Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ, ଏହାକୁ ଅଣଦେଖା କରି ୨୦୨୪ ପାଇଁ ମିଶନ-୧୨୦ ର ମୂଲ୍ୟ କଣ?
ବିଶେଷ ଖବର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ, ଏହାକୁ ଅଣଦେଖା କରି ୨୦୨୪ ପାଇଁ ମିଶନ-୧୨୦ ର ମୂଲ୍ୟ କଣ?

June 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ- ଏତିକି ଶୁଣୁ ଶୁଣୁ ଭକ୍ତମଣ୍ଡଳୀ ପାଗଳା ହୋଇଯିବେ। ସେମାନଙ୍କ ମତରେ ଅନ୍ୟ ଦଳରେ ବହୁତ ସମସ୍ୟା ଓ  ସଙ୍କଟ, ହେଲେ ବିଜେପି ବିଶୁଦ୍ଧ ଗଙ୍ଗାଜଳ! ତେବେ ରାଜ୍ୟ ବିଜେପି ଭିତରେ ଗୋଷ୍ଠୀ ବିବାଦ ଓ ଫାଟ ଯେତେ ଲୁଚେଇଲେ ବି ଲୁଚୁ ନାଇଁ। ମନ୍ତ୍ରୀ ଭାବରେ ଶପଥ ନେବା ପରେ ଗତକାଲି ଓଡିଶାର ଏକମାତ୍ର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ନିର୍ବାଚିତ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ କରିବା ଲାଗି ଯେଉଁ ଯୋଜନା  ହୋଇଥିଲା, ସେଥିରେ ବିଜେପିର ବିଜୟ  ଉତ୍ସବ ଅପେକ୍ଷା ଦଳର ଗୋଷ୍ଠୀ କନ୍ଦଳ ଜଳ ଜଳ ଦେଖା ଯାଉଥିଲା। ବିମାନ ବନ୍ଦରରୁ ପୁରୀ ଓ ପୁରୀ ରୁ ପ୍ରଦର୍ଶନୀ ପଡିଆର ସମ୍ବର୍ଦ୍ଧନା ସଭା ଯାଏଁ ସବୁଠି ବିଜେପି ନେତାମାନଙ୍କ ଭିତରେ ମନୋମାଳିନ୍ୟର ସ୍ପଷ୍ଟ ଛବି ଦିଶୁଥିଲା।

ବିମାନ ବନ୍ଦରରେ ଦଳର ଯୁବ ନେତାମାନେ ପରଷ୍ପର ବିରୋଧରେ ଧସ୍ତାଧସ୍ତି ହେବା ସହିତ ଏହି ମାମଲା ଥାନାକୁ ପହଞ୍ଚିଥିଲା। ଭୁବନେଶ୍ବରର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବହୁ ଦଳୀୟ ନେତା ଖୋଲାଖୋଲି ଅଭିଯୋଗ କରିଥିଲେ। ଦଳୀୟ କର୍ମୀଙ୍କ ଭିତରେ ପ୍ରବଳ ସନ୍ଦେହ ଓ ଅବିଶ୍ବାସର ପ୍ରତିଫଳନ ସବୁଠି ବାରି ହୋଇ ପଡୁଥିଲା । ପରାଜୟର ଗ୍ଲାନିକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିଶି ଯାଉଛି। ତାରି ଭିତରେ ଲୋକସଭାରେ ବିଜେପି ଯେଉଁ ଆଂଶିକ ସଫଳତା ପାଇଛି, ତାର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବାଲାଗି ଅନେକ ରାଜ୍ୟ ନେତା ନାରାଜ। ସେଥିଲାଗି ଗତ କାଲିର ସମ୍ବର୍ଦ୍ଧନା ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀ ଯୋଗଦାନ କରି ନଥିଲେ। ଔପଚାରିକ ଭାବରେ ଅପରାଜିତା ବିମାନ ବନ୍ଦରରେ ମନ୍ତ୍ରୀ ଦୁହିଙ୍କୁ ସ୍ଵାଗତ କରିଥିଲେ ମଧ୍ୟ, ନିଜ ନିର୍ବାଚନ ମଣ୍ଡଳୀର ସମ୍ବର୍ଦ୍ଧନା ସଭାରେ ଯୋଗ ନଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇତି ମଧ୍ୟରେ ଅପରାଜିତା ବିଜେପିର ପାରମ୍ପରିକ ରାଜନୀତିଠୁ ଭିନ୍ନ ଢଙ୍ଗରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଆକ୍ରାମକ ପ୍ରଚାରଠାରୁ ନିଜକୁ ଦୂରେଇ ରଖିଥିଲେ। ନିଜର ଲୋକ ସମ୍ପର୍କ ଓ ବିକାଶର କଥା କହିବା ସହିତ ସବୁ ବର୍ଗଙ୍କୁ ସାଙ୍ଗରେ ନେଇ କାମ କରିବାର ସୂତ୍ର ସେ ଆପଣାର କରିଥିଲେ। ତାଙ୍କ ବିଜୟ  ପଛରେ ଏହି ସୂତ୍ର ହିଁ କାମ କରିଥିଲା। ଭୁବନେଶ୍ୱର ଆସନରୁ ଜିତିଥିବାରୁ ତାଙ୍କୁ ବିଜେପି ତରଫରୁ ମନ୍ତ୍ରୀ କରାଯିବ ବୋଲି ସେ ହୁଏତ ଆଶା ମଧ୍ୟ କରିଥିଲେ। ଏ ସମ୍ପର୍କରେ କିଛିଟା ଇଙ୍ଗିତ ଗତକାଲିର ସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଇଥିଲେ। ମନ୍ତ୍ରୀ କିଏ ହେଉଛି ବୋଲି ଜାଣିବାକୁ ଅପରାଜିତା ତାଙ୍କୁ ଫୋନ କରିଥିଲେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ଇତି ମଧ୍ୟରେ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ମଧ୍ୟ ବିଜେପି ଭିତରେ ଚାପା ଗୁଞ୍ଜରଣ ଲାଗି ରହିଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କିମ୍ବା ବାଚସ୍ପତି ନିର୍ବାଚନରେ ଭାଗ ନେଇନଥିବା ବେଳେ ଅପରାଜିତା ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅନେକଙ୍କୁ ଅସ୍ଵାଭାବିକ ମାନେ ହେଉଛି।

ତେବେ ଅପରାଜିତା ଷଡଙ୍ଗୀ ତାଙ୍କ ରାଜନୀତି ବିଜେପି ରାଜନୀତିଠୁ ଅଲଗା ହେବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି। ତାଙ୍କର ଏ ପ୍ରକାର ମନୋଭାବ ହୁଏତ ବିଜେପିର ତାଙ୍କୁ ବେଶୀ ଦିନ ରଖାଇ ଦେଇ ନପାରେ। ସମନ୍ଵୟ ଓ ସହାବସ୍ଥାନ ବିଜେପିର ସ୍ଵାଭାବିକ ରାଜନୀତି ନୁହେଁ। ସଂଘ ପରିବାରର ପୃଷ୍ଠଭୂମି ନ ଥିବାରୁ ଅପରାଜିତାଙ୍କୁ ସହଜରେ ମନ୍ତ୍ରୀମଣ୍ଡଳରେ ଜାଗା ମିଳିବାର ସମ୍ଭାବନା କମ। ସମୟକ୍ରମେ ଅପରାଜିତା ବିଜେପିର ରାଜ୍ୟ ନେତୃତ୍ଵ ସହ ଅସହମତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଦଳ ଭିତରେ ଆଜି ମଧ୍ୟ ସେ ଏକ ପ୍ରକାର “ବାହାରିଆ” ଲୋକ ହୋଇ ରହିଛନ୍ତି।

କେବଳ ଅପରାଜିତା ନୁହନ୍ତି, ବିଜେଡ଼ିରୁ ଠିକ ନିର୍ବାଚନ ପୂର୍ବରୁ ଯେଉଁ ନେତା ମାନେ ବିଜେପିକୁ ଆସିଛନ୍ତି, ସେମାନେ ମଧ୍ୟ ଦଳ ଭିତରେ କୋଣଠେସା ହେବେ। ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ନିର୍ବାଚନ ପରେ ଏବେ ବିଜେପିର ଆଉ ବିଶେଷ କାମରେ ଲାଗିବାର ନାହିଁ। ପାଟକୁରା ଉପ ନିର୍ବାଚନରେ ବିଜୟ ମହାପାତ୍ର ଜିତିଲେ ହୁଏତ ତାଙ୍କର କିଛି ସ୍ଥିତି ରହିବ, ନଚେତ ପୁଣିଥରେ ସେ ବିଜେପି ଅଫିସରେ ପୁରୁଣା ଚୌକି ହୋଇ ପଡି ରହିବେ। ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ କଠୋର ସମାଲୋଚକ ଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ଏବେ ଧର୍ମେନ୍ଦ୍ରଙ୍କ ବଶଂବଦ ହୋଇ ରହିଛନ୍ତି। ତେବେ ଏହା କେତେଦିନ ଜାରି ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟ ପକ୍ଷରେ ପଶ୍ଚିମ ଓଡିଶାରୁ ବିଜେପି ୫ ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଜିତିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେ ଅଞ୍ଚଳ ପ୍ରତି ଉପେକ୍ଷାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ଏହା ଅନେକାଂଶରେ ବିଜେପି ନେତାଙ୍କ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିବ। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରାଜ୍ୟ ବିଜେପିକୁ ଆଗାମୀ ଦିନରେ ଆହୁରି ବିଭାଜିତ ଓ ଗୋଷ୍ଠୀ ବିଭକ୍ତ କରିବାର ସମ୍ଭାବନା ଏବେ ଜଳ ଜଳ ହୋଇ ଦିଶୁଛି। ସେଥିରେ ଆଉ ଥରେ୨୦୨୪ ଲାଗି ମିଶାନ-୧୨୦+ ଗୋଟେ ହାସ୍ୟାସ୍ପଦ ସ୍ଲୋଗାନ ମନେ  ହେଉଛି!!

BJP dharmendra pratapsadangi
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Latest News

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026

ଗାଧୋଉଥିବାବେଳେ ଜଣେ ଛାତ୍ର ମୃତ, ୨ ନିଖୋଜ

June 28, 2026

ଅଧିନାୟକ ନାହିଁ ତ ଦଳରେ ରହିବାର ନାହିଁ: MI କୁ ଅଲଟିମେଟମ୍ ଦେଲେ କି ସୂର୍ଯ୍ୟକୁମାର

June 28, 2026

ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

June 28, 2026

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.