Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ କଳିଙ୍ଗ ହର୍ବାଲ୍‌ ମେଳା; ମିଳୁଛି ପଞ୍ଚକର୍ମ, ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା
ବିଶେଷ ଖବର

ଭୁବନେଶ୍ବରରେ କଳିଙ୍ଗ ହର୍ବାଲ୍‌ ମେଳା; ମିଳୁଛି ପଞ୍ଚକର୍ମ, ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା

December 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ କଳିଙ୍ଗ ହର୍ବାଲ୍‌ ମେଳା; ମିଳୁଛି ପଞ୍ଚକର୍ମ, ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା

ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି। କାରଣ ନିରବଚ୍ଛିନ୍ନ ଭାବେ ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି ହେଉଛି। ଏଥି ପାଇଁ ସରକାର ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମାଧ୍ୟମରେ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏଥିସହ ଜନସାଧାରଣଙ୍କର ସହଯୋଗ ଏବଂ ସେମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି, କାରଣ ଆୟୁର୍ବେଦିକ ଚିକିତ୍ସାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ ବୋଲି ୧୬ତମ କଳିଙ୍ଗ ହର୍ବାଲ୍‌ ମେଳା-୨୦୨୩କୁ ଉଦ୍‌ଘାଟନ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି।

ଆଜି ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଆୟୁର୍ବେଦିକ ଚିକିତ୍ସାକୁ ଲୋକପି୍ରୟ କରିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ମେଳା ଏକ ପ୍ରକୃଷ୍ଟ ମାଧ୍ୟମ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦର ଭଣ୍ଡାର । ଜଗନ୍ନାଥ ସଂସ୍କୃତିରେ ଔଷଧୀୟ ବୃକ୍ଷଲତାର ବହୁଳ ବ୍ୟବହାର ହୋଇଥାଏ। କରୋନା ପରେ ଭାରତୀୟ ଆୟୁର୍ବେଦିକ ଚିକିତ୍ସାର ଆଦର କ୍ରମଶଃ ବଢ଼ିବାରେ ଲାଗିଛି। ତେଣୁ ଔଷଧୀୟ ଉଦ୍ଭିଦର ଚାହିଦା ମଧ୍ୟ ବଢ଼ିଚାଲିଛି।

ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନଗୁଡ଼ିକ ଔଷଧୀୟ ଉଦ୍ଭିଦ ଚାଷ ସହ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ଲାଭବାନ ହୋଇପାରିବେ। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସହ ରିହାତିର ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଡ. ଦେବୀଦତ୍ତ ବିଶ୍ୱାଳ କହିଲେ ଯେ ଆୟୁର୍ବେଦିକ, ଏଲୋପାଥିକ ଏବଂ ହୋମିଓପାଥିକ ଚିକିତ୍ସା ପଦ୍ଧତି ପରସ୍ପରଠାରୁ ଭିନ୍ନ କିନ୍ତୁ ଅଭିନ୍ନ ନୁହନ୍ତି। ପ୍ରତ୍ୟେକ ଚିକିତ୍ସା ପଦ୍ଧତିର ସ୍ୱାତନ୍ତ୍ର୍ୟ ରହିଛି। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ବିପୁଳ ସମ୍ଭାବନା ରହିଛି।

ବୈଦ୍ୟ, ଡାକ୍ତର, ଚାଷୀ, ସରକାରୀ ତଥା ବେସରକାରୀ ସଂଗଠନ, ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କୁ ଏକତି୍ରତ କରି କଳିଙ୍ଗ ହର୍ବାଲ ମେଳା ଏକ ସୁନ୍ଦର ମଞ୍ଚ ପ୍ରଦାନ କରୁଛି। ଏହି ମେଳା ଦ୍ୱାରା ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଦୀପ ନାୟକ ସ୍ୱାଗତ ଭାଷଣ ଅବସରରେ ମେଳା ଆୟୋଜନର ଆଭିମୁଖ୍ୟ ଓ ଉପଲବ୍ଧି ବାବଦରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଦୁଇଟି ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଉପ-ବନସଂରକ୍ଷକ ଶ୍ରୀମତୀ କିରଣବାଳା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ମେଳାରେ ବିଭିନ୍ନ ରୋଗ ସଂପର୍କିତ ଆଲୋଚନା ଚକ୍ର, ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା, ବୈଦ୍ୟ କର୍ମଶାଳା ତଥା ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ଯଥା- ଆୟୁର୍ବେଦ, ପଞ୍ଚକର୍ମ, ଯୋଗ ଓ ପ୍ରାକୃତିକ ଚିକିତ୍ସା ଏବଂ ହୋମିଓପାଥି ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏହି ମେଳା ଚଳିତ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୧ଟାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ନିମନ୍ତେ ଖୋଲା ରହିବ।

herbal mela
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026
Latest News

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026

ବନ୍ଧୁ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଚାରି ଭାରତୀୟଙ୍କ ମୃତ୍ୟୁ: ଚେତାବନୀ ଜାରି କଲା ଭାରତ

July 21, 2026

ପ୍ରତିବାଦ ସମୟରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ଉତ୍ତେଜନା: ଏହି ପଦକ୍ଷେପ ନେଲା ପୋଲିସ

July 21, 2026

ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

July 21, 2026

ସମୁଦ୍ର ଅବରୋଧ ଘୋଷଣା କଲା ହୁଥି ବିଦ୍ରୋହୀ: ବୃଦ୍ଧି ହେବ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ?

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.