Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି!
ବିଶେଷ ଖବର

ବିଜେଡିରେ ଭିକେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ିବା ପରେ ବିଦ୍ରୋହ ଭରସାରେ ବିଜେପି!

November 13, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
pandian

ଭୁବନେଶ୍ୱର: ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ନମ୍ବର ୨ ସ୍ଥାନ ଅଧିକାର କରିଥିବା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଯୋଗୁଁ ନିର୍ବଚନ ରାଜନୀତିରେ ସଫଳତା ପାଇବା ନେଇ ରାଜ୍ୟ ବିଜେପି ନେତାଙ୍କ ମନରେ ଛନକା ପଶିଛି। ରାଜନୀତିରେ ଆଧିପତ୍ୟ ବିସ୍ତାର କରିବା କ୍ଷେତ୍ରରେ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ମଧ୍ୟ ବିଜେଡିର ସାମଞ୍ଜସ୍ୟ କେହି ନାହାନ୍ତି। ପ୍ରଥମେ ବିଜେଡି ସହିତ ମେଣ୍ଟ କରି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୦୯ ପରଠାରୁ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଏବେ ବିଜେଡିରେ କେବେ ବିଦ୍ରୋହ ହେବ ତାକୁ ଅନାଇ ବସିଛି ବିଜେପି।

ଗତ ବିଧାନସଭା ନିର୍ବାଚନରେ ୨୩ ବର୍ଷ ଧରି କ୍ଷମତାରେ ଥିବା ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୧୪୭ଟି ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲା। ୨୩ ବିଧାୟକଙ୍କ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହି ବିରୋଧୀ ଦଳର ମାନ୍ୟ ହାସଲ କରିଥିଲା। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ଓଡ଼ିଶାର ମତଦାତାମାନେ ନରେନ୍ଦ୍ର ମୋଦିଙ୍କ ହାଓ୍ୱାରେ ପ୍ରଭାବିତ ହୋଇ ନଥିଲେ। ଫଳରେ ୨୧ଟି ଲୋକସଭା ଆସନରୁ ୧୨ଟିରେ ବିଜେଡିକୁ ମତଦାତାମାନେ ପସନ୍ଦ କରିଥିବାବେଳେ ୮ଟି ବିଜେପି ହାତକୁ ଓ ଗୋଟିଏ କଂଗ୍ରେସକୁ ଯାଇଥିଲା।

ଓଡ଼ିଶାରେ ବିଜେଡି ଓ ବିଜେପିର ନେତାମାନଙ୍କ ମଧ୍ୟରେ ରାଜନୈତିକ ପ୍ରତିସ୍ପର୍ଦ୍ଧା ବଢ଼ୁଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିଛନ୍ତି। ନିର୍ବାଚନ ସମୟରେ କିମ୍ବା ପରେ ବିଜେଡିରେ ଅନ୍ତର୍ହକଳହ ସୃଷ୍ଟି ସହିତ ବିଭାଜନ ହେଲେ ବିଜେପି ନେତାମାନେ କ୍ଷମତାକୁ ଆସିବା ପାଇଁ ବିଜେପି ନେତାମାନେ ଆଶା ରଖିଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ନବୀନଙ୍କ ବିଶ୍ୱସ୍ତ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଦୀର୍ଘ ଦିନ ଧରି ତାଙ୍କର ବ୍ୟାକରୁମ୍ ଭୂମିକା ତୁଲାଉଥିଲେ। ଏବେ ୪୮ ବର୍ଷୀୟ ପାଣ୍ଡିଆନ ଚାକିରିରୁ ଅବସର ନେବା ପରେ ବିଜେଡିରେ ଅଧିକରୁ ଅଧିକ କ୍ଷମତା ମିଳିଛି। ବିଜେଡିର ଦାୟିତ୍ୱ ନେବା ପାଇଁ ସେ ନବୀନଙ୍କ ମନୋନୀତ ବ୍ୟକ୍ତି ବୋଲି ଏବେ ସ୍ୱର ଉଠିବାରେ ଲାଗିଛି।

କିନ୍ତୁ ନବୀନ ପଟ୍ଟନାୟକଙ୍କୁ ନେଇ ଗଠିତ ଏବଂ କୌଣସି ଦ୍ୱିତୀୟ ସ୍ତରର ନେତା ବିଜେଡିକୁ ଶୀଘ୍ର ଭାଙ୍ଗିବା ନେଇ ବିଜେପି ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେ ଧୂଳିସାତ୍ ହୋଇଯାଇଛି । ତେବେ ପାଣ୍ଡିଆନଙ୍କ ଉତ୍‍ଥାନ ବିଜେଡିରେ ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଉ ଏକ ଗୋଷ୍ଠୀ ବିଶ୍ୱାସ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉନ୍ନତିକୁ ନେଇ ଦଳର ଏକ ବଡ଼ ବର୍ଗ ଅସନ୍ତୁଷ୍ଟ ଅଛନ୍ତି। ଉଦାହରଣସ୍ୱରୂପ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ପିକେ ବଳବନ୍ତରାୟ ଓ ସଞ୍ଜୟ ଦାସ ବର୍ମାଙ୍କ ଭଳି ଅନେକ ଯୁବ ବିଜେଡି ନେତାଙ୍କୁ ଉଦୀୟମାନ ତାରକାଭାବେ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା। ଏବେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହା ନେଇ ରାଜନୀତିକ ମହଲରେ ଆଲୋଚନା ହେଉଛି।

ତେବେ ଜଣେ ନେତାଙ୍କ କହିବା ଅନୁଯାୟୀ, ସେମାନେ ଏପର୍ଯ୍ୟନ୍ତ ନବୀନଙ୍କୁ ମାନୁଥିବା ଜଣାପଡ଼ିଛି। ଶ୍ରୀ ପଟ୍ଟନାୟକଙ୍କ ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନଥିବାରୁ ଏହି ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ପାଣ୍ଡିଆନଙ୍କ ବିଜେଡରେ ପଅଭାବ ବଢଆିବା ସମ୍ପର୍କରେ ପ୍ରାୟ ୫ ବର୍ଷ ହେଲା ଚର୍ଚ୍ଚାରେ ରହିଛି। ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପାଣ୍ଡିଆନଙ୍କ ପ୍ରତି ଦଳୀୟ ନେତାମାନଙ୍କର ଭଲ ପାଇବା ନ ଥିବାବେଳେ ବିଶେଷ ଅସନ୍ତୋଷ ମଧ୍ୟ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

ରାଜ୍ୟ ବିଜେପି ନେତାମାନେ ଏବେ ଅନୁଭବ କଲେଣି ଯେ ସେମାନେ କ୍ଷମତାକୁ ଆସିବା ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଅନେକ ବିଜେପି ନେତାଙ୍କ ପାଖରେ ଏବେ ଧୈର୍ଯ୍ୟ ନାହିଁ। କିନ୍ତୁ ଅପର ପକ୍ଷରେ ନବୀନଙ୍କ ସହ ସମ୍ପର୍କ ଖରାପ କରିବାକୁ ପ୍ରସ୍ତୁତ ନ ଥିବା ଏବଂ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ବିଜେଡିର ସହାୟତା ନେଇଥିବା କେନ୍ଦ୍ରୀୟ ବିଜେପି ନେତାମାନଙ୍କ ଯୋଗୁଁ ଏହି ଅଚଳାବସ୍ଥା ଅଧିକ ଅନୁଭୂତ ହେଉଛି।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆମ ଦଳର ନେତୃତ୍ୱ ସେହି ଭୋଟ୍‍ ପାଇବାକୁ ଆଗ୍ରହୀ ନୁହଁନ୍ତି। ବିଜେପି ମଝିରେ ଅଟକି ରହିବାର ଅର୍ଥ ଏହାର ନେତାମାନେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିନାହାଁନ୍ତି କି ଅନ୍ୟ ଦଳର ଭଲ ଚେହେରାଙ୍କୁ ଆକର୍ଷିତ କରିପାରୁ ନାହାଁନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱ ବିଶ୍ୱାସଯୋଗ୍ୟ ନୁହେଁ। କୌଣସି ନେତା ବିଜେପିରେ ମିଶିଲେ ନିଜ ସ୍ଥିତି ନେଇ ନିଶ୍ଚିତ ନୁହଁନ୍ତି ବୋଲି ବିଜେଡିର ଜଣେ ପୂର୍ବତନ ସାଂସଦ କହିଛନ୍ତି।

ପାଣ୍ଡିଆନଙ୍କ ପ୍ରବେଶର ଆଉ ଏକ ଦିଗ ରହିଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ହେବ। ଏହା ପୂର୍ବରୁ ଠିକଣା ସମୟରେ ଆଇଏଏସ୍ ପଦରୁ ସ୍ୱେଚ୍ଛାକୃତ ଅବସର ନେବାକୁ କେନ୍ଦ୍ର ଅନୁମତି ଦେଇଥିବାରୁ ପାଣ୍ଡିଆନଙ୍କର ବିଜେପି କେନ୍ଦ୍ରୀୟ ନେତାଙ୍କ ସହିତ ଦୃଢ଼ ସମ୍ପର୍କ ରହିଛି ବୋଲି ଜଣେ ନେତା ଦର୍ଶାଇଛନ୍ତି।

ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ପକ୍ଷର ନରମ ଆଭିମୁଖ୍ୟ ପରିବର୍ତ୍ତନ ହୋଇପାରେ। ଉଦାହରଣସ୍ୱରୂପ ଖୁବଶୀଘ୍ର ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ଅନ୍ୟତମ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି।

ଜାତୀୟ ରାଜନୀତିରେ ନିଜର ବାର୍ଗେନିଂ ପାୱାର ବଜାୟ ରଖିବା ପାଇଁ ବିଜେଡି ଲୋକସଭାରେ ଯଥାସମ୍ଭବ ଅଧିକ ଆସନ ଜିତିବାକୁ ଚାହୁଁଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ୨୦୨୪ ଭଳି ପ୍ରଭାବଶାଳୀ ହେବ ନାହିଁ ବୋଲି ଆଶା କରାଯାଉଥିବାରୁ ଆଗକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆସନରେ ବିଜୟୀ ହୋଇପାରେ।

ଯଦି କେନ୍ଦ୍ର ସରକାର ସଂସଦରେ ସଂଖ୍ୟା ଖେଳରେ ଦୁର୍ବଳ, ତେବେ ଆଞ୍ଚଳିକ ଦଳ ଓ ରାଜ୍ୟ ପାଇଁ ଭଲ ଶକ୍ତି ରହିବା ସବୁବେଳେ ଭଲ। ବିଜେଡି ଏହାକୁ କାହିଁକି ବାଜି ଲଗାଇବ ବୋଲି ବିଜେଡିର ଜଣେ ନେତା ପ୍ରଶ୍ନ କରିଛନ୍ତି।

ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଜେଡି ବିଜେପି ଭିକେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

“କେରଳରେ ହେବ ତ୍ରିକୋଣୀୟ ପ୍ରତିଯୋଗିତା”: ବିଜେପି ବିଷୟରେ ଭବିଷ୍ୟବାଣୀ କଲେ ସିପିଆଇ ନେତା

March 23, 2026

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026
Latest News

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026

ଜିଓ ଏବଂ ଏୟାରଟେଲ୍ କମ୍ପାନୀର ବଢିବ ଚିନ୍ତା: ମିଶିବାକୁ ଯାଉଛନ୍ତି ଏହି ଦୁଇ କମ୍ପାନୀ

March 23, 2026

ପାକିସ୍ତାନରେ ଆକାଶଛୁଆଁ ପେଟ୍ରୋଲ ଓ ଗ୍ୟାସର ମୂଲ୍ୟ: ଜାଣନ୍ତୁ ଭାରତଠାରୁ କେତେ ପାର୍ଥକ୍ୟ?

March 23, 2026

IPL ପାଇଁ PSL ଛାଡିଥିବା ଖେଳାଳିମାନଙ୍କ ବିରୁଦ୍ଧରେ PCB କଠୋର: କାର୍ଯ୍ୟାନୁଷ୍ଠାନ ଚେତାବନୀ

March 23, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.