ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

Published: Aug 2, 2023, 8:40 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍‌ସି ଅଧୀନରେ ନିର୍ମିତ ୧୨୮୦ ଗୃହ ଓ ପୁଣେ ପୌରନିଗମ ଅଧୀନରେ ନିର୍ମିତ ୨୬୫୦ ପିଏମ୍‌ଏୱାଇ ଆବାସ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାଛଡା ପିସିଏମ୍‌ସି ଦ୍ୱାରା ନିର୍ମିତ ହେବାକୁ ଥିବା ୧୧୯୦ ଓ ପୁଣେ ମହାନଗର ଆଞ୍ଚଳିକ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ହେବାକୁ ଥିବା ୬୪୦୦ ଆବାସସ୍ଥଳୀର ଶିଳାନ୍ୟାସ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ପିସିଏମ୍‌ସି ଦ୍ୱାରା ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଜ୍ୟରୁ ଶକ୍ତି କାରାଖାନାର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ହେଉଛି ଉତ୍ସବ ଓ ବିପ୍ଳବର ମାସ। ପୁଣେ ନଗରୀ ସ୍ୱାଧୀନତା ସଂଗ୍ରାମର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଲ ଗଙ୍ଗାଧର ତିଳକଙ୍କ ସମେତ ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ଏଠାରୁ ବାହାରିଛନ୍ତି । ଆଜି ମଧ୍ୟ ଆନ୍ନା ବାହୁ ସାଠେ ଜନ୍ମାବାର୍ଷିକୀ ଓ ସେ ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥିବା ଜଣେ ବିଶିଷ୍ଟ ସମାଜ ସଂସ୍କାରକ ଥିଲେ ବୋଲି ଶ୍ରୀ ମୋଦି କହିଥିଲେ । ଏପରିକି ଆଜି ମଧ୍ୟ ଅନେକ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ତାଙ୍କର ସାହିତ୍ୟକୃତି ଓ ଆଦର୍ଶ ଉପରେ ଗବେଷଣା କରୁଛନ୍ତି ଓ ତାହା ସମସ୍ତଙ୍କ ପାଇଁ ଉତ୍ସାହର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପୁଣେ ଏକ ଚଳଚଞ୍ଚଳ ନଗରୀ ଓ ତାହା ସମଗ୍ର ଭାରତର ଯୁବାଗୋଷ୍ଠୀର ସ୍ୱପ୍ନକୁ ସାକାର କରିବା ସହ ଅର୍ଥନୀତିକୁ ମଧ୍ୟ ଗତି ପ୍ରଦାନ କରିଛି । ଆଜିର ୧୫ହଜାର କୋଟି ଟଙ୍କାର ପ୍ରକଳ୍ପ ଏହି ପରିଚୟକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହରାଞ୍ଚଳ ମଧ୍ୟବିତ୍ତ ଶ୍ରେଣୀଙ୍କ ଗୁଣାତ୍ମକ ଜୀବନକୁ ନେଇ ସରକାର ବ୍ୟସ୍ତ ଅଛନ୍ତି। ପାଞ୍ଚବର୍ଷ ଆଗରୁ ଆରମ୍ଭ ହୋଇଥିବା ମେଟ୍ରୋର ୨୪ କିଲୋମିଟର ଟ୍ରାକରେ ଚଳାଚଳ ଆରମ୍ଭ ହୋଇଛି ବୋଲି ସେ କହିଥିଲେ ।

ପ୍ରତ୍ୟେକ ସହରରେ ରହୁଥିବା ଲୋକମାନଙ୍କ ଜୀବନମାନର ଉନ୍ନତି ଆଣିବା ନିମନ୍ତେ ସାଧାରଣ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । ସେଥିପାଇଁ ମେଟ୍ରୋ ବ୍ୟବସ୍ଥା ସମ୍ପ୍ରସାରିତ ହେବା ସହ ନୂତନ ଫ୍ଲାଇ ଓଭର ନିର୍ମିତ ହେଉଛି ଓ କିପରି ଟ୍ରାଫିକ ଆଲୋକ ବ୍ୟବସ୍ଥା ହ୍ରାସ କରାଯିବା ତା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପୂର୍ବରୁ ଦେଶରେ ମେଟ୍ରୋ ନେଟୱାର୍କ ମାତ୍ର ୨୫୦ କିଲୋମିଟର ଥିବାବେଳେ ସେଥିରୁ ଅଧିକାଂଶ ଦିଲ୍ଲୀ ମଧ୍ୟରେ ସୀମିତ ରହିଥିଲା । ମାତ୍ର ଆଜି ମେଟ୍ରୋ ଲାଇନ ଆଠ ଶହ କିଲୋମିଟର ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ନୂତନ ଲାଇନ କାର୍ଯ୍ୟ ଚାଲୁ ରହିଛି । ୨୦୧୪ ପର୍ଯ୍ୟନ୍ତ ମେଟ୍ରେ ଚଳାଚଳ କେବଳ ପାଂଚଟି ନଗରୀ ମଧ୍ୟରେ ସୀମାବଦ୍ଧ ରହିଥିବାବେଳେ ଆଜି ପୁଣେ, ନାଗପୁର ଓ ମୁମ୍ବାଇ ସମେତ ୨୦ଟି ସହରରେ ଚଳାଚଳ କରୁଛି । ମେଟ୍ରୋ ଆଧୁନିକ ଭାରତର ନୂତନ ଜୀବନରେଖା ନଗରଗୁଡିକ ନିମନ୍ତେ ପାଲଟିଛି ବୋଲି କହି ପ୍ରଧାନମନ୍ତ୍ରୀ ପୁଣେ ଭଳି ସହରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ମେଟ୍ରୋ ସମ୍ପ୍ରସାରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଶ୍ରୀ ମୋଦୀ ସହରୀ ଜୀବନର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ସ୍ୱଚ୍ଛତାର ଉନ୍ନତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ କେବଳ ଶୌଚାଳୟ ନିର୍ମାଣ ମଧ୍ୟରେ ସୀମିତ ନୁହେଁ, ବର୍ଜ୍ୟ ପରିଚାଳନା ମଧ୍ୟ ଏହାର ଅନ୍ୟ ଏକ ଦିଗ ବୋଲି ସେ କହିଥିଲେ । ଆବର୍ଜନାର ପାହାଡ ଏବେ ଅଭିଯାନ ଜରିଆରେ ସଫା କରାଯାଉଛି । ପିମ୍ପ୍ରିଂ-ଛିନ୍ଦୱାର ପୌର ମହାନଗମ(ପିସିଏମ୍‌ସି) ଅଧୀନରେ ପ୍ରତିଷ୍ଠିତ ବର୍ଜ୍ୟରୁ ଶକ୍ତି କାରଖାନା ଖୁବ୍ ଉପକାରୀ ହେବ ବୋଲି ସେ ବୁଝାଇଥିଲେ ।

ସ୍ୱାଧୀନତା ପରଠାରୁ ମହାରାଷ୍ଟ୍ରର ଶିଳ୍ପ ବିକାଶ ଭାରତର ଶିଳ୍ପ ବିକାଶ ପାଇଁ ରାସ୍ତା ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଶିଳ୍ପ ବିକାଶକୁ ଆଗେଇ ନେବା ପାଇଁ ମହାରାଷ୍ଟରେ ବ୍ୟାପକ ପୁଞ୍ଜିନିବେଶ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ହେଉଛି । ସେ ଏହି ଅବସରରେ ନୂତନ ରାଜପଥ ଓ ରେଳରାସ୍ତାର ସମ୍ପ୍ରସାରଣର ଦୃଷ୍ଟାନ୍ତ ଦେବା ସହ ୨୦୧୪ ମସିହା ପୂର୍ବ ସମୟ ତୁଳନାରେ ବାରଗୁଣ ପୁଞ୍ଜିନିବେଶ ଅଧିକ ହୋଇଛି ବୋଲି କହିଥିଲେ । ମହାରାଷ୍ଟ୍ର୍ରର ଅନେକ ନଗରୀ ପଡେଶୀ ରାଜ୍ୟର ଆର୍ଥିକ ପେଣ୍ଠସ୍ଥଳୀ ସହ ସଂଯୋଗ କରାଯାଉଛି । ମୁମ୍ବାଇ-ଅହମ୍ମଦାବାଦ ଉଚ୍ଚଗତି ସମ୍ପନ୍ନ ରେଳ ଉଭୟ ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ସୁବିଧାଜନକ ହେବ ।

ଦିଲ୍ଲୀ-ମୁମ୍ବାଇ ଆର୍ଥିକ କରିଡର ମହାରାଷ୍ଟ୍ରକୁ ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟ ସହ ଉତ୍ତର ଭାରତରେ ସଂଯୋଗ କରିବ । ଜାତୀୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ମହାରାଷ୍ଟ୍ର ଓ ଉତ୍ତର ଭାରତ ମଧ୍ୟରେ ରେଳ ସଂଯୋଗୀକରଣ ଅବସ୍ଥାନ୍ତର ଆଣିବ । ଶକ୍ତି ସରବାରାହ ବ୍ୟବସ୍ଥା ମହାରାଷ୍ଟ୍ରକୁ ଛତିଶଗଡ, ତେଲେଙ୍ଗାନା ଓ ଅନ୍ୟାନ୍ୟ ପଡୋଶୀ ରାଜ୍ୟ ସହ ସଂଯୋଗ କରିବା ସହ ଏହା ଶିଳ୍ପ, ତେଲ ଓ ବାଷ୍ପ ପାଇପଲାଇନ ଔରଙ୍ଗାବାଦ, ଶିଳ୍ପ ନଗରୀ, ନଭି ମୁମ୍ବାଇ ବିମାନବନ୍ଦର ଓ ସେଣ୍ଡ୍ରା ବିଡକିନ ଶିଳ୍ପ ଉଦ୍ୟାନ ଇତ୍ୟାଦିର ଶ୍ରୀ ମୋଦୀ ଊଉଦାରହଣ ଦେଇଥିଲେ । ମହାରାଷ୍ଟ୍ର ଅର୍ଥନୀତିରେ ନୂତନ ଜୀବନ ଶକ୍ତି ସଂଚାର କରାଇବାରେ ଏହି ସବୁ ପ୍ରକଳ୍ପର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ରାଜ୍ୟଗୁଡିକ ବିକାଶ ସହ ସରକାର ଜାତୀୟ ବିକାଶ ମନ୍ତ୍ରରେ ଆଗେଇ ଚାଲିଛନ୍ତି । “ଯେତେବେଳେ ମହାରାଷ୍ଟ୍ରର ବିକାଶ ହେବ ଭାରତର ବିକାଶ ହେବ । ଯେତେବେଳେ ଭାରତର ଅଭିବୃଦ୍ଧି ଘଟିବ, ସେତେବେଳେ ମହାରାଷ୍ଟ୍ର ମଧ୍ୟ ସୁବିଧା ପାଇବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନବୋନ୍ମେଷ ଓ ଷ୍ଟାର୍ଟ ଅପ ଭାରତର ପରିଚୟ ହୋଇଥିବାବେଳେ ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ଯାହା ମାତ୍ର କେଇ ଶହ ନଅବର୍ଷ ପୂର୍ବରୁ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ଏସବୁର ସଫଳତାର ଶ୍ରେୟ ସେ ଡିଜିଟାଲ ଭିତ୍ତିଭୂମିର ଆଧାରଶୀଳା ରଖିଥିବା ପୁଣେ ସହରର ଭୂମିକାକୁ ପ୍ରଶଂସା କରିଥିଲେ । “ଶସ୍ତା ଡାଟା, କମ୍ ବ୍ୟୟ ସାପେକ୍ଷ ଫୋନ ଓ ଇଣ୍ଟରନେଟ ସୁବିଧା ପ୍ରତି ଗ୍ରାମକୁ ପହଂଚୁଥିବାରୁ ଏହି କ୍ଷେତ୍ର ମଜବୁତ ହୋଇଛି । ଭାରତ ଫାଇଭ-ଜି କ୍ଷେତ୍ରରେ ଦ୍ରୁତଗତିରେ ବିଶ୍ୱର ଅନ୍ୟାନ୍ୟ ଦେଶ ସହ ଆଗେଇଛି ବୋଲି କହି ଫିନଟେକ, ଏଗ୍ରିଟେକ ଓ ବାୟୋଟେକ ପୁଣେକୁ ସୁବିଧା ଯୋଗାଇଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଓ ବେଙ୍ଗାଲୁରୁରେ ରାଜନୀତିକ ସ୍ୱାର୍ଥପରତାର ଫଳାଫଳ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସେ କର୍ଣ୍ଣାଟକ ଓ ରାଜସ୍ଥାନରେ ବିକାଶ ବାଧିତ ହେବା ନେଇ ଦୁଃଖ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଦେଶକୁ ଆଗକୁ ନେବାକୁ ହେଲେ ନୀତି, ନିଷ୍ଠା ଓ ନିୟମ ସମାନଭାବେ ଗୁରୁତ୍ୱପୂର୍ଣ୍ଣ । ଏହା ବିକାଶର ଅବସ୍ଥା ନିର୍ଦ୍ଧାରଣ କରିବା ପାଇଁ ନିର୍ଣ୍ଣୟାକ । ସେ କହିଥିଲେ ଯେ ୨୦୨୪ ମସିହାରେ ଦଶବର୍ଷ ପୂର୍ବ ସମୟରେ ଦୁଇଟି ଯୋଜନା ଜରିଆରେ କେବଳ ଆଠଲକ୍ଷ ଘର ନିର୍ମିତ ହୋଇଥିଲା । ସେଥିରୁ ମହାରାଷ୍ଟ୍ରର ୫୦ହଜାର ଘର ସମେତ ଦୁଇଲକ୍ଷ ଘରକୁ ହିତାଧିକାରୀମାନେ ନିମ୍ନମାନ ଯୋଗୁଁ ଅଗ୍ରାହ୍ୟ କରିଥିଲେ ।

ମାତ୍ର ୨୦୧୪ରେ ତାଙ୍କ ସରକାର କ୍ଷମତାସୀନ ହେବା ପରେ ସରକାର ସଠିକ ଅଭିପ୍ରାୟ ନେଇ ନୀତିର ପରିବର୍ତ୍ତନ କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ସରକାର ଚାରି କୋଟିରୁ ଅଧିକ ପକ୍‌କା ଘର ଗ୍ରାମାଞ୍ଚଳ ଓ ସହରରେ ନିର୍ମାଣ କରିଛନ୍ତି । ସେଥିରୁ କେବଳ ୭୫ଲକ୍ଷ ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ ତିଆରି ହୋଇଛି । ସେଗୁଡିକ ନିର୍ମାଣର ଗୁଣାତ୍ମକମାନ ରକ୍ଷା ସହ କିପରି ସ୍ୱଚ୍ଛତା ରକ୍ଷା କରାଯାଇଛି ସେ ସମ୍ପର୍କରେ ସେ ସୂଚନା ଦେଇଥିଲେ । ସେ ଘରଗୁଡିକର ମୂଲ୍ୟ କେବଳ କେତେ ଲକ୍ଷରେ ସୀମିତ ନୁହଁ, ଦେଶର କୋଟି କୋଟି ମହିଳା ଗତ ନଅ ବର୍ଷ ମଧ୍ୟରେ ଲକ୍ଷପତି ହୋଇ ପାରିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ଯେଉଁମାନେ ନୂତନ ଆବାସ ଖଣ୍ଡିଏ ଲେଖାଏଁ ପାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

“ସେ ଗରିବ ହେଉ କିମ୍ବା ମଧ୍ୟବିତ୍ତଶ୍ରେଣୀ ପରିବାରର ପ୍ରତ୍ୟେକଙ୍କ ସ୍ୱପ୍ନ ସାକାର କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ । ଗୋଟିଏ ସ୍ୱପ୍ନ ସାକାର କରିବା ଦ୍ୱାରା ଅନେକ ସଂକଳ୍ପ ଆରମ୍ଭ ହୁଏ ଓ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଏକ ଗତିକୁ ଜନ୍ମ ଦିଏ । ଆମେ ଆପଣମାନଙ୍କ ପିଲାଙ୍କ ଯତ୍ନ ନେଉ, ଆପଣଙ୍କ ମାତାପିତା ଓ ଭବିଷ୍ୟତ ପିଢିର ଯତ୍ନ ନେଉ ବୋଲି ଶ୍ରୀ ମୋଦି କହିଥିଲେ । ଯେଉଁମାନେ ନୂତନ ଆବାସ ଖଣ୍ଡିଏ ଲେଖାଏଁ ପାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଦ୍‌ବୋଧନ ସମାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ମରାଠୀ ଉକ୍ତିକୁ ଉଦ୍ଧାର କରି କହିଥିଲେ ଯେ, ସରକାରଙ୍କ ଉଦ୍ୟମ କେବଳ ଏକ ଉନ୍ନତ ଆଜି ନୁହେଁ ଏକ ଉନ୍ନତ ଆସନ୍ତାକାଲି ପାଇଁ ମଧ୍ୟ କାର୍ଯ୍ୟ କରିବା ଦରକାର । ଏକ ବିକଶିତ ଭାରତ ଗଠନ ସଂକଳ୍ପର ଏହି ଭାବନା ମଧ୍ୟ ଆଇନତଃ ପ୍ରଜୁର୍ଯ୍ୟ । ଯେପରି ମହାରାଷ୍ଟ୍ରରେ ଅନେକ ଦଳ ଗୋଟିଏ କାରଣ ପାଇଁ ଏକାଠି ହୋଇଛନ୍ତି, ସେମାନେ ସେହିପରି କାର୍ଯ୍ୟ ସଂଘବଦ୍ଧଭାବେ କରିବା ଦରକାର । “ପ୍ରତ୍ୟେକଙ୍କ ଅଂଶଗ୍ରହଣ ଦ୍ୱାରା ମହାରାଷ୍ଟ୍ରର ଉନ୍ନତି ଲକ୍ଷ୍ୟ ନେଇ ମହାରାଷ୍ଟ୍ର ଦ୍ରୁତଗତିରେ ଆଗେଇବା ଉଚିତ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ରମୋ ବୈଶ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଧେ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶ୍ରୀ ଅଜିତ ପାୱାର ଏବଂ ମହାରାଷ୍ଟ୍ର ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି : ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ପ୍ରଥମ ପଯ୍ୟାୟରେ ସମ୍ପୂର୍ଣ୍ଣ ସେକ୍ସନର ଦୁଇଟି କରିଡରରେ ମେଟ୍ରୋ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ସେକ୍ସନ ହେଲା ଫୁଗେୱାଡି ଷ୍ଟେସନରୁ ସିଭିଲ କୋର୍ଟ ଷ୍ଟେସନ ଏବଂ ଗରୱାର କଲେଜ ଷ୍ଟେସନରୁ ରୁବି ହଲ କ୍ଲିନିକ ଷ୍ଟେସନ । ଏହାର ଶିଳାନ୍ୟାସ ମଧ୍ୟ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଏହି ନୂତନ ସେକ୍ସନ ପୁଣେର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଶିବାଜୀ ନଗର, ସିଭିଲ କୋର୍ଟ, ପୁଣେ ପୌର ମହା ନିଗମ କାର୍ଯ୍ୟାଳୟ, ପୁଣେ ଆରଟିଓ ଓ ପୁଣେ ରେଳ ଷ୍ଟେସନକୁ ସଂଯୋଗ କରିବ । ଏହା ଦେଶରେ ନାଗରିକମାନଙ୍କୁ ଆଧୁନିକ ଓ ପରିବେଶ ଅନୁକୂଳ ଦ୍ରୁତ ସହରାଞ୍ଚଳ ପରିବହନ ପଦ୍ଧତି ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିପ୍ରକାଶ ଅଟେ ।

କେତେକ ମେଟ୍ରୋ ଷ୍ଟେସନର ପରିପାଟୀ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନଦର୍ଶନ ଦ୍ୱାରା ଅନୁପ୍ରାଣିତ ହୋଇଛି । ଛତ୍ରପତି ଶମ୍ଭାଜୀ ଉଦ୍ୟାନ ମେଟ୍ରୋ ଷ୍ଟେସନ ଏବଂ ଡେକାନ ଜିମ୍ ଖାନା ମେଟ୍ରୋ ଷ୍ଟେସନର ଏକ ଅନନ୍ୟ ପରିପାଟୀ ଛତ୍ରପତି ଶିବାଜୀ ମହାରାଜାଙ୍କ ସୈନିକଙ୍କ ପଗଡି ଢାଞ୍ଚାରେ ନିର୍ମିତ ହୋଇଛି । ଯାହାକୁ “ମାଭଲା ପ୍ରଗଡି” ମଧ୍ୟ କୁହାଯାଏ । ଶିବାଜୀ ନଗର ଭୂମିତଳ ମେଟ୍ରୋ ଷ୍ଟେସନର ଅଭିନବ ପରିପାଟୀ ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ନିର୍ମିତ ଦୁର୍ଗର ଚିତ୍ର ପ୍ରଦାନ କରିଥାଏ ।

ଆଉ ଏକ ଅନନ୍ୟ ବୈଶିଷ୍ଠ୍ୟ ହେଉଛି ସିଭିଲ କୋର୍ଟ ମେଟ୍ରୋ ଷ୍ଟେସନ । ଏହା ଦେଶର ସବୁଠାରୁ ଗଭୀର ୩୩. ୧ ମିଟର । ଏହି ଷ୍ଟେସନ ଛାତ ଏପରି ତିଆରି ହୋଇଛି ଯେ ସୂର୍ଯ୍ୟାଲୋକ ସିଧା ପ୍ଲାଟଫର୍ମ ଉପରେ ପଡିବ ।

ସମସ୍ତଙ୍କ ପାଇଁ ଆବାସ ଅଭିଯାନ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିିସିଏମସି ଦ୍ୱାରା ନିର୍ମିତ ୧୨୮୦ ଆବାସ ଓ ପୁଣେ ପୌର ମହାନିଗର ନିଗମ ଦ୍ୱାରା ନିର୍ମିତ ୨୬୫୦ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା ସହ ପିଏମ୍‌ଏୱାଇ ଯୋଜନା ଅଧୀନରେ ୧୧୯୦ଘର ଓ ପୁଣେ ମେଟ୍ରୋ ପଲିଟାନ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ୬୪୦୦ଘରର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ବର୍ଜ୍ୟରୁ ଶକ୍ତି କାରଖାନା ମଧ୍ୟ ଉଦ୍‌ଘାଟନ କରିଛନ୍ତି । ପିମ୍ପ୍ରିଂ-ଛିନ୍ଦୱାର ପୌର ମହାନିଗମ (ପିସିଏମ୍‌ସି) ଏହାକୁ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛି । ଏହା ବାର୍ଷିକ ୨.୫ ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ।

Related posts