ଅନିଶ୍ଚିତତା ଭିତରେ ରହିଛି ବିଜେଡିର ଛଅ ମନ୍ତ୍ରୀଙ୍କ ଟିକେଟ, ଜାଣନ୍ତୁ ସେମାନେ କିଏ ?

Published: Mar 3, 2024, 5:53 pm IST

ଭୁବନେଶ୍ବର: ଏକ ଅନିଶ୍ଚିତତା ଭିତରେ ରହିଛି ବିଜେଡି ସରକାରର ଛଅ ମନ୍ତ୍ରୀଙ୍କ ଭାଗ୍ୟ। ସେମାନଙ୍କ ଏଥର ସୁପ୍ରିମ ଟିକେଟ ଦେବେ କି ନାହିଁ ସେ ନେଇ କୌଣସି ଶୁଭ ସଙ୍କେତ ଦେଖାଯାଉ ନାହିଁ। ଏପରିକି ଏହି ଛଅଜଣ ବିଧାୟକ ତାଙ୍କ ଟିକେଟକୁ ନେଇ ସନ୍ଦେହ ମଧ୍ୟରେ ମଧ୍ୟ ରହିଛନ୍ତି। ସେମାନେ ଅନୁଭବ କରିସାରିଲେଣି ଯେ, ଏଥର ତାଙ୍କୁ ଟିକେଟ ମିଳିବ ନାହିଁ।

ମୁଖ୍ୟତଃ ଦୁର୍ବଳ ସଂଗଠନ ସେମାନଙ୍କ ପାଇଁ କାଳ ହୋଇଛି। ଆଉ କେତେକ ସେମାନଙ୍କ ବିଭାଗରେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ କରିପାରି ନାହାଁନ୍ତି। ଯେଉଁ ଛଅ ମନ୍ତ୍ରୀଙ୍କ ସଂପର୍କରେ ଆଲୋଚନା ହେଉଛି ସେମାନେ ହେଲେ ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା, ଉଷା ଦେବୀ, ସାରଦା ନାୟକ, ସୁଦାମ ମାରାଣ୍ଡି ଏବଂ ରିତା ସାହୁ। ଏମାନଙ୍କ ବଦଳରେ ନୂଆ ଚେହେରା ଦେବା ପାଇଁ ଦଳ ଚିନ୍ତା କରୁଛି।

ତୁଷାରକାନ୍ତି ବେହେରା ବର୍ତ୍ତମାନ ନବୀନ ନିବାସରେ ଭଲ ସଂପର୍କରେ ଥିଲେ ମଧ୍ୟ ନିର୍ବାଚନ ମଣ୍ଡଳିରେ ସେ ଲୋକ ସଂପର୍କରେ ନାହାଁନ୍ତି। ସେହିପରି ସେ ସେହି ସ୍ଥାନୀୟ ଲୋକ ହୋଇ ନ ଥିବାରୁ ତାଙ୍କ ବିରୋଧରେ ସ୍ବର ଉଠିଲାଣି। ସେହିପରି ମନ୍ତ୍ରୀ ଉଷା ଦେବୀ ବର୍ତ୍ତମାନ ବୟସାଧିକ ଯୋଗୁଁ ଦଳ ଟିକେଟ ଦେବ ନାହିଁ ବୋଲି ନିଷ୍ପତି କରିଛି। ଅନ୍ୟପଟେ ଉଷାଦେବୀ ତାଙ୍କ ନିର୍ବାଚନ ମଣ୍ଡଳିରେ ସକ୍ରିୟ ନାହାଁନ୍ତି।

ସେହିପରି ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି, ସାରଦା ନାୟକ ଏବଂ ରିତା ସାହୁ ଦଳର ଭଲ ଦୃଷ୍ଟିରେ ନାହାଁନ୍ତି। ମୁଖ୍ୟତଃ ନିର୍ବାଚନ ମଣ୍ଡଳିରୁ ଯେଉଁ ରିପୋର୍ଟ ଆସିଛି ସେଥିରେ ଏମାନଙ୍କର ସ୍ଥିତି ଭଲ ନାହିଁ ବୋଲି ପ୍ରକାଶ ପାଇଛି। ସେମାନଙ୍କୁ ଦଳ ଯଦି ରିପିଟ କରେ ତେବେ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଇଛି। ଫଳରେ ସେହି ଅଞ୍ଚଳରେ ଦଳ ବର୍ତ୍ତମାନ ନୂଆ ଚେହେରାକୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତି କରିଛି।

Related posts