Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ପରେ ନାରୀ ସଶକ୍ତିକରଣର ଲକ୍ଷ୍ୟ ; ମିଶନ ଶକ୍ତି ପାଇଁ ଅଧିକ ଶକ୍ତି ଓ ସମ୍ବଳ ଯୋଗାଇଛନ୍ତି ନବୀନ ସରକାର
ବିଶେଷ ଖବର

ନିର୍ବାଚନ ପରେ ନାରୀ ସଶକ୍ତିକରଣର ଲକ୍ଷ୍ୟ ; ମିଶନ ଶକ୍ତି ପାଇଁ ଅଧିକ ଶକ୍ତି ଓ ସମ୍ବଳ ଯୋଗାଇଛନ୍ତି ନବୀନ ସରକାର

June 15, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
nari shasktikiran
nari shasktikiran

ସାଗରିକା 

ନବୀନ ସରକାରଙ୍କ ପଞ୍ଚମ ପାଳିର ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ମହିଳା ଭୋଟ୍‌ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ମହିଳାଙ୍କ ବିକାଶ ଲାଗି ଅନେକ ଯୋଜନାର ପ୍ରସ୍ତାବ ରଖିଥିଲେ। ଚଳିତଥର ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦେଇଥିଲା ବିଜେଡ଼ି । ଲୋକସଭାରେ ଦଳ ନିଜ ତରଫରୁ ୩୩% ମହିଳାଙ୍କୁ ଟିକଟ ଦେଇଥିଲା।  ମହିଳା ସଶକ୍ତିକରଣ ଦିଗରେ ସରକାର ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ସଙ୍କେତ ଦେଇଥିଲେ।  ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ି ମହିଳା ସଶକ୍ତିକରଣ ଦିଗରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲା ।

ପୂର୍ବରୁ ତୃଣମୂଳସ୍ତରରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦୦ କୋଟି ଟଙ୍କାର କାର୍ଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଏକ ବଳିଷ୍ଠ ଯୋଜନା । ଏହାଦ୍ବାରା ମହିଳା ମନକୁ ସାମାଜିକ ସ୍ତର ରେ ଉନ୍ନତି କରିବାର ସୁଯୋଗ ମିଳିଛି । ଏହାଦ୍ବାରା ଅନେକ ମହିଳା ଆର୍ଥିକ ସ୍ଵଚ୍ଛଳତା ପାଇ ପାରିଛନ୍ତି । ଏହାଦ୍ବାରା ପୂର୍ବରୁ ସମାଜ ରେ ମହିଳାଙ୍କୁ ନେଇ ରହିଥିବା ପାରମ୍ପରିକ  ମାନସିକତାରେ ସୁଧାର ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଏହା ଜରିଆରେ ନାରୀମାନଙ୍କ ଆର୍ଥିକ ସ୍ଥିତି ସୁଧାରରେ ଏକ ବଡ଼ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି । ଏହା ଜରିଆରେ ବିଭିନ୍ନ ପ୍ରକାର ଋଣ କମ ସୁଧ ଅବା ବିନା ସୁଧରେ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ଟ୍ରେନିଂ ଦିଆଗଲା । ତେବେ ନୀବନ ସରକାରଙ୍କ ପଞ୍ଚମ ପାଳି ର ପ୍ରଥମ କ୍ୟାବିନେଟ୍‌ ବୈଠକରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ନିମେନ୍ତ ୧୦୦୦ କୋଟି ଟଙ୍କାର କାର୍ଯ୍ୟକୁ ମଂଜୁର କରାଯାଇଛି ।

ନିର୍ବାଚନ ଆଗରୁ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରାୟ ସରକାରୀ କାମ ଗୁଡିକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସମ୍ପନ୍ନ କରାଇବାକୁ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ସରକାର ବିଭିନ୍ନ ବିଭାଗ ମାଧ୍ୟମ ରେ ବିକ୍ରୟ କରିବାକୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି ବିଭାଗ ମିଳିତ ଭାବେ  ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍କୁଲ ୟୁନିଫର୍ମ ଯୋଗାଇଦେବେ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଞ୍ଜି ବିକ୍ରୟ ଏବଂ ଛୋଟ ଛୋଟ ନର୍ସରୀ ପରିଚାଳନା କରିବେ । ମହୁମାଛି ପାଳିବେ । ଆଇସିଡିଏସ ଯୋଜନା ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମାଣ୍ଡିଆ ଲଡ୍ଡୁର ବିତରଣ କରାଯିବ । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟାନ୍ନ ଭୋଜନ ଲାଗି ଖାଦ୍ୟ ପ୍ରସ୍ତୁତି ଏବଂ  ନେବା ଆଣିବାରେ ସାହାଯ୍ୟ କରିବେ । ସେହିପରି ଶକ୍ତି ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସାରା ରାଜ୍ୟ ରେ ପଞ୍ଚାୟତ ସ୍ତର ରେ ବିଦ୍ୟୁତ ମିଟର ରିଡିଂରେ ସାହାଯ୍ୟ କରିବେ । ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଙ୍ଗଲ ସୃଷ୍ଟି ଏବଂ ଯତ୍ନ ନେବାର ସହାୟକ ହେବେ  । ସମନ୍ଵିତ ଜଙ୍ଗଲ ବିକାଶ ଯୋଜନାରେ ଜଙ୍ଗଲ ସୁରକ୍ଷା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯିବ । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ  ଗ୍ରାମ ପଞ୍ଚାଯତ ସ୍ତର ରେ ମତ୍ସ୍ୟ ଚାଷ ଏବଂ ବ୍ୟୟଲର କୁକୁଡା ଚାଷ କରିବା ସହିତ ବିକ୍ରି କରି ପାରିବେ । ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଡାକ୍ତରଖାନା ଖାଦ୍ୟ ପ୍ରଦାନ , ମଶାରୀ ଏବଂ ସାନିଟାରୀ ନାପକିନର ବିତରଣ କରିପାରିବେ ।   ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ  ୧୦ ହଜାର କିଲୋମିଟର ଗ୍ରାମ୍ୟ ସଡକର ପର୍ଯ୍ୟାୟ ଅନୁସାର ରକ୍ଷଣାବେକ୍ଷଣ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

ମିଶନ୍‌ଶକ୍ତିକୁ ସମୃଦ୍ଧ ତଥା ଦୃଢ କରିବା ଉପରେ ବିଶେଷ ପଦକ୍ଷେପ ନିଆଯାଇଛି । ତେବେ ଏହାର ମୂଳଲକ୍ଷ୍ୟ ଭିତରେ ରହିଛି ଅଧିକ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ଡ଼ିଆଇଜି ରେ ପ୍ରୋତ୍ସାହନ ଦେବା,  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହ ଯୋଡିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ର ବିକ୍ରି ରେ ସାହାଯ୍ୟ କରିବା ।

ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ସେହିପରି ନାରୀର ଉନ୍ନତିରେ ସାରା ସଂସାରର ଉନ୍ନତି । ମହିଳାମାନଙ୍କୁ ତୃଣମୂଳସ୍ତରରେ ସମୃଦ୍ଧ ତଥା ଦୃଢ କରିବା ଦିଗରେ ସରକାରଙ୍କ ଦ୍ବାରା ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ।

ReplyForward
election missionshakti Sagarika thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Latest News

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.