Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଣ୍ଡି ମେଣ୍ଟକୁ ବଡ଼ ଝଟକା: ମମତା ବାନାର୍ଜୀ ଘୋଷଣା କଲେ, ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବି
ବିଶେଷ ଖବର

ଇଣ୍ଡି ମେଣ୍ଟକୁ ବଡ଼ ଝଟକା: ମମତା ବାନାର୍ଜୀ ଘୋଷଣା କଲେ, ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବି

January 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଇଣ୍ଡି ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ମମତା କହିଛନ୍ତି- ପଶ୍ଚିମବଙ୍ଗରେ ଆସନ ବଣ୍ଟନ ନେଇ ମୋର ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଏଭଳି ସ୍ଥିତିରେ ମେଣ୍ଟରେ ରହିବାର କୌଣସି ଅର୍ଥ ନାହିଁ। ବଙ୍ଗଳାରେ ଆମେ ଏକାକୀ ଲଢ଼ିବୁ।

ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କଂଗ୍ରେସ ୧୦ରୁ ୧୨ଟି ଆସନ ଦାବି କରୁଛି। ଅନ୍ୟପକ୍ଷରେ ଟିଏମସି ମାତ୍ର ୨ଟି ଆସନ ଦେବାକୁ ଜିଦ୍ ଧରିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ସବୁ ଆସନରେ ବିଜୟୀ ହୋଇଥିଲା।

ପଶ୍ଚିମବଙ୍ଗର ଟିଏମସି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ଇଣ୍ଡି ମେଣ୍ଟରେ ସାମିଲ ଅଛନ୍ତି। ଏଭଳି ସ୍ଥିତିରେ ଆସନ ବଣ୍ଟନ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ମମତା ପୂର୍ବରୁ କହିସାରିଛନ୍ତି ଯେ ଯଦି ଟିଏମସିକୁ ଗୁରୁତ୍ୱ ଦିଆନଯାଏ ତେବେ ଟିଏମସି ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ସିଧାସଳଖ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବ।

ଦୁଇଦିନ ତଳେ ମମତା କହିଥିଲେ ଯେ ଟିଏମସି ପାଖରେ ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଶକ୍ତି ଅଛି ଏବଂ ସମର୍ଥନ ଭିତ୍ତି ଭୂମି ମଧ୍ୟ ରହିଛି। କିନ୍ତୁ କିଛି ଲୋକ ଆସନ ବଣ୍ଟନ ପ୍ରସଙ୍ଗରେ ଆମ କଥା ଶୁଣିବାକୁ ଚାହୁଁନାହାନ୍ତି ବୋଲି ସେ କଂଗ୍ରେସର ନାମ ନ ନେଇ କହିଛନ୍ତି। ଯଦି ଆପଣ (କଂଗ୍ରେସ) ବିଜେପି ସହ ଲଢ଼ିବାକୁ ଚାହୁଁନାହାଁନ୍ତି, ତେବେ ଲଢ଼େଇ କରନ୍ତୁ ନାହିଁ। ଅନ୍ତତଃ ଆମକୁ (ଟିଏମସି) ଏହି ଆସନ ଦିଅନ୍ତୁ। ଆସନ ବଣ୍ଟନରେ ବିଳମ୍ବ ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି।

india allaince mamata banarjee TMC westbengal
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026
Latest News

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

August 31, 2026

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.