Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଗଷ୍ଟ ୧୮ ରେ ୯ ଦଫା ଦାବି ନେଇ ସବୁ ବ୍ଲକ ଅଫିସ ଘେରାଉ କରିବ କଂଗ୍ରେସ
ବିଶେଷ ଖବର

ଅଗଷ୍ଟ ୧୮ ରେ ୯ ଦଫା ଦାବି ନେଇ ସବୁ ବ୍ଲକ ଅଫିସ ଘେରାଉ କରିବ କଂଗ୍ରେସ

August 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ଅଗଷ୍ଟ ୧୮ ରେ ୯ ଦଫା ଦାବି ନେଇ ସବୁ ବ୍ଲକ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଚଳିତ ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କରିବ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ ୯ ଦଫା ଦାବି ନେଇ ସମସ୍ତ ବ୍ଲକ ଅଫିସି କଂଗ୍ରେସ ତରଫରୁ ଘେରାଉ କରାଯିବ।

ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ୯ଦଫା ଦାବୀ ସଂକ୍ରାନ୍ତରେ ବିବରଣୀ ଦେଇ କହିଥିଲେ ଯେ ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା ସହ ପଂଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା ବନ୍ଦ କରିବା ରହିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁସାରେ ହିତାଧିକାରୀ ବାଛିବା, ପେଟ୍ରୋଲ, ଡିଜେଲ, ଗ୍ୟାସ ତଥା ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା ରହିଛି।

ସେହିପରି ଓଡ଼ିଶାର ମୁଖ୍ୟ କୃଷିଜାତ ପଦାର୍ଥ ଧାନର ଅଭାବୀବିକ୍ରୀ ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ୨୪ ଘଂଟିଆ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଓ ଟାଟା କମ୍ପାନୀର ଖାଉଟି ଶୋଷଣ ନୀତିକୁ ବନ୍ଦ କରିବା ଏବଂ ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗ ମାନଙ୍କ ପାଇଁ କଂଗ୍ରେସ ଅମଳରୁ ଉପଲବ୍ଧ ଅଧିକାରର ସୁରକ୍ଷା ଆଦି ପ୍ରସଙ୍ଗରେ କଂଗ୍ରେସର ଏହି ମହାଆନ୍ଦୋଳନର ଆହ୍ୱାନ ଦିଆଯାଇଛି।

Congress କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.