ ସର୍ଭେକୁ ନେଇ ଓଡିଶା ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ଉଭୟ ବିଜେଡି ବିଜେପି ସହିତ କଂଗ୍ରେସ ଏହି ସର୍ଭେକୁ ନେଇ କେହି ଖୁସି ନାହାଁନ୍ତି। ହେଲେ ଏହି ତିନିଦଳ ଭିତରେ ଭିତରେ ଏହା ଉପରେ ବେଶ ଆଲୋଚନା ଜାରୀ ରଖିଛନ୍ତି। ଓଡିଶାରେ ଦଳର ଏପରି କାହିଁକି ପରିସ୍ଥିତ ହେବ ବୋଲି ନିଜ ମଧ୍ୟରେ ପ୍ରଶ୍ନ ପଚରା ଆରମ୍ଭ କରିଦେଇଛି।

ଏହି ସର୍ଭେରୁ ପ୍ରକାଶ ପାଇଛି ଯେ, ଓଡିଶାରେ ୨୧ ଟି ଲୋକସଭା ଆସନରୁ ବିଜେପିକୁ ସେହି ୮ ଟି ସିଟ ମିଳୁଥିବା ବେଳେ ବିଜେଡିକୁ ୧୩ ଟି ଆସନ ମିଳିବ। ହେଲେ କଂଗ୍ରେସ କିମ୍ବା ଅନ୍ୟ କାହାକୁ ଗୋଟିଏ ମଧ୍ୟ ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ବର୍ତ୍ତମାନ ଓଡିଶାରେ ଲୋକସଭାରେ ବିଜେଡିର ୧୨ ଜଣ ଥିବା ବେଳେ ବିଜେପିର ୮ ଜଣ ଏବଂ କଂଗ୍ରେସର ଜଣେ ସଦସ୍ୟ ଅଛନ୍ତି। ସେହି ଗୋଟିଏ ଆସନ ମଧ୍ୟ ଏଥର ବିଜେଡି ନେବ ବୋଲି ସର୍ଭେରେ କୁହାଯାଇଛି।

ଆଜି ଦେଶରେ ନିର୍ବାଚନ ହେଲେ କେଉଁ ଦଳକୁ କେତେ ମିଳିବ ଆସନ, ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

ତେବେ ଏହାକୁ ନେଇ ବିଜେଡି ତରଫରୁ ସାଂସଦ ମୁନ୍ନା ଖାନ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କହିବା କଥା ଯେ, ଏପରି ସର୍ଭେ କେବେ ଠିକ ହୋଇ ନ ଥାଏ। ହେଲେ ଏଥର ବିଜେଡି ଲୋକସଭାରେ ୨୦ ଟି ଆସନ ଜିତିବ। ତେବେ କେଉଁ ଆସନରେ ବିଜେଡି ହାରିବ ସେ ନେଇ ସେ କୌଣସି ସ୍ପଷ୍ଟି କରଣ ଦେଇ ନ ଥିଲେ। ସେହିପରି କଂଗ୍ରେସ ମଧ୍ୟ ଏହି ରିପୋର୍ଟକୁ ମାନିବାକୁ ନାରାଜ। କାରଣ କଂଗ୍ରେସ ମେଣ୍ଟ ବା ଇଣ୍ଡିଆ ଏଥର ଲୋକସଭାରେ ବେଶ ଭଲ କରିବ। ଏ ରିପୋର୍ଟରେ କୌଣସି ମାନେ ରହେ ନାହିଁ ବୋଲି ଦଳ କହିଛି।

ସେହିପରି ବିଜେପି ସଭାପତି ମନମୋହନ ସାମଲ ଏହାକୁ ନେଇ ନିଜର ପତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ହେବାକୁ ଆହୁରି ବେଶ ସମୟ ବାକି ରହିଛି। ଏହା ଭିତରେ ମହାନଦୀ ଓ ସୁବର୍ଣ୍ଣରେଖାରେ ବହୁ ପାଣି ବହିଯିବ। ତେଣୁ ଏବେଠାରୁ ଆକଳନ କରି କହିବା ସମ୍ଭବ ନୁହେଁ। ତେବେ ଏହା ଭିତରେ ଆମେ ଦଳକୁ ସୁଦୃଢ କରିବାକୁ ଲାଗିଛୁ। ବହୁତ କାମ ଆହୁରି ବାକି ରହିଛି। ଆସନ୍ତା ନିର୍ବାଚନରେ ବିଜେପି ବେଶ ଭଲ ଫଳ କରିବ।

ସେହିପରି ଏହି ଜନମତ ସର୍ଭେରେ ଓଡିଶାରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି। ଏଥର ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଓଡିଶାରେ ନବୀନ ପଟ୍ଟନାୟକ ୨୩ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ଶାସନ ବିରୋଧ ଜନମତ ପରିଲକ୍ଷିତ ହେଉ ନାହିଁ। ବିଜେଡିର ଅଭେଦ୍ୟ ଦୁର୍ଗକୁ ବିରୋଧ ଭେଦ କରିପାରୁ ନାହାଁନ୍ତି ବୋଲି କୁହାଯାଇଛି।

Election2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

“ବନ୍ଧୁ ବାଛିପାରିବେ, କିନ୍ତୁ ପଡ଼ୋଶୀ ନୁହେଁ”: ବ୍ରିକ୍ସ ସମ୍ମିଳନୀ ଉପରେ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା

September 11, 2026
Latest News

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗର ପ୍ରବେଶୋତ୍ସବ ଅନୁଷ୍ଠିତ

September 11, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.