Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକସଭା ନିର୍ବାଚନରେ ୨୫୫ ଆସନରେ ଲଢ଼ିବ କଂଗ୍ରେସ, ସ୍ୱାଧୀନତା ପରଠାରୁ ସର୍ବନିମ୍ନ
ବିଶେଷ ଖବର

ଲୋକସଭା ନିର୍ବାଚନରେ ୨୫୫ ଆସନରେ ଲଢ଼ିବ କଂଗ୍ରେସ, ସ୍ୱାଧୀନତା ପରଠାରୁ ସର୍ବନିମ୍ନ

January 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ମୋଟ ଲୋକସଭା ଆସନରୁ କଂଗ୍ରେସ ମାତ୍ର ୨୫୫ଟି ଆସନରେ ନିର୍ବାଚନ ଲଢ଼ିପାରେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ୧୯୪୭ରେ ସ୍ୱାଧୀନତା ପରେ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ସର୍ବନିମ୍ନ ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ।

ନିର୍ବାଚନୀ ରାଜନୀତିରେ କଂଗ୍ରେସର ଲୋକପ୍ରିୟତା ହ୍ରାସ ପାଇବା ଏବଂ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ପରାସ୍ତ କରିବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟର ସଦସ୍ୟ ରାଜନୈତିକ ଦଳଗୁଡ଼ିକ ସହ ମେଣ୍ଟ ହେବା ପରେ ଏହି ପୁରୁଣା ଦଳ ଅନେକ ବୁଝାମଣା କରିଥିବା ଜଣାପଡ଼ିଛି।

ଅଧିକାଂଶ ସମୟରେ ନିଜର ବଡ଼ପଣ ଦେଖାଇବା ଏବଂ ଅନ୍ୟଦଳକୁ ଉଚିତ ସ୍ଥାନ ଦେବାକୁ ମନା କରୁଥିବା କଂଗ୍ରେସ ମୋଟ ଲୋକସଭା ଆସନର ଅଧାରୁ ଟିକିଏ କମ୍ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେବା ସ୍ପଷ୍ଟ ଭାବରେ ପରିବର୍ତ୍ତନର ଏକ ପଦକ୍ଷେପ ଦର୍ଶାଉଛି।

ଆସନ୍ତୁ ନଜର ପକାଇବା ବର୍ଷ ବର୍ଷ ଧରି ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଲଢ଼ିଥିବା ଆସନ ସଂଖ୍ୟା ଉପରେ-

୧୯୪୭ରେ ଭାରତ ସ୍ୱାଧୀନ ହେବା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ୧୯୫୧ରୁ ୨୦୧୯ ମଧ୍ୟରେ ୧୭ଟି ଲୋକସଭା ନିର୍ବାଚନଲଢ଼ିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଲୋକସଭାର ୫୪୫ ଆସନରୁ କଂଗ୍ରେସ ହାରାହାରି ୪୫୦ରୁ ଅଧିକ ଆସନରେ ପ୍ରତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦେଖିବାକୁ ମିଳିଛି। ୨୦୦୪ ମସିହାରେ କଂଗ୍ରେସ ସବୁଠାରୁ କମ୍ ଆସନରେ ଲଢ଼ିଥିଲା, ଯେତେବେଳେ ଦଳ ମାତ୍ର ୪୧୭ ଟି ଆସନରେ ଲଢ଼ିଥିଲା।

ଉଲ୍ଲେଖଯୋଗ୍ୟ, ୧୯୯୬ରେ କଂଗ୍ରେସ ୫୨୯ଟି ଆସନରେ ଲଢ଼ିଥିଲା। ପିଭି ନରସିଂହ ରାଓଙ୍କ ପାଞ୍ଚବର୍ଷର ଶାସନ ପରେ ଭାରତ ଏହି ନିର୍ବାଚନ ଦେଖିଥିଲା।

୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଭାରତୀୟ ଭୋଟ ବ୍ୟାଙ୍କରେ କଂଗ୍ରେସର ପୂର୍ଣ୍ଣ ଲୋକପ୍ରିୟତା ହ୍ରାସ ପାଇଥିଲା, ଯେଉଁଥିରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୟୁପିଏକୁ ହରାଇ କ୍ଷମତାକୁ ଆସିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଯଥାକ୍ରମେ ୪୬୪ ଓ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା।

୧୯୮୪ ପଦାର୍ପଣ ବର୍ଷରେ ୨୨୯ରେ ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବା ବିଜେପିର ବର୍ତ୍ତମାନ ଭାରତୀୟ ସଂସଦରେ ୨୯୦ରୁ ଅଧିକ ସାଂସଦ ଅଛନ୍ତି। ୧୯୯୧ ପରଠାରୁ ବିଜେପି କେବେବି ୩୦୦ରୁ କମ୍ ଆସନରେ ନିର୍ବାଚନ ଲଢ଼ିନାହିଁ।

ଇଣ୍ଡି ମେଣ୍ଟର ରିପୋର୍ଟ କାର୍ଡ

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ୨୫୫ଟି ଆସନରେ ଲଢ଼ିବାକୁ ଯୋଜନା କରିଥିବାବେଳେ ବାକି ଆସନ (୨୮୮)ରେ ବିରୋଧୀ ଇଣ୍ଡି ମେଣ୍ଟରେ ଥିବା ୨୭ଟି ଦଳ ଲଢ଼ିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ସେଥିମଧ୍ୟରୁ ୨୦୧୯ରେ ଅବିଭକ୍ତ ଶିବସେନା ସର୍ବାଧିକ ଆସନରେ ଲଢ଼ିଥିବାବେଳେ ସିପିଆଇ(ଏମ୍) ଓ ତୃଣମୂଳ କଂଗ୍ରେସ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଯେଉଁ ଦଳରୁ ଇଣ୍ଡି ମେଣ୍ଟରେ ଥିବା ଦଳ ସର୍ବାଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ତାହା ହେଲା ତାମିଲନାଡୁରୁ ଏମକେ ଷ୍ଟାଲିନଙ୍କ ଡିଏମକେ ଏବଂ ବିହାରରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍)।

Congress dmk Election2024 INDI Alliance jdu TMC
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.