Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡିଆ ମେଣ୍ଟରେ ହଇଚଇ: କେମିତି ହେବ କଂଗ୍ରେସ-ଆପ୍ ମେଣ୍ଟ?
ବିଶେଷ ଖବର

ଇଣ୍ଡିଆ ମେଣ୍ଟରେ ହଇଚଇ: କେମିତି ହେବ କଂଗ୍ରେସ-ଆପ୍ ମେଣ୍ଟ?

August 16, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଦିଲ୍ଲୀରେ କଂଗ୍ରେସ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ଏବଂ ଦୀପକ ବାବରିଆ ଉପସ୍ଥିତ ଥିଲେ। ବୈଠକ ପରେ କଂଗ୍ରେସ ନେତାମାନେ ସ୍ପଷ୍ଟଭାବେ କହିଛନ୍ତି ଯେ ଦଳ ଦିଲ୍ଲୀର ସମସ୍ତ ଆସନରେ ଲଢ଼ିବ। ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ମେଣ୍ଟ ଆଇଏନଡିଆଇଆଇଏ (ଇଣ୍ଡିଆ)ରେ ହଇଚଇ ସୃଷ୍ଟି ହୋଇଛି। ଏହା ଦିଲ୍ଲୀରେ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି କରିବାର ସଙ୍କେତ ଦେଉଛି। ଆମ୍ ଆଦମୀ ପାର୍ଟି (ଆପ୍) କହିଛି ଯେ ଯଦି କଂଗ୍ରେସ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନିଏ ତେବେ ମେଣ୍ଟ ବୈଠକକୁ ଯିବାର କୌଣସି ଅର୍ଥ ନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଥିଲା। ଦିଲ୍ଲୀରେ ତିନୋଟି ପ୍ରମୁଖ ଦଳ ରହିଛି। ଏଥିରେ ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ବିଜେପି ସାମିଲ ଅଛନ୍ତି। ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳମାନେ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। କଂଗ୍ରେସ ଓ ଆପ୍ ମଧ୍ୟ ଏହି ମେଣ୍ଟରେ ଅଛନ୍ତି । ଦିଲ୍ଲୀର ସମସ୍ତ ଆସନରେ ଏକାକୀ ଲଢ଼ିବାକୁ କଂଗ୍ରେସ ନିଷ୍ପତ୍ତି ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ଼ ଝଟକା ହେବ।

ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ କଂଗ୍ରେସର ଏହି ବୈଠକ ପରେ କଂଗ୍ରେସ ନେତା ଅଳକା ଲାମ୍ବା କହିଛନ୍ତି ଯେ ଏହି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା। ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ ଏବଂ ଦୀପକ ବାବରିଆ ଉପସ୍ଥିତ ଥିଲେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀମାନଙ୍କୁ କୁହାଯାଇଛି। ଦଳ ସମସ୍ତ ୭ଟି ଆସନରେ ଲଢ଼ିବ ବୋଲି ନିଷ୍ପତ୍ତି ହୋଇଛି। ନିର୍ବାଚନକୁ ଆଉ ସାତ ମାସ ବାକି ଅଛି। ସମସ୍ତ ୭ଟି ଯାକ ଆସନ ପାଇଁ ପ୍ରସ୍ତୁତି କରିବାକୁ ସମସ୍ତ ଦଳୀୟ କର୍ମୀଙ୍କୁ କୁହାଯାଇଛି।

କଂଗ୍ରେସ ନେତା ଅନୀଲ ଚୌଧୁରୀ ମଧ୍ୟ ଲାମ୍ବାଙ୍କ ଭଳି କିଛି କହିଛନ୍ତି। ସଂଗଠନକୁ ସୁଦୃଢ଼ କରି କଂଗ୍ରେସ ଏକଜୁଟ ହୋଇ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ଆମ୍ ଆଦମୀ ପାର୍ଟି ବୈଠକରେ ଏହା ଉପରେ ଆଲୋଚନା ହୋଇନଥିଲା । ଦଳର ନିଜସ୍ୱ ରାସ୍ତା ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ନୀତିକୁ ପଦାରେ ପକାଇବା ପାଇଁ କଂଗ୍ରେସ ସବୁ ପ୍ରକାର ପ୍ରୟାସ କରିଛି। ୨୦୨୪ଲୋକସଭା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଚୌଧୁରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୨୦୨୫ରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ନାହିଁ।

ଫାଟ ସ୍ପଷ୍ଟ ଦେଖାଯାଉଛି

ଆପ୍ ମନ୍ତ୍ରୀ ସୌରଭ ଭରଦ୍ୱାଜ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ କଂଗ୍ରେସ ଲଢ଼ିବା ଏବଂ କଂଗ୍ରେସ ସହ ସମ୍ଭାବ୍ୟ ମେଣ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆମର କେନ୍ଦ୍ରୀୟ ନେତୃତ୍ୱ ଏହା ଉପରେ ନିଷ୍ପତ୍ତି ନେବେ। ଆମର ରାଜନୈତିକ ବ୍ୟାପାର କମିଟି ଏବଂ ଆଇଏନଡିଏ ମେଣ୍ଟର ଦଳଗୁଡ଼ିକ ଏକାଠି ବସିବେ। ସେମାନେ ଏହା (ନିର୍ବାଚନୀ ମେଣ୍ଟ) ଉପରେ ଆଲୋଚନା କରିବେ।

ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ସେମାନେ (କଂଗ୍ରେସ) ଦିଲ୍ଲୀରେ ମେଣ୍ଟ ନ କରନ୍ତି ତେବେ ଇଣ୍ଡିଆ ମେଣ୍ଟକୁ ଯିବାର କୌଣସି ଅର୍ଥ ନାହିଁ। ଏହା ସମୟର ଅପଚୟ । ଆମ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ଯେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ଯୋଗ ଦେବେ କି ନାହିଁ।

ବିଜେପିର ସମାଲୋଚନା

ବିରୋଧୀ ମେଣ୍ଟକୁ କଡ଼ା ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଏବେ କଂଗ୍ରେସ ଦିଲ୍ଲୀର ୭ଟି ଲୋକସଭା ଆସନରେ ଲଢ଼ିବା କଥା କହୁଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କଂଗ୍ରେସରୁ ବ୍ୟବଧାନ ଟାଣି ନେଇଥିବା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ ‘ଘମାଣ୍ଡିଆ ଆଲାଏନ୍ସ’ର ଏହା ହେଉଛି ପ୍ରଥମ ଟ୍ରେଣ୍ଡ। ଏହାବ୍ୟତୀତ ୟୁପିରେ ଏସପି, ବଙ୍ଗଳାରେ ତୃଣମୂଳ କଂଗ୍ରେସ, ବିହାରରେ ଆରଜେଡି-ଜେଡିୟୁ ସହ କଂଗ୍ରେସ ସମାନ କିଛି ଦେଖିପାରେ। କଂଗ୍ରେସକୁ ଏକାକୀ ନିର୍ବାଚନ ଲଢ଼ିବାକୁ ପଡ଼ିବ କିମ୍ବା ମେଣ୍ଟରେ ତୃତୀୟ ସ୍ତରର ଦଳ ହୋଇ ସମଗ୍ର ଦେଶରେ ୧୦୦ ଆସନ ମଧ୍ୟ ହାସଲ କରିବା କଷ୍ଟକର ହେବ। ଗୃହରେ ଅଚଳାବସ୍ଥା ସୃଷ୍ଟି କରି କାମ ବନ୍ଦ କରିବାର ଭୁଲ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ନେଇ ହିଁ ‘ଅହଂକାରୀ ମେଣ୍ଟ’ ଗଠନ ହୋଇଥିବା ଏବେ ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିବ ନାହିଁ।

ଆପ୍ ଇଣ୍ଡିଆ ମେଣ୍ଟ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026

ଓଡ଼ିଶାରେ ONGC ର ବଡ଼ ସଫଳତା: ସମୁଦ୍ରରୁ ବଡ଼ ଗ୍ୟାସ୍ ଭଣ୍ଡାର ଆବିଷ୍କାର କଲା ଭାରତ

September 22, 2026
Latest News

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.