Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା
ବିଶେଷ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା

September 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ଓ କୃଷକ ସଶକ୍ତିକରଣ
କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ୫-‘ଟି’ ଓ ‘ମୋ ସରକାର’ ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ହୋଇଥିବାବେଳେ ଏହାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

‘ମୋ ସରକାର’ ଦାୟିତ୍ୱରେ ଥିବା ଅଧିକାରୀ ଓ ନିର୍ଦ୍ଦେଶାଳୟକୁ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନଠାରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଫୋନ୍‌ କଲ୍‌ ମାଧ୍ୟମରେ ହିତାଧିକାରୀମାନଙ୍କଠାରୁ ମିଳୁଥିବା ଅଭିଯୋଗ ଉପରେ ୭ ଦିନ ମଧ୍ୟରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ମୋ ସରକାର’ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଅଧିକ ସଂଖ୍ୟକ ଫୋନ୍‌ କଲ୍‌ କରି ହିତାଧିକାରୀଙ୍କ ଯୋଜନା ରୂପାୟନ ସଂପର୍କରେ ଜାଣିବା ଉପରେ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥି ମଧ୍ୟରୁ ‘କାଳିଆ’, ‘ଆମ କୃଷି’, କୃଷି ଯାନ୍ତ୍ରିକୀକରଣ, ଓଡ଼ିଶା ମିଲେଟ୍‌ ମିଶନ୍‌, ଫାର୍ମ ପଣ୍ଡ, ସାର ଲାଇସେନ୍ସ ପ୍ରଦାନ ରହିଛି।

ସେହିପରି ପିଏମ୍‌କେଏସ୍‌ୱାଇ, ଚାଷୀମାନଙ୍କଠାରୁ ମିଲେଟ୍‌ ସଂଗ୍ରହ, ରାଜ୍ୟ ବିହନ ଲାଇସେନ୍ସ ପ୍ରଦାନ, କୀଟନାଶକ ଔଷଧ ବିକି୍ର ଲାଇସେନ୍ସ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ବିହନ ଲାଇସେନ୍ସ ପ୍ରଦାନ ଓ ନର୍ସରୀ ଆଦି ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ ଅଧିନ କରାଯାଇଛି।

ଫୋନ୍‌ କଲ୍‌ ମାଧ୍ୟମରେ ଏ ସଂପର୍କରେ ହିତାଧିକାରୀମାନଙ୍କଠାରୁ ନିୟମିତ ଫିଡ୍‌ବ୍ୟାକ୍‌ ସଂଗ୍ରହ କରାଯାଇ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ କରିବା ଉପରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

agriculture କୃଷି ଓ କୃଷକ ସଶକ୍ତିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026

ପୂର୍ବତଟ ରେଳପଥର “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ

March 2, 2026
Latest News

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026

ପୂର୍ବତଟ ରେଳପଥର “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.