Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭି କେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ
ବିଶେଷ ଖବର

ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭି କେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ

August 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
PandianKhordha
ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଭିକେ ପାଣ୍ଡିଆନଙ୍କ ଗର୍ଜ୍ଜନ, ସାଂସଦଙ୍କ ମୁଣ୍ଡ ଖରାପ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଦିନେ 5T ସଚିବଙ୍କ ବିରୋଧରେ ଗର୍ଜ୍ଜନ କରୁଥିଲେ। ସେ କାହିଁକି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେତିକି ନୁହେଁ ତାଙ୍କୁ ଜଣେ ନିମ୍ନ ଅଧିକାରୀ ବୋଲି କହି ତାଙ୍କ ବିରୋଧରେ କେନ୍ଦ୍ରରେ ଅଭିଯୋଗ ଆଣିଥିଲେ। ସେହି ଆଧାରରେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗରୁ ନାମ ନ ଥିବା ଏକ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ ଆସିଲା। ହେଲେ ଏହାପରେ ସବୁ ବନ୍ଦ।

ବିରୋଧୀ ଭାବି ଥିଲେ ଯେ ସାଂସଦ ଅପରାଜିତା 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ଏପରି କଲେ ତାଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯିବ। ହେଲେ ବନ୍ଦ ନୁହେଁ ବରଂ ଅପରାଜିତାଙ୍କ ଅଭିଯୋଗ ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ବଢିବାକୁ ଲାଗିଲା। ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସେ ବଡ ସଭା କରୁଥିଲେ। ଏହାପରେ ସେ ତିନି ଚାରିଟି ସ୍ଥାନରେ ଜନସଭା କରିବାକୁ ଲାଗିଲେ। ପୂର୍ବରୁ ଜିଲ୍ଲା ସ୍ତରୀୟ ଗସ୍ତ କରୁଥିଲେ ଏବେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗସ୍ତ କଲେଣି।

ତେବେ ସେ ଯେଉଁଠାକୁ ଗସ୍ତ କରନ୍ତୁ କି ନାହିଁ, ହେଲେ ଗତ ତିନିଦିନର ଗସ୍ତ ଥିଲା ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। କାରଣ ଏହି ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ସେ ଖୋଦ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ଭୁବନେଶ୍ବରରେ ଖୋର୍ଦ୍ଧା ଜିଲ୍ଲା ଛାତ୍ର ସମ୍ମିଳନୀ, ଏହାପରେ ଖୋର୍ଦ୍ଧା, ଜଟଣୀ, ବାଲିପାଟଣା, ବାଲିଅନ୍ତା, ବେଗୁନିଆ ପ୍ରଭୃତି ସ୍ଥାନ ଗସ୍ତ କରି ସେ ଜନସମାଗମକୁ ଉଦବୋଧନ ଦେଇଥିଲେ।

ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କଲେ ପରିଲକ୍ଷିତ ହେବ ଯେ, ସେ ଅନ୍ୟ ସ୍ଥାନରେ ଯେପରି କହୁଥିଲେ ଅପରାଜିତାଙ୍କ ରାଇଜରେ ତାହାଠାରୁ ଜୋରରେ କହିଛନ୍ତି। ସେ ଅପରାଜିତାଙ୍କ ସଂସଦୀୟ ଲୋକଙ୍କ ସହିତ ମଞ୍ଚ ଉପରୁ ସିଧା ଆଲୋଚନା କରିଛନ୍ତି। ମଞ୍ଚ ଉପରୁ ଲୋକଙ୍କୁ ବିଭିନ୍ନ କଥା ପଚାରି ତାହା ଉତ୍ତର ସେ ନେଇଛନ୍ତି। ସେହି ଭିତରେ ଟିକିଏ ଜୋରରେ କୁହନ୍ତୁ ବୋଲି ସେ ମଝିରେ ମଝିରେ ଲୋକଙ୍କୁ ଆହ୍ବାନ କରୁଥିଲେ। ଏ କଥା ଶୁଣି ଲୋକେ ମଞ୍ଚ ଉପରେ ଜୋରରେ ପାଟି କରି ‘ହଁ’ କିମ୍ବା ‘ନାହିଁ’ କରୁଥିଲେ।

ଅବଶ୍ୟ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ପାଣ୍ଡିଆନ ଜାଣି ଶୁଣି କି ଅଜଣାତରେ ଏପରି କରୁଥିଲେ ତାହା ଭିନ୍ନ କଥା। ହେଲେ ଏହା ଦ୍ବାରା ଅପରାଜିତାଙ୍କ ମୁଣ୍ଡ ଖରାପ ହେବା ନିଶ୍ଚିତ। ସେ ଯେତେବେଳେ ପାଣ୍ଡିଆନ ଏବଂ ଲୋକଙ୍କ ଗର୍ଜ୍ଜନର ଭିଡିଓ ଦେଖୁଥିବେ ସେତେବେଳେ ଅପରାଜିତା ପାଗଳ ପ୍ରାୟ ହୋଇଯାଉଥିବେ। ଯେଉଁ ପାଣ୍ଡିଆନ ବିରୋଧରେ ସେ ଏତେ କଥା କଲେ, ଶେଷରେ ସେହି ପାଣ୍ଡିଆନ ଆସି ମୋ ଘରେ ଗର୍ଜ୍ଜନ କରୁଛି ବୋଲି ସେ ମନେ ମନେ ଭାବୁ ଥିବେ।

ଖାଲି ଅପରାଜିତା ନୁହଁନ୍ତି ବିଜେପିର ସବୁ ନେତା ପ୍ରାୟ ନିଶ୍ଚିତ ହୋଇସାରିଲେଣି ଯେ, ପାଣ୍ଡିଆନ ଗସ୍ତକୁ ବର୍ତ୍ତମାନ କୌଣସି ଶକ୍ତି ରୋକିପାରିବ ନାହିଁ। ଯେତେ କାଳି ତଥା କଳା ପତାକା ଦେଖାଇଲେ ମଧ୍ୟ ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ। କାରଣ 5T ସଚିବ ଭି କେ ପାଣ୍ଡିଆନ ତାଙ୍କ ଚାରିପଟେ ଏକ ଶକ୍ତିଶାଳି ବଳୟ ତିଆରି କରିଛନ୍ତି।ତାହାକୁ ବିରୋଧୀ ଭେଦ କରିବା ଦୂରେ ଥାଉ ଏହା କଣ ବୋଲି ବୁଝିବା ମଧ୍ୟ କଷ୍ଟକର ହେବ।

vkpandian ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ପାଣ୍ଡିଆନ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.