Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରହ୍ମପୁରର ରିଂ ରୋଡ, ମେଟ୍ରୋ ରେଳ ପ୍ରକଳ୍ପ ସହିତ ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ
ବିଶେଷ ଖବର

ବ୍ରହ୍ମପୁରର ରିଂ ରୋଡ, ମେଟ୍ରୋ ରେଳ ପ୍ରକଳ୍ପ ସହିତ ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

November 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁରର ରିଂ ରୋଡ, ମେଟ୍ରୋ ରେଳ ପ୍ରକଳ୍ପ ସହିତ ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର: ରାଜଧାନୀ ପରି ଗମନାଗମନ ସୁବିଧା ପାଇଁ ବ୍ରହ୍ମପୁରରେ ମଧ୍ୟ ହେବ ରିଂ ରୋଡ। ଆସନ୍ତା ୨୪ ମାସରେ ଏହି କାର‌୍ୟ୍ୟ ସଂପୂର୍ଣ୍ଣ କରାଯିବ। ଏଥିପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକରେ ଭିନ୍ନ ଭିନ୍ନ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ତେବେ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି ତାହା ହେଲା ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରର ଏୟାର ପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି। ଆଜି ଏହି ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ଡିପିଆର ପ୍ରସ୍ତୁତି ନିମନ୍ତେ କ୍ୟାବିନେଟ ମଂଜୁରୀ ମିଳିଛି।

ଏହି ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଆସନ୍ତା ଜାନୁୟାରୀ ପହିଲାରେ ଏହି ପ୍ରକଳ୍ପର ଭୂମିପୂଜନ ହେବ ବୋଲି ଆଗରୁ ଘୋଷଣା କରାଯାଇଛି। ସେହିପରି ଏହି କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ ହୋଇଥିବା ଆମ ହସପିଟାଲ ଯୋଜନାକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ୫ଟି ଉପକ୍ରମରେ ଏହି ଯୋଜନା କାର‌୍ୟ୍ୟକାରୀ କରାଯାଉଛି।

ସେହିପରି ଘରେଘରେ ପାନୀୟ ଜଳ ଯୋଗାଣ, ଗଂଜାମ ଜିଲ୍ଲାର ଜଳସେଚନ ପାଇଁ ଋଷୁକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ପରି ୧୧ ଟି ବିଭାଗର ୧୨ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

cabinet meeting Odisha Cabinet Meeting ଓଡିଶା କ୍ୟାବିନେଟ ବୈଠକ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026
Latest News

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.