Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ବିଶେଷ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

November 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର:  ଆଜି ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଠଶସ୍ୟ ବା ମିଲେଟ ସମ୍ମିଳନୀ ଆରମ୍ଭ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିସହିତ କୃଷି ଓ କୃଷକ ଶସକ୍ତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ସେହିପରି ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ମଧ୍ୟ ଯୋଗଦେଇଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପୃଷ୍ଟିଶସ୍ୟ ବର୍ତ୍ତମାନ ଆଦିବାସୀଙ୍କର ଜୀବିକା ଭାବେ ଉଭା ହୋଇଛି। ଓଡିଶା ସରକାର ଏହା ଉପରେ ବେଶ ଗୁରୁତ୍ବ ଦେଇ ଏହି ଶସ୍ୟକୁ ପ୍ରଚାରପ୍ରସାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ସେ କହିଥିଲେ ଯେ ମିଲେଟ ହେଉଛି ପୃଷ୍ଟିସାରର କେନ୍ଦ୍ରବିନ୍ଦୁ, ପ୍ରାକୃତିକ ଶସ୍ୟ ଏବଂ ପ୍ରାକୃତିକ ପରିବେଷରେ ବଢିଥାଏ। ଓଡିଶାର ହେଉଛି ପ୍ରଥମ ରାଜ୍ୟ ଯେ କି ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିପାରିଛି।

ଦୁଇଦିନିଆ ମିଲେଟ୍‌ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଆଜି ଅନୁଷ୍ଠିତ ‘ବୈଜ୍ଞାନିକ ପଦ୍ଧତିରେ ପୁଷ୍ଟିଶସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି’ ଶୀର୍ଷକ ଆଲୋଚନା ଚକ୍ରରେ ନିରନ୍ତର ପୁଷ୍ଟିଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଷୟିକ ଅଧିବେଶନର ଅଂଶସ୍ୱରୂପ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବୁଦ୍ଧିଜୀବୀ, ଗବେଷକ ଓ ସ୍ଥାନୀୟ ପ୍ରଭାବୀ ନେତୃବୃନ୍ଦ ନିରନ୍ତର ଉତ୍ପାଦନ ବୃଦ୍ଧି ଉପରେ ବକ୍ତବ୍ୟ ରଖିଛନ୍ତି।

ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ. ବି. ଭେଙ୍କଟେଶ ଭଟ୍ଟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗ ଡିନ୍‌ ଡ. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମିଲେଟ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ପୋଷଣ ଓ ଜୀବିକାର୍ଜନ ଉପରେ ଅନୁରୂପ ଭାବରେ ପ୍ରାଧାନ୍ୟ ଦିଆଯାଇଥିଲା।

ଆଲୋଚକ ଭାବରେ ମଧୂସ୍ମିତା ଶତପଥୀ, ଡ. ରାଜେନ୍ଦ୍ର ଆର୍‌. ଚାପ୍‌କେ, ହାଇଦ୍ରାବାଦସ୍ଥିତ ହାର୍ଭେଷ୍ଟ ପ୍ଲସ୍‌ ସଂଗଠନର ବିନୁ ଚେରିଆନ୍‌ଙ୍କ ସମେତ ଦମୟନ୍ତୀ ରଣା ଓ ଅଜିତ କୁମାର ସାହୁ ନିଜ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ। ରାଜ୍ୟରେ ମିଲେଟ ଚାଷର ପୃଷ୍ଠଭୂମି ସାଙ୍ଗକୁ ସେମାନେ ବିଭିନ୍ନ ଆହ୍ୱାନ ଓ ସୁଯୋଗଗୁଡ଼ିକ ଉପରେ ମତ ରଖିଥିଲେ।

ଦୂରଦୃଷ୍ଟିସଂପନ୍ନ ଆଭିମୁଖ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ରାଜ୍ୟରେ ପୁଷ୍ଟିଶସ୍ୟ ଉତ୍ପାଦନ ବୃଦ୍ଧି ହୋଇପାରିବ। ପୁଣ୍ଟି ନିରାପତ୍ତା ସାଙ୍ଗକୁ ପୋଷଣୀୟ ଜୀବିକାର୍ଜନ ନିମନ୍ତେ କମ୍‌ ବ୍ୟୟରେ ପୁଷ୍ଟିଶସ୍ୟ ଉତ୍ପାଦନ ନିମନ୍ତେ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଅଂଶଗ୍ରହଣକାରୀ କୃଷକ ଓ ଗୋଷ୍ଠୀ ନେତୃବୃନ୍ଦ କ୍ଷେତ୍ରୀୟ ସ୍ତରରେ ସାମ୍‌ନା କରିଥିବା ପ୍ରତିବନ୍ଧକଗୁଡ଼ିକ ନେଇ କହିବା ସହିତ ସେଗୁଡ଼ିକର ନିରାକରଣ ପାଇଁ ବିଭିନ୍ନ ପ୍ରୟାସ ବାବଦରେ ଅଭିଜ୍ଞତା ପ୍ରକାଶ କରିଥିଲେ।

ଜୈବ-ପୁଷ୍ଟିବର୍ଦ୍ଧକ ମିଲେଟ ଉତ୍ପାଦନ ନିମନ୍ତେ ନିରନ୍ତର କୃଷି ଅଭ୍ୟାସର ବିକାଶ ସାଙ୍ଗକୁ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଉପରେ ଆଲୋଚକମାନେ ଗୁରୁତ୍ୱ ଦେଇଥିଲେ। ପୁଷ୍ଟିଶସ୍ୟ ଚାଷ, ଉତ୍ପାଦନ ଓ ବ୍ୟବହାର ଉପରେ ସେମାନେ ନିଜ ନିଜର କ୍ଷେତ୍ରଭିତ୍ତିକ ଅନୁଭୂତି ବାଣ୍ଟିଥିଲେ। ପୁଷ୍ଟିଶସ୍ୟ ଚାଷରେ ଅଧିକ ସମ୍ଭାବନା ଓ ଭବିଷ୍ୟତ ରହିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ।

Millet Millet Mission ନବୀନ ପଟ୍ଟନାୟକ ମିଲେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.