Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଦାବୀ ପୂରଣ ପାଇଁ ସମୟ ନେଲେ ସରକାର
ବିଶେଷ ଖବର

ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଦାବୀ ପୂରଣ ପାଇଁ ସମୟ ନେଲେ ସରକାର

September 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଦାବୀ ପୂରଣ ପାଇଁ ସମୟ ନେଲେ ସରକାର

ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ନିଜର ହକ ପାଇଁ ଦାବୀ କରି ଆସୁଥିବା ଓ ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବୀ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଆକ୍ରୋସ ପରେ ପୋଲିସ ସହିତ ସେମାନଙ୍କ ମତାନ୍ତର ହେବାରୁ ଶେଷରେ ପୁନଶ୍ଚ ରାଜ୍ୟ ସରକାର ଆଲୋଚନା କରିବା ପାଇଁ ଡାକିଥିଲେ ଏଠାରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ,ଉପସଚିବ ସୁମିତ୍ରା ସେନାପତି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ ରତ ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ଦାବୀ ପୂରଣ ନେଇ ମହଲତ ମାଗିଥିଲେ।

ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ତୁରନ୍ତ ସେମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ପରେ ଆନ୍ଦୋଳନ ରତ ଛାତ୍ର ଛାତ୍ରୀ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ମେମ୍ବର ଓ ଅନ୍ୟାନ୍ୟ ବିଧାୟକ ଙ୍କ ସହିତ ଯୋଗାଯୋଗ କରି ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନା କରି ଏମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ଆଜି ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଗତ ମାସ୨୫ତାରିଖ ରୁ ଦୀର୍ଘ ଏକ ମାସ ରୁ ଅଧିକ ଦିନ ଧରି ରାଜ୍ୟର ସାତୋଟି ସରକାରୀ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ପକ୍ଷ ରୁ ଆନ୍ଦୋଳନ ଜାରି ରହିଥିଲା।ରାଜ୍ୟରେ ମୋଟ ୧୧୮୧ଟି ଆୟୁଷ ଡ଼ିସ୍ପେନସାରି ଥିବା ବେଳେ ଦୀର୍ଘ ୨୧ବର୍ଷ ଧରି ରାଜ୍ୟରେ ନୂତନ ଭାବେ ଆୟୁଷ ଦିସ୍ପେନସାରି ଖୋଲାଯାଇନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ଆୟୁଷ ସଂଘ କହିଛି।

ନୂତନ ଭାବେ ରାଜ୍ୟ ସରକାର ୫୦୦ଟି ହୋମିଓପ୍ୟାଥିକ ଓ ୫୦୦ଟି ଆୟୁର୍ବେଦିକ ଦିସ୍ପେନସାରି ଖୋଲିବା ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଦାବୀ ରହିଛି। ଏଥି ସହିତ ସାତୋଟି ସରକାରୀ ଆୟୁଷ ଭେଷଜ ମହାବିଦ୍ୟାଳୟ ର ଭିତ୍ତିଭୂମି ଓ ମାନଵ ସମ୍ବଳ ର ବିକାଶ, ସମସ୍ତ କଲେଜ ରେ ପିଜି ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ଭତ୍ତା ବୃଦ୍ଧି,ଆଦି ଦାବି ମଧ୍ୟ ଅନ୍ୟତ୍ତମ। ଆଜି ପର୍ଯ୍ୟନ୍ତ ଏଲୋପାଠୀକ ଡାକ୍ତର ଓ ପ୍ରାଣୀ ଚିକିତ୍ସକ ଙ୍କୁ କ୍ୟାଡର କରି ରାଜ୍ୟ ସରକାର ସେମାନଙ୍କୁ କ୍ଲାସ ୱାନ ଅଫିସର ଘୋଷଣା କରିଥିବା ବେଳେ ଏମାନଙ୍କ ଦାବୀ ପ୍ରତି ଆନ୍ତରିକତା ଦେଖାଉ ନ ଥିବା ସଂଘ କହିଛି।

ଏମାନଙ୍କ ଦାବୀ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ ପ୍ରତିନିଧି ଦଳ ଙ୍କ ସହିତ ଆଲୋଚନା କରି ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି କୁ ପ୍ରସ୍ତାବ ପ୍ରେରଣ କରି ଚୁପ ରହିବା କାରଣରୁ ଆୟୁଷ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ବିଧାନସଭା ଆଗରେ ଧାରଣା ଦେଇଥିଲେ।

ଆୟୁଷ ଡ଼ାକ୍ତରୀ ଛାତ୍ର ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତି କରାଯାଉଥିବା ବେଳେ ପୋଲିସ ଲଗାଇ ଆନ୍ଦୋଳନ ସ୍ଥଳରେ ତାଙ୍କୁ ତାଙ୍କୁ ଦମନ କରିବା ପାଇଁ ଯେଉଁ ସବୁ ଯୋଜନା କରାଗଲା ତାକୁ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ସଂଘ ଓ ଆୟୁଷ ଛାତ୍ର ଛାତ୍ରୀ ନିନ୍ଦା କରିଛନ୍ତି।

ରାଜ୍ୟ ସରକାର ଆୟୁଷ ଛାତ୍ର ଛାତ୍ରୀ ଙ୍କ ଦାବୀ ତୁରନ୍ତ ପୂରଣ କରିବା ପାଇଁ ଅନୁରୋଧ କରିବା ସହିତ ଆୟୁଷ ପ୍ରତି ଥିବା ହୀନ ମାନ୍ୟତା ଓ କୁଛିତ ଚିନ୍ତା ଧାରା କୁ ପରିବର୍ତ୍ତନ ନ କଲେ ଆଗକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଅଲ ଓଡ଼ିଶା ଆୟୁଷ ଡ଼ାକ୍ତରୀ ସଂଘ କହିଛନ୍ତି।

ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ଓଡ଼ିଶା ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ କୁ ପରିବର୍ଦ୍ଧିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ଜଣେ ସଚିବ ସ୍ତରୀୟ ଆଇ ଏ ଏସ ସ୍ତରୀୟ ଅଫିସର ଙ୍କୁ କାର୍ଯ୍ୟାଳୟ ଦାଇତ୍ୱ ଦେବା ସହିତ ଆୟୁର୍ବେଦ ପାଇଁ ଜଣେ ଉପସଚିବ ଓ ହୋମିଓପ୍ୟାଥିକ ପାଇଁ ଜଣେ ଉପସଚିବ ପଦ ରେ ଦୁଇଟି ଓ ଏ ଏସ ସ୍ତରୀୟ ଅଫିସର ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି।

AYUSH ଆନ୍ଦୋଳନ ଆୟୁଷ ଆୟୁଷ ଛାତ୍ରଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.