Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କନ୍ଧମାଳ ଜିଲ୍ଲାରେ ବିଜେପି ସଭାପତି ମନମୋହନ ସାମଲ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ
ବିଶେଷ ଖବର

କନ୍ଧମାଳ ଜିଲ୍ଲାରେ ବିଜେପି ସଭାପତି ମନମୋହନ ସାମଲ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ

October 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
MoMati
କନ୍ଧମାଳ ଜିଲ୍ଲାରେ ବିଜେପି ସଭାପତି ମନମୋହନ ସାମଲ, ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ

କନ୍ଧମାଳ/ଭୁବନେଶ୍ୱର: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି।

ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି।

ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି। ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ। ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି।

ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ, କନ୍ଧମାଳ ଜିଲ୍ଲା ଖଜୁରୀପଡା, ଦୁକ୍ତିମେଣ୍ଢୀ, ଫୁଲବାଣୀ, ଟିକାବାଲି ଠାରେ ସ୍ୱାଗତ କରାଯାଇଥିଲା। ଏହାପରେ ଶ୍ରୀ ସାମଲ ଶହୀଦ ସୁନାଶିର ମହାନ୍ତିଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ କଳସରେ ମାଟି ସଂଗ୍ରହ କରିଥିଲେ ଓ ରାଇକିଆ ବ୍ଲକ ବିଅରିପାଙ୍ଗା ଗାଁ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ପରିବାରଠାରୁ ମାଟି ସଂଗ୍ରହ କରିଛନ୍ତି। ଏହାପରେ ଫୁଲବାଣୀରେ ମଟୋର ସାଇକେଲ ରାଲି କରାଯାଇଥିଲା। ଫୁଲବାଣୀରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇ ଦଳୀୟ କାର୍ଯ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଥିଲେ ଶ୍ରୀ ସାମଲ।

ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି।

ଏହି ଅବସରରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବନ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

ନରେନ୍ଦ୍ର ମୋଦି ମନମୋହନ ସାମଲ ମୋ ଦେଶ ମୋ ମାଟି
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ସୀମାନ୍ତ ଜିଲ୍ଲା ପୁଲିସ ଅଧୀକ୍ଷକ ସମ୍ମିଳନୀ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

July 10, 2026
Latest News

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ଦିଲ୍ଲୀରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେବେ ଏହି ଦଳର ୧୬ କାଉନସିଲର 

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.