Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି
ବିଶେଷ ଖବର

ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି

October 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
TrainAccident
ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି

ଭୁବନେଶ୍ବର: ଗତ ଜୁନ ୨ ତାରିଖରେ ବାଲେଶ୍ବରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୋଟ ୨୯୫ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁଃଖର କଥା ବର୍ତ୍ତମାନ ଏହି ଦୁର୍ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୮ଟି ଶବକୁ ନେବା ପାଇଁ କେହି ଆସିଲେ ନାହିଁ।

ଫଳରେ ଏମସ ହସପିଟାଲ ଶବଗାରରେ ରହିଥିବା ଏହି ସମସ୍ତ ଶବ ଆଉ ବେଶୀ ଦିନ ରଖି ହେବା ସମ୍ଭବ ନ ଥିବାରୁ ତାହାକୁ ଗଣସତ୍କାର କରାଯିବ ବୋଲି ଜଣାପଡିଛି। ଏ ନେଇ ଏମସ ତରଫରୁ ସିବିଆଇ କୁ ଏକ ଚିଠି କରିବା ପରେ ଏ ସବୁକୁ ଗଣସତ୍କାର କରିବାକୁ ନିଷ୍ପତି ହୋଇଛି। ସେଥିପାଇଁ ସିବିଆଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ଚିଠି କରିଛି।

ଖୋର୍ଦ୍ଧା ପ୍ରଶାସନ ତରଫରୁ ଏ ନେଇ ବିଏମସିକୁ ଅବଗତ କରାଇବା ପରେ ଏହି ସମସ୍ତ ଶବ ଭରତପୁର ଶଶ୍ମାନରେ ସତ୍କାର କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ସତ୍କାର ବେଳେ ଉଭୟ ସିବିଆଇ, ବିଏମସି, ଏମସ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ। ଏହି ଶବ ନେବା ପାଇଁ ବିଏମସି ଶବ ବାହକ ଗାଡି ପଠାଇ ତାହାକୁ ନେବେ ବୋଲି ଜଣାପଡିଛି।

ତେବେ ଶବସତ୍କାର ବେଳେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ଭିଡିଓ ସୁଟିଂ କରାଯିବ। ପରବର୍ତ୍ତି ସମୟରେ କେହି କେବେ ଆସିଲେ ଏହି ଭିଡିଓ ସୁଟିଂକୁ ପ୍ରମାଣିତ ଭାବେ ଗ୍ରହଣ କରାଯିବ। ତେବେ ଏହି ଗଣସତ୍କାର କେବେ କରାଯିବ ସେ ନେଇ କୌଣସି ନିର୍ଦ୍ଧିଷ୍ଠ ତାରଖ ଘୋଷଣା କରାଯାଇପାରି ନାହିଁ। କାରଣ ସବୁ ଅଧିକାରୀ ଗୋଟିଏ ଦିନ ସମୟ ଦେଲେ ତାହା ସତ୍କାର କରାଯିବ।

ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ସେହି ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ୮୧ ଟି ମୃତ ଦେହ ହସ୍ତାନ୍ତର କରିଥିଲେ। ଏହାପରେ ୧୬୨ ଜଣଙ୍କ ମୃତଦେହ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେଠାରେ ୧୩୪ ଶବକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଦ୍ବିତୀୟ ପର‌୍ୟ୍ୟାୟରେ ୫୩ ଟି ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ହେଲେ ଆଉ ୨୮ଟିର କେହି ଦାବୀଦାର ଆସିଲେ ନାହିଁ। ଫଳରେ ଏହି ଶବଗୁଡିକୁ ଗଣସତ୍କାର କରିବାକୁ ନିଷ୍ପତି କରାଯାଇଛି।

trainaccident ବାହାନଗା ବାହାନଗା ରେଳ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.