Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନଙ୍କ ଗଡରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି ଧର୍ମେନ୍ଦ୍ରଙ୍କ ଅଞ୍ଚଳକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ
ବିଶେଷ ଖବର

ପ୍ରଧାନଙ୍କ ଗଡରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି ଧର୍ମେନ୍ଦ୍ରଙ୍କ ଅଞ୍ଚଳକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
DPandian
ଧର୍ମେନ୍ଦ୍ରଙ୍କ ଘରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି କେନ୍ଦ୍ରମନ୍ତ୍ରୀଙ୍କ ଗଡକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ

ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି ଉପହାସ କରୁଥିଲେ। ହେଲେ ସେତେବେଳେ ପାଣ୍ଡିଆନ କିଛି କହିପାରୁ ନ ଥିଲେ। ଏବେ ସେ ଉଡନ୍ତା ବିହଙ୍ଗ। ସେହି ରାଗ ସୁଝାଇବା ପାଇଁ ବର୍ତ୍ତମାନ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଗଡରେ ପଶି ଗର୍ଜନ ଆରମ୍ଭ କରିଦେଇଛନ୍ତି।

ଗତକାଲି ସେ ଧାମନଗର ଯାଇ ସେଠାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଧାମନଗର ଧର୍ମେନ୍ଦ୍ରଙ୍କ ଗଡ ହୋଇ ନ ଥିଲେ ମଧ୍ୟ ସେଠାରେ ସେ ନିକଟରେ ହୋଇଥିବା ଉପନିର୍ବାଚନର ମଙ୍ଗ ଧରିଥିଲେ। ସେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ବେଳେ କେତେଥର ଯାଇଥିଲେ ଆଉ ଜିତିବା ପରେ ସେ ଆଉ ସେହି ଅଞ୍ଚଳକୁ ଚାହିଁଲେ ନାହିଁ କି ଆସିଲେ ନାହିଁ। ସେହି କଥା ଲୋକଙ୍କୁ ଜଣାଇ, ଧର୍ମେନ୍ଦ୍ରଙ୍କ ମୁଖା ଖୋଲିବାକୁ ପାଣ୍ଡିଆନ ଜାଣିଶୁଣି ଧାମନଗର ଗସ୍ତରେ ଯାଇଥିଲେ।

ସେଠାରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ଉପନିର୍ବାଚନରେ ବିଜେପିର ଯିଏ ମଙ୍ଗ ଧରିଥିଲେ ସେହି ଲୋକଙ୍କୁ ଚିହ୍ନଚ ନା ନାହିଁ। ଲୋକେ ହଁ କଲେ, ତାପରେ ପାଣ୍ଡିଆନ କହିଲେ ସେହି ଲୋକ ନିର୍ବାଚନ ପ୍ରଚାର ପାଇଁ ଏଠାକୁ ପାଞ୍ଚଥର ଆସିଥିଲେ, ହେଲେ ଜିତିବା ପରେ ଆଉ ଆପଣମାନଙ୍କ ପାଖକୁ ଆସିଲେ ନାହିଁ। ସେହି ଲୋକଙ୍କୁ ଆଉ ଟିକିଏ ଭଲକରି ଚିହ୍ନ ବୋଲି ପାଣ୍ଡିଆନ କହିଥିଲେ।

ଆଜି ସେହିପରି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଘରେ ଗର୍ଜନ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଅଞ୍ଚଳ ଅନୁଗୁଳ ଜିଲ୍ଲା ଗସ୍ତ କରି ଗଡସନ୍ତୀଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଏହି ଗର୍ଜ୍ଜନ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ରରେ ଦୀର୍ଘ ଦିନ ଧରି ସେ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଞ୍ଚଳ ପାଇଁ ତାଙ୍କର କଣ ଅବଦାନ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ପାଣ୍ଡିଆନ କହିଛନ୍ତି ଯେ, ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ସବୁ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ। ସେହିଭଳି ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ।  କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ ପାଣ୍ଡିଆନ।

ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲାକୁ ଆସିଛନ୍ତି। ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା। କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି। ଜୁନ ମାସରେ ଥରୁଟିଏ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଅନୁଗୁଳ ଜିଲ୍ଲା ଆସିଥିଲି। ଏହାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି।

ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ଆହ୍ବାନ ଦେଇଛନ୍ତି। କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମେନ୍ଦ୍ରଙ୍କୁ ଏପରି ଟାର୍ଗେଟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ବେଶ ଗରମ କରି ରଖିଛି। ଯାହା ଜଣାପଡୁଛି ଆଗାମୀ ଦିନରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଉପରେ ସେ ଆହୁରି କଠିନ ହେବେ। ଆହୁରି ସମାଲୋଚନା କରିବେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.