Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂଗଠନ ବା ସରକାର ନୁହେଁ, ବରଂ ବିଜେଡି ପାଇଁ ସବୁଠୁ ବଡ ସମସ୍ୟା ହେଉଛନ୍ତି ବିଜେଡ଼ିର ନେତା
ବିଶେଷ ଖବର

ସଂଗଠନ ବା ସରକାର ନୁହେଁ, ବରଂ ବିଜେଡି ପାଇଁ ସବୁଠୁ ବଡ ସମସ୍ୟା ହେଉଛନ୍ତି ବିଜେଡ଼ିର ନେତା

June 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନବୀନ ପଟ୍ଟନାୟକ ସରକାର ପାଞ୍ଚଥର ଲୋକଙ୍କ ଦ୍ଵାରା  ନିର୍ବାଚିତ ହେବା ପଛରେ ଗୋଟେ ବଡ କାରଣ ହେଉଛି, ଗତ ୨୦ ବର୍ଷ ଭିତରେ ସରକାର ବିରୋଧରେ ବଡ ଦୁର୍ନୀତି ବା ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ। ତେବେ ଏହାର ଅର୍ଥ କଣ ଓଡିଶାରେ ଏକ ଦୁର୍ନୀତିମୁକ୍ତ ସରକାର ଚାଲିଛି? ଏ ପ୍ରମାଣପତ୍ର ଦେବା ମଧ୍ୟ ସହଜ ନୁହେଁ। ଗତ ୨୦ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସରକାରରେ ଥିବା ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗରେ ନିଜର ମନ୍ତ୍ରୀମାନଙ୍କୁ ବିଦା କରିଛନ୍ତି। ତେବେ ସରକାରରେ ଥିବା ଲୋକ ଦୁର୍ନୀତି କରିବା ଓ ସରକାର ଦୁର୍ନୀତିଗ୍ରସ୍ତ ହେବା ଦୁଇଟି ଅଲଗା ଜିନିଷ ବୋଲି ଲୋକେ ବିଶ୍ଵାସ କରିଛନ୍ତି। କୌଣସି ଭ୍ରଷ୍ଟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠି ପାରିନାହିଁ। ଚିଟ ଫଣ୍ଡ ଓ ଖଣି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟକୁ ଯୋଡିବାର ପ୍ରୟାସ ଯଦିଓ ହୋଇଛି, ସେଥିରେ କୌଣସି ତଦନ୍ତକାରୀ ସଂସ୍ଥା ସଫଳ ହୋଇନାହାନ୍ତି। ବିରୋଧୀ ଦଳ ମଧ୍ୟ ନବୀନଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବାର ସାହସ ଏଯାଏ ଦେଖାଇ ପାରିନାହାନ୍ତି। ଯାହା ଫଳରେ ନବୀନ ନିରନ୍ତର ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିଛନ୍ତି।

ନବୀନ ସରକାରରେ ଅତି କମରେ ଦୁଇ ଡଜନ ମନ୍ତ୍ରୀ ଥିଲେ ବା ଅଛନ୍ତି, ଯେଉଁ ମାନଙ୍କ ନାଁରେ ଭ୍ରଷ୍ଟାଚାରର ଆରୋପ ଆସିଛି। ଯେଉଁଠି ଆରୋପ, ଅଭିଯୋଗ ବା ସନ୍ଦେହ ଆସିଛି, ସେଠି ଅଭିଯୁକ୍ତଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବିଦା କରା ଯାଇଛି। ନବୀନଙ୍କ ନେତୃତ୍ଵରେ  ବିଜୁ ଜନତା ଦଳର ସରକାର ସବୁବେଳେ ଦୁର୍ନୀତି ଆରୋପକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାରେ ସଫଳ ହୋଇଛି। ଡାଲି ଦୁର୍ନୀତିରେ ପ୍ରମିଳା ମଲ୍ଲିକଙ୍କ ଠୁ ଆରମ୍ଭ କରି ବେବିନା ମାମଲାରେ ପ୍ରଦୀପ ମହାରଥିଙ୍କ ଦାୟିତ୍ଵହୀନ ମନ୍ତବ୍ୟ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ନିଜର ଭୁଲ ଲାଗି ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନିନ୍ଦିତ ବା ଦଣ୍ଡିତ କରାଯାଇଛି। ସରକାର ଉପରେ ସେଥିପାଇଁ କୌଣସି କଳଙ୍କ ଏ ଯାଏଁ ଲାଗି ପାରିନାହିଁ।

ଚିଟ ଫଣ୍ଡ ମାମଲାରେ ବିଜେଡ଼ିର ଏକ ବଡ ନେତୃ ମଣ୍ଡଳୀ ସମ୍ପୃକ୍ତ ଥିବା ଯୋଗୁଁ ବିଭିନ୍ନ ସମୟରେ ବିଜେଡ଼ିର କିଛି ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ ଓ ଆଉ କିଛିଙ୍କୁ  ସିବିଆଇ ଜେରା କରିଥିଲା। ଏହା ବୋଧହୁଏ ନବୀନ ବାବୁଙ୍କ ଲାଗି ସବୁଠୁ ବଡ ଆହ୍ଵାନ ଥିଲା। ଏପରିକି ନବୀନ ନିବାସର ଜଣେ କର୍ମଚାରୀଙ୍କୁ ଏଥିପାଇଁ ଜେରା କରାଯାଇଥିଲା। ତେବେ ଏହି ଆହ୍ଵାନକୁ ବିଜେଡି ସଫଳତାର ସହ ମୁକାବିଲା କରିଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଘେରିବାରେ ବିଫଳ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ଅନେକ କଥା ଘଟିଛି, ଯେଉଁଥିରେ ନବୀନ ସରକାରକୁ ଜନତାଙ୍କ କାଠଗଡାକୁ ଟଣା ଯାଇପାରିଥାନ୍ତା। ରାଇଘର ଓ କଳିଙ୍ଗ ନଗର ପୋଲିସ ଗୁଳିକାଣ୍ଡ, କନ୍ଧମାଳ ଓ ଭଦ୍ରଖ ଦଙ୍ଗା, ଡାଲି ଯୋଗାଣ ଦୁର୍ନୀତି, ଚିଟ ଫଣ୍ଡ କେଳେଙ୍କାରି, କଟକ ଓ ଭୁବନେଶ୍ବରରେ ଜମି ତଥା ଗୃହ ଆବଣ୍ଟନ ଦୁର୍ନୀତି, ଖଣି ଦୁର୍ନୀତି, ରାୟଗଡାରେ ଇତିଶ୍ରୀ ହତ୍ୟା ମାମଲାରେ ତତ୍କାଳୀନ ବିଜେଡି ସାଂସଦ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତି, ବେବିନା ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାଁ ଆସିବା ଇତ୍ୟାଦି ବହୁ ଘଟଣାକୁ ବିରୋଧୀ ବଡ ରାଜନୈତିକ ପ୍ରସଙ୍ଗ ଭାବରେ ଲୋକଙ୍କ ପାଖକୁ ନେଇ ପାରିନାହାନ୍ତି।

ପାଞ୍ଚଥର ଲୋକଙ୍କ ଦ୍ଵାରା ନିର୍ବାଚିତ ହେବା ପରେ ନବୀନ ସରକାରର ଆତ୍ମବିଶ୍ଵାସ ଯଥେଷ୍ଟ ବଢିଛି। ଆଜି ସରକାର ବା ବିଜେଡି ସଙ୍ଗଠନ କୁ ଲୋକେ ବିଶ୍ବାସକୁ ନେଉଛନ୍ତି। ହେଲେ ଆଜି ମଧ୍ୟ ବିଜେଡ଼ିର ନେତାମାନେ ବିଜେଡି ଲାଗି ସବୁଠୁ ବଡ ଅଡୁଆ ସୃଷ୍ଟି କରୁଛନ୍ତି। ସରକାର ଗଠନର ପ୍ରଥମ ପନ୍ଦର ଦିନ ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ କେନ୍ଦ୍ରାପଡା ଲୋକସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ପାଇଁ ବିଜେଡି ଗଣମାଧ୍ୟମରେ ବିତର୍କ ଭିତରକୁ ଟାଣି ହୋଇ ଆସିଛି। ଲୋକ ପ୍ରତିନିଧିମାନଙ୍କ ସାଧାରଣ ଜୀବନରେ ଆଚରଣକୁ ନେଇ ପ୍ରଶ୍ନ ଯେମିତି ନ ଉଠେ ସେଥିପ୍ରତି ବିଜେଡି ସତର୍କ ନ ରହିଲେ, ଆଗକୁ ଏହା ବିଜେଡ଼ିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ। ଯଦିଓ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ବ୍ୟବହାର ଅତ୍ୟନ୍ତ ମାର୍ଜିତ, ତଥାପି ତାଙ୍କ ଭାଇମାନଙ୍କ ନାଁ ରେ କିଛି କିଛି ସ୍ଥାନୀୟ ଅଭିଯୋଗ ରହିଛି। ସରୋଜ ମେହେରଙ୍କ କ୍ଷେତ୍ରରେ ମଧ୍ୟ ବିଜେଡ଼ିକୁ କିଛିଟା କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ବଲାଙ୍ଗୀର ଜିଲାରେ ଏହାକୁ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

ଏକ ବେଦାଗ ସରକାର ଗଢିବା ହୁଏତ ସହଜ, ହେଲେ ଦଳ ଭିତରେ ଥିବା ବିଭିନ୍ନ ପରସ୍ପର ବିରୋଧୀ ତତ୍ତ୍ଵଙ୍କୁ ନିୟନ୍ତ୍ରଣ କରିବା ବଡ କଠିନ ବ୍ୟାପାର। ରାଜନୈତିକ ଦଳ ଭାବରେ ବିଜେଡି ଏ ପ୍ରକାର “ନୁଇସେନ୍ସ” ମାନଙ୍କୁ କେମିତି ପରିଚାଳିତ କରୁଛି, ତାରି ଉପରେ ଦଳ ଓ ଦଳ ମୁଖିଆଙ୍କ ଭାବମୂର୍ତ୍ତି ନିର୍ଭର କରିବ।

BJD kedarmishra odishanews samikhsya କେଦାରମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.