Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ଜନ ଆନ୍ଦୋଳନ ଓ ବୌଦ୍ଧିକ କ୍ରାନ୍ତିର ନୀରବ ନାୟକ ଭଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନ
ବିଶେଷ ଖବର

ଓଡିଶାର ଜନ ଆନ୍ଦୋଳନ ଓ ବୌଦ୍ଧିକ କ୍ରାନ୍ତିର ନୀରବ ନାୟକ ଭଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନ

June 21, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ରବି ପଟ୍ଟନାୟକ

(ଗତକାଲି ଓଡିଶାର ଗାନ୍ଧୀବାଦୀ ଓ ସମାଜବାଦୀ ଆଂଦୋଳନର ମହାନ ବୌଦ୍ଧିକ ସାଧକ ପ୍ରଫେସର ଭାଗବତ ପ୍ରସାଦ ରଥଙ୍କର ପରଲୋକ ଘଟିଛି। ପ୍ରଫେସର ରଥ ଥିଲେ ଆମ ସମୟର ନିରଳସ ବୌଦ୍ଧିକ କର୍ମୀ। ଲେଖକ ଓ ସାମାଜିକ କର୍ମୀ ଭାବରେ ସାରା ଜୀବନ ବଞ୍ଚିଥିବା ଓ ତଥାକଥିତ ପ୍ରଚାର ପ୍ରସାରଠାରୁ ଦୂରେଇ ରହିଥିବା ଏହି ମହାନ ସାଧକଙ୍କ ସାଧନା ଓ ସିଦ୍ଧିର କାହାଣୀ ବହୁ ଲୋକ ଜାଣନ୍ତି ନାହିଁ। ଓଡିଶାରେ ଜନ-ବୁଦ୍ଧିଜୀବୀର ଏକମାତ୍ର ପରିଚୟ ଯଦି କାହାକୁ ଦିଆଯିବ ସେ କେବଳ ଓ କେବଳ ପ୍ରଫେସର ଭାଗବତ ପ୍ରସାଦ। ତାଙ୍କର ସ୍ମୃତି ପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସମ୍ପର୍କରେ ଏକ ସମ୍ପାଦିତ ଆଲେଖ୍ୟ। ସୌଜନ୍ୟ- ସମଧ୍ବନି) 

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ ୧୯୩୨ ମସିହା ଡିସେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭଗବତ ପ୍ରସାଦ ରଥ । ରାୟଗଡ଼ାରେ ରଥସାର୍ ବୋଲି ସେ ଜଣେ ଅତି ପରିଚିତ ବ୍ୟକ୍ତିତ୍ୱ ।

ଶିକ୍ଷା୧୯୪୮ ମସିହାରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ । ପ୍ରାଥମିକ ଶିକ୍ଷାପରେ ସେ ଏସ୍.କେ.ସି.ଜି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୫୧ରୁ ୧୯୫୩ ମସିହା ଯାଏ ରେଭେନ୍ସା ମହାବିଦ୍ୟାଳୟ ଏବଂ ୧୯୫୩ ଠୁ ୧୯୫୪ ମସିହା ଯାଏ ଆର୍.ଏନ୍ ଟ୍ରେନିଂ କଲେଜ୍ରେ ବି.ଇ.ଡ଼ି ଅଧ୍ୟୟନ କଲେ । ୧୯୫୪ ମସିହାରେ ସେ ଶିକ୍ଷକତା କାର୍ଯ୍ୟ ଆରମ୍ଭ କଲେ କଟକ ଜିଲ୍ଲା ମାର୍ଶାଘାଇ ବିଦ୍ୟାଳୟରୁ । କିନ୍ତୁ ଗୋଟିଏ ବର୍ଷ ପରେ ସେ ସ୍କୁଲ ଛାଡ଼ିଦେଇ ୧୯୫୫ ମସିହାରୁ ୧୯୬୦ ମସିହା ପର୍ଯ୍ୟନ୍ତ କୋଦଳାରେ ନିଜେ ଏକ ସ୍କୁଲ ଗଠନରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ୧୯୬୦ ମସିହାଠାରୁ ୧୯୬୧ ମସିହା ପ୍ରାୟ ଗୋଟିଏ ବର୍ଷ ସେ ହେଡ଼ମାଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ କଟକ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ମଧୁସାଗର ବିଦ୍ୟାଳୟପୀଠରେ । ଏହି ମଧୁସାଗର ବିଦ୍ୟାପୀଠକୁ ଗଢ଼ିଥିଲେ ଦୁଇଜଣ ଗାନ୍ଧୀବାଦୀ ଚିନ୍ତାମଣି ସ୍ୱାଇଁ ଓ ସୁରେଶ ସ୍ୱାଇଁ । ୧୯୬୧ରୁ ୧୯୬୮ ମସିହା ଭିତରେ ସେ ଗଢ଼ିଥିଲେ ଆଉ ଗୋଟିଏ ସ୍କୁଲ । ସେହି ସ୍କୁଲର ନାମ ଦିଆଯାଇଥିଲା ସୁମଣ୍ଡଳ ରବିଘୋଷ୍ ବିଦ୍ୟାପୀଠ । ଭଗବତ ପ୍ରସାଦ ଇତିମଧ୍ୟରେ ସକ୍ରିୟ ରାଜନୀତିରେ ପ୍ରବେଶ କରି କିଛି ନୂଆ ଧାରା ଓ ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେଥିପାଇଁ ୧୯୬୮ ରୁ ୧୯୭୦ ମସିହା ଯାଏ ସେ କୋଦଳା ପଞ୍ଚାୟତ ସମିତିରେ ଚେୟାରମ୍ୟାନ୍୍ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ । ସେହି ସମୟ ଭିତରେ ସେ ଅନୁଭବ କଲେ ଯେ ସକ୍ରିୟ ରାଜନୀତିରେ କିଛି ନୂଆ ଚିନ୍ତା ଓ ପରିବର୍ତ୍ତନ ଆଣିବା ଏତେ ସହଜ କଥା ନୁହେଁ । ତାଙ୍କର ଶିକ୍ଷା ପ୍ରତି ଥିବା ଅନାବିଳ ଆସକ୍ତି ଯୋଗୁଁ ସେ ସକ୍ରିୟ ରାଜନୀତି ଛାଡ଼ି ପୁଣିଥରେ ନିଜକୁ ଶିକ୍ଷା ଗ୍ରହଣ ଓ ଶିକ୍ଷା ଦାନ ପାଇଁ ପ୍ରସ୍ତୁତ କରାଇଥିଲେ । ୧୯୬୯ ମସିହାରେ ସେ ଘରୋଇଭାବେ ଇଂରାଜୀ ସାହିତ୍ୟରେ ସ୍ନାତକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ଏବଂ ୧୯୭୦ ମସିହାରେ ରାୟଗଡ଼ା କଲେଜରେ ଶିକ୍ଷାଦାନ କାର୍ଯ୍ୟରେ ଯୋଗଦେଲେ । ସେତିକିରେ ଭଗବତ ବାବୁ ଅଟକି ଯାଇ ନଥିଲେ । ୧୯୭୧ରେ ସେ ଘରୋଇଭାବେ ଓଡ଼ିଆରେ ସ୍ନାତକୋତ୍ତର ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାସ୍ କଲେ । ୧୯୭୦ମସିହାରୁ ୧୯୮୩ ମସିହା ଯାଏ ରାୟଗଡ଼ା କଲେଜରେ ଓ ୧୯୮୩ ମସିହାରୁ ୧୯୮୪ ମସିହା ଯାଏ ରାଇରଙ୍ଗପୁର କଲେଜରେ (ମୟୂରଭଞ୍ଜ ଜିଲ୍ଲାରେ) ସେ ଶିକ୍ଷାଦାନ କାର୍ଯ୍ୟ କରିଥିଲେ । ଏହାପରେ ସେ ୧୯୮୪ ମସିହାରୁ ୧୯୯୨ ମସିହା ଯାଏ ଗଞ୍ଜାମ ମହାବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକରି ଶେଷରେ ୧୯୯୨ମସିହା ଡ଼ିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରି ରାୟଗଡ଼ା ଫେରିଯାଇଥିଲେ ।

ସାହିତ୍ୟିକ ଜୀବନ
ପିଲାଟି ଦିନରୁ ଭଗବତ ବାବୁଙ୍କର ଉପନ୍ୟାସ ପଢ଼ା ପ୍ରତି ଥିଲା ଅଧିକ ଆଗ୍ରହ । ୭ମ ଶ୍ରେଣୀରେ ଲେଖକ ରାମଶଙ୍କର ପ୍ରସାଦ ସିଂହଙ୍କର ‘ପୁଜାର ବଳୀ’ ଉପନ୍ୟାସଟିକୁ ପ୍ରଥମେ ପଢ଼ି ବସିଲେ । ପରେ ପରେ ସେ ପଢ଼ିଲେ କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ଲକ୍ଷ୍ମୀଧର ନାୟକ, ନିତ୍ୟାନନ୍ଦ ମହାପାତ୍ର ପ୍ରଭୃତିଙ୍କ ଲେଖାମାନ ଏବଂ ସେହି ସବୁ ପୁସ୍ତକ ତାଙ୍କ ମନ ଉପରେ ଗଭୀର ପ୍ରଭାବ ପକାଇଥିଲା । ପାରଳାଖେମୁଣ୍ଡି କଲେଜ୍ରେ ପଢ଼ିଲା ବେଳେ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ସେ ପଢ଼ିଥିଲେ । ସେମିତି ହିନ୍ଦୀ ସାହିତ୍ୟରେ ପ୍ରେମ•ନ୍ଦ, ଜୈନେନ୍ଦ୍ର କୁମାର, ଦିନକର ଭଗବତୀ ଚରଣ ପ୍ରଭୃତିଙ୍କ ବହି ତାଙ୍କର ସାହିତ୍ୟ ପ୍ରେମକୁ ଆହୁରି ଆଗେଇ ନେଇଥିଲା । କେବଳ ସେତିକି ନୁହେଁ ବଙ୍ଗଳାରେ ରବୀନ୍ଦ୍ରନାଥ, ଶରତଚନ୍ଦ୍ର, ବଙ୍କିମ ଚନ୍ଦ୍ର, ଅନୁରୁପା ଦେବୀ, ବିଭୂତି ବନ୍ଦୋପାଧ୍ୟାୟ ପ୍ରମୁଖଙ୍କ ଲେଖା ତାଙ୍କ ସାହିତ୍ୟିକ ଚିନ୍ତନକୁ ବହୁଭାବେ ପ୍ରଭାବିତ କରିଥିଲା ।
ସେବାକାର୍ଯ୍ୟ
ତା’ପରେ ଗାଁ ଲୋକଙ୍କ ସହିତ ସଂପର୍କ ନିବିଡ଼ ହେଲା । ଗାଁ’ରେ ଯୁବକ ସଙ୍ଗଠନମାନ ଗଢ଼ିଲେ । ଗାଁ’ମାନଙ୍କୁ ଯାଇ ରାସ୍ତାଘାଟ ସଫା ରଖିôବା ପାଇଁ ସଙ୍ଗଠନ କଲେ । ପୋଖରୀରେ ଥିବା ଦଳ ସଫା କରିବା ପାଇଁ ଯୁବକମାନଙ୍କୁ ଡାକିବା ଠାରୁ ଆରମ୍ଭ କରି କେଉଁଠି ଘର ପୋଡ଼ି ହେଲେ ନିଆଁ ଲିଭାଇବା କାର୍ଯ୍ୟରେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ବନମାଳୀ ମହାରଣା ଏମ୍.ଏଲ.ଏ ଥିବା ସମୟରେ ଉକ୍ତ ଅଞ୍ଚଳରେ ହଇଜା ରୋଗ ବ୍ୟାପିଥିଲା ସେତେବେଳେ ସେ ଥିଲେ ‘ପି.ଏସ୍.ପି’ ଦଳର ସଭ୍ୟ ଏବଂ ହଇଜା ହେଲେ ସେ ଲୋକଙ୍କ ସେବା କରୁଥିଲେ । ଭଗବତ ପ୍ରସାଦ ଅନେକ ଜାଗାକୁ ତାଙ୍କ ସାଥିରେ ଲୋକଙ୍କୁ ସେବା ଦେବାପାଇଁ ଯାଉଥିଲେ । ସୁମଣ୍ଡଳ ଅଞ୍ଚଳର ଏମ୍.ଏଲ୍.ଏ ନାରାୟଣ ସାହୁ ଥିଲେ ଲୋହିଆଙ୍କ ଶିଷ୍ୟ । ତାଙ୍କ ଜରିଆରେ ଭଗବତ ପ୍ରସାଦ ସମାଜବାଦୀ ଗୋଷ୍ଠୀ ସହିତ ପରିଚିତ ହେଲେ । ଆଗରୁ ଜୟପ୍ରକାଶଙ୍କ ଲେଖାମାନ ସେ ପଢ଼ିଥିଲେ । ଜୟପ୍ରକାଶଙ୍କ ସର୍ବୋଦୟ ସହିତ ନିବିଡ଼ ସମ୍ପର୍କ ଥିଲା । ଭଗବତ୍ ପ୍ରସାଦ ଯେତେବେଳେ ମନମୋହନ ଚୌଧୁରୀଙ୍କ ସମ୍ପର୍କରେ ଆସିଲେ, ତା’ପରେ ଗାନ୍ଧୀ ବି•ର ପ୍ରତି ଆକୃଷ୍ଟ ହେବା ଆରମ୍ଭ ହେଲା । ସମାଜବାଦୀଙ୍କ ମଧ୍ୟରେ ଲୋହିଆଙ୍କ ଲେଖା ଓ ଅନେକ ବହି ପଢ଼ିଲେ । ସେତେବେଳକୁ ଋୁଷରେ ରାଷ୍ଟ୍ରପତି ଭାବେ କ୍ରୁଶ୍ଚେଭ କ୍ଷମତାକୁ ଆସିଲେ । ଅନେକ ଗୁଡ଼ିଏ କାରଣ ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ସେ ଅନୁଭବ କଲେ ଭାରତବର୍ଷରେ ଗାନ୍ଧୀବାଦୀ ଚିନ୍ତାଧାରାରେ ବିକାଶ ଏବଂ ଉନ୍ନତି ଅଧିକ ବିଜ୍ଞାନସମ୍ମତ ଓ ଲୋକମାନଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହୋଇପାରିବ । ସେଥିପାଇଁ ତାଙ୍କର କମ୍ୟୁନିଷ୍ଟ ଆଦର୍ଶବାଦ ପ୍ରତି ଆକର୍ଷଣ କିଛି ମାତ୍ରାରେ କମିଗଲା । ଗାନ୍ଧୀବାଦୀ ବି•ର ଓ ଲୋହିଆଙ୍କ ବି•ର ଓ କାର୍ଯ୍ୟ ତାଙ୍କୁ ପ୍ରଭାବିତ କଲା । ସେ ସୁମଣ୍ଡଳ ଅଞ୍ଚଳରେ ସ୍କୁଲଟିଏ ଗଢ଼ିଲେ । ସେ ଥିଲେ କୋଦଳା ଓ ସୁମଣ୍ଡଳ ହାଇସ୍କୁଲର ହେଡ଼୍ମାଷ୍ଟର । ସେଠାରୁ ସେ ବହୁତ କମ୍ ଦରମା ନେଉଥିଲେ । ଅଭାବ ଯୋଗୁଁ ପରିବାରର ଲୋକେ ଅନେକ ସମୟରେ ଭାତ ବଦଳରେ ମାଣ୍ଡିଆ ଯାଉ ଖାଉଥିଲେ । ଗୋଟିଏ ଅନାଥ ପିଲାକୁ ଘରେ ଆଶ୍ରୟ ଦେଇ ତାର ପଢ଼ାର ବ୍ୟବସ୍ଥା କରିଥିଲେ । ତାଙ୍କ ଘରକୁ ଅନେକ ସମୟରେ ଅତିଥି ଆସୁଥିଲେ । ସତ୍ୟଭାମା ଦେବୀ ଅନେକ ସମୟରେ ତରକାରୀ ଖାଇବାକୁ ପାଉ ନଥିଲେ । ବେଳେ ବେଳେ ସତ୍ୟଭାମାଙ୍କୁ ଧାନ କୁଟିବାକୁ ପଡ଼ୁଥିଲା । ଓଜନ ବେଶୀ ନ ଥିବାରୁ ହାତରେ ଘୋରଣା ପଟ ଧରି ଢିଙ୍କି ଲାଞ୍ଜିରେ ଠିଆ ହେବାକୁ ପଡ଼ୁଥିଲା ।

ଭଗବତ ପ୍ରସାଦଙ୍କ ଅର୍ଦ୍ଧାଙ୍ଗିନୀ ସତ୍ୟଭାମା ଦେବୀ ଜଣେ ଅତ୍ୟନ୍ତ ଧନୀ ପରିବାରର ଝିଅ । ଭଗବତ ପ୍ରସାଦଙ୍କ ଘରକୁ ଆସିଲାବେଳେ ସେ ୨୫ତୋଳା ସୁନା ଆଣିଥିଲେ । ଭଗବତ ପ୍ରସାଦ କହିବାରୁ ସେ ସୁନା ବିକ୍ରି କରି ଗାଁରେ ଜମି କିଣିଦେଲେ । ଭଗବତ ପ୍ରସାଦ କହିଲେ ଭବିଷ୍ୟତରେ ସରକାରଙ୍କ ସହିତ ଅହିଂସ ଲଢ଼େଇ କରି ସେ ଜେଲ ଯିବାର ସମ୍ଭାବନା ଅଛି । ତେଣୁ ପରିବାର ପାଇଁ କିଛି ଧାନ ଜମି ଦରକାର । ଚେୟାରମ୍ୟାନ ହେଲା ପରେ ପରିବାରର ଦୁଃଖ କଷ୍ଟ ଦେଖି ଭଗବତ୍ ପ୍ରସାଦ ବ୍ୟସ୍ତ ହୋଇଗଲେ । ରାଜନୀତିରେ ସଫଳ ହେବା ତାଙ୍କ ଭଳି ନୀତିବାଦୀଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ । ବିରୋଧୀ କେବଳ ନୁହଁନ୍ତି ତାଙ୍କ ସମର୍ଥକମାନେ ମଧ୍ୟ ବ୍ଲକ କାମର କଣ୍ଟ୍ରାକ୍ଟ ନେଇ ପଇସା ରୋଜଗାର କରିବାକୁ •ହିଁଲେ । ସେ ସ୍ଥିର କଲେ ଏମ୍.ଏ ପରୀକ୍ଷା ଦେଇ କଲେଜ ଅଧ୍ୟାପକ ହୋଇ •ଲିଯିବେ । ଚେୟାରମ୍ୟାନ ଥାଇ ଇଂରାଜୀରେ ଏମ୍.ଏ ପରୀକ୍ଷା ଦେଇ ଦ୍ୱିତୀୟ ଶ୍ରେଣୀ ପାଇଲା ପରେ ସେ ରାୟଗଡ଼ା କଲେଜରେ ଯୋଗ ଦେଲେ । ଶିକ୍ଷକ ଆନ୍ଦୋଳନରେ ଅବନୀ ବରାଳଙ୍କୁ ସେ ତାଙ୍କର ଗୁରୁ ସ୍ଥାନରେ ରଖିଥିଲେ ।
ସଂଗଠକ
ରାୟଗଡ଼ାରେ ଆଦିବାସୀମାନଙ୍କ ଭିତରେ ରହି ଭଗବତ ପ୍ରସାଦ କିଛି କିଛି ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କଲେ । ବିଭିନ୍ନ ସମାଜସେବା କାର୍ଯ୍ୟରେ ସେ ବିଶେଷ ସହଯୋଗ ପାଇଥିଲେ ସେ ସମୟର ଆଇ.ଏ.ଏସ୍ ଅଜିତ ତ୍ରିପାଠୀଙ୍କ ଠାରୁ ଯିଏକି ଏସ୍.ଡ଼ି.ଓ ଥିଲେ ଏବଂ ବିଦ୍ୟାଭୂଷଣ ମହାନ୍ତିଙ୍କ ଠାରୁ ଯିଏକି ଆଇ.ପି.ଏସ୍ ଅଫିସର ଥିଲେ । ସେମାନେ ଭଗବତ୍ ପ୍ରସାଦଙ୍କୁ ବିଭିନ୍ନ ସମାଜସେବା କାମରେ ସହଯୋଗ କରୁଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଭାରତବର୍ଷରେ ଜାରି କଲେ ଏବଂ ଓଡ଼ିଶାର ସର୍ବୋଦୟ ସଙ୍ଗଠନ ଦୁଇଭାଗ ହୋଇଯାଇଥିଲା । ଗୋଟିଏ ଦଳ ରତନ ଦାସଙ୍କ ନେତୃତ୍ୱରେ ଇନ୍ଦିରାଙ୍କୁ ସମର୍ଥନ କରିଥିଲେ ଏବଂ ସଂଖ୍ୟାଧିକ ସର୍ବୋଦୟୀ ଜୟପ୍ରକାଶଙ୍କୁ ସମର୍ଥନ କରି ଜରୁରୀ ପରିସ୍ଥିତିର ବିରୋଧ କରିଥିଲେ ଓ ଜେଲ ଯାଇଥିଲେ । ଓଡ଼ିଶାର ଚୌଧୁରୀ ପରିବାରର ପ୍ରାୟ ସବୁ ସଭ୍ୟ ଜେଲରେ ରହିଥିଲେ । ସେ ଚୌଧୁରୀ ପରିବାର ସାଥିରେ ରହିଥିଲେ । ତାଙ୍କ ନେତା ଥିଲେ ମନମୋହନ ଚୌଧୁରୀ । ରାୟଗଡ଼ାରେ ତାଙ୍କର ସବୁଠୁ ବଡ଼ ବନ୍ଧୁ ଥିଲେ ସ୍ୱାଧୀନତା ସଂଗ୍ରାମୀ ମୋହନ ନାୟକ ।
ଲେଖକ ଓ ସମାଲୋଚକ
ରାୟଗଡ଼ାରେ ସାହିତ୍ୟ ଚର୍ଚ୍ଚା ଅବିରତ •ଳିଥାଏ । ସାହିତ୍ୟ ସଂଗଠନର ସଭାପତି ଥାଆନ୍ତି ଅଜିତ୍ ତ୍ରିପାଠୀ । ଭଗବତ ପ୍ରସାଦ ଥିଲେ ଉପସଭାପତି । ଜେ.କେ.ପୁର କାଗଜ କଳରେ ଏକ ଦୁଃଖଦ ଘଟଣା ଘଟିଲା । ରମାକାନ୍ତ ଦୀକ୍ଷିତ ନାମକ ଜଣେ ନୀଳଚକ୍ରର ସଭ୍ୟ ଯୁବକଙ୍କୁ ତାଙ୍କ ବିରୋଧୀମାନେ ହତ୍ୟାକଲେ । ତାଙ୍କୁ ନ୍ୟାୟ ଦେବା ପାଇଁ ଜେ.କେ. ପୁରରେ ଜୋରଦାର ଆନ୍ଦୋଳନ ହେଲା । ସେ ସେଠାକୁ ଟାଣିହୋଇ ଗଲେ । ‘ଗ୍ରୀନ୍ରୁମ୍’ ନାମକ ଏକ ସମାଲୋଚନାମୂଳକ ଛୋଟ ପତ୍ରିକା ଭଗବତ୍ ପ୍ରସାଦ ବାହାର କଲେ । ପରେ ପରେ ୧୯୮୩ରେ ତାଙ୍କର ବଦଳି ହେଲା ରାଇରଙ୍ଗପୁରକୁ । ସେଠାରେ ସେ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରୀମାନଙ୍କର ଏକ ସଂଗ୍ରାମରେ ଭାଗନେଲେ । ୧୯୮୪ରେ ତାଙ୍କର ବଦଳି ହେଲା ଗଂଜାମ କଲେଜକୁ । ସେଠାରେ ବିଭିନ୍ନ ଆନ୍ଦୋଳନ ସହ ସମ୍ପର୍କ ରଖିଲେ ଏବଂ ହତ୍ୟା ଧମକର ସମ୍ମୁଖୀନ ହେଲେ । ଗଂଜାମ କଲେଜରେ ଅବସର ନେଲା ପରେ ରାୟଗଡ଼ା ଚାଲିଆସିଲେ । କଲେଜରେ •କିରୀ କଲାବେଳେ ସେ ଅବନୀ ବରାଳଙ୍କ ନେତୃତ୍ୱରେ •ଲିଥିବା ସବୁ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ରାୟଗଡ଼ାରେ ପୂର୍ବରୁ ଘରଟିଏ ତିଆରି କରିଥିଲେ । ମନମୋହନ ଚୌଧୁରୀ, କିଶନ ପଟ୍ଟନାୟକ ଏବଂ ପାନାଲାଲ ଦାସଗୁପ୍ତ (କଲିକତା) ତାଙ୍କର ଗୁରୁ ସ୍ଥାନରେ ରହିଆସିଛନ୍ତି । ମନମୋହନ ଚୌଧୁରୀଙ୍କ ଅନୁରୋଧ ଯୋଗୁଁ ସେ ଓଡ଼ିଆ ପତ୍ରିକା ‘ସର୍ବୋଦୟ’ର ସହଯୋଗୀ ସଂପାଦକ ରହିଲେ । ପରେ ପରେ ଆନ୍ତର୍ଜାତିକ ସ୍ତରର ଗାନ୍ଧୀବାଦୀ ପତ୍ରିକା ‘ଭିଜିଲ୍’ର ମୁଖ୍ୟ ସଂପାଦକ ଦାୟିତ୍ୱ ତୁଲାଇଲେ । ରାୟଗଡ଼ାରେ ସେ ବିଭିନ୍ନ ଜନଆନ୍ଦୋଳନ ସହ ସଂପୃକ୍ତ ହୋଇ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସିଛନ୍ତି । କାଶୀପୁର ଆନ୍ଦୋଳନରେ ସେ ଥିଲେ ସକ୍ରିୟ । ନିୟମଗିରି ଆନ୍ଦୋଳନକୁ ମଧ୍ୟ ସେ ସହଯୋଗ କରିଛନ୍ତି । ପୋସ୍କୋ ଆନ୍ଦୋଳନ ପ୍ରତି ତାଙ୍କର ସହାନୁଭୂତି ଥିଲା । ତହସିଲଦାର ଦିଲ୍ଲୀପ ମହାନ୍ତି ଓ ଇନ୍ଦ୍ରମଣି ସାହୁଙ୍କ ଠାରୁ ସେ ସହଯୋଗ ପାଇଥିଲେ ରାୟଗଡ଼ାରେ ସାହିତ୍ୟ ଚର୍ଚ୍ଚାବେଳେ । ଗଂଜାମରେ ଥିଲାବେଳେ ସବୁକାମରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ ଗଂଜାମର ଆଦର୍ଶବାଦୀ ବ୍ରଜ ପଣ୍ଡା, ଗୋବିନ୍ଦ ପଣ୍ଡା ଓ ଅଭିମନ୍ୟୁ ପଟ୍ଟନାୟକ । ଭଗବତ ପ୍ରସାଦ ଓ ସତ୍ୟଭାମା ଦେବୀ ରାୟଗଡ଼ାରେ ଅନେକମାତ୍ରାରେ ସ୍ୱାବଲମ୍ବୀ ଜୀବନ କଟାଇଛନ୍ତି । ସତ୍ୟଭାମାଙ୍କ ଅଗାଧ ପରିଶ୍ରମ ଯୋଗୁଁ ତାଙ୍କର ବଗି•ଟି ସବୁ ସମୟର ଫୁଲ ଫଳରେ ହସୁଥାଏ ।
ବର୍ତ୍ତମାନର କାର୍ଯ୍ୟଧାରା
ଯୁବାବସ୍ଥାରୁ ଏଯାବତ୍ ସେ ସ୍ୱପ୍ନ ଦେଖିଆସୁଛନ୍ତି; ଏକ ସମତାଭିତ୍ତିକ ସମାଜର, ଏକ ସୁନ୍ଦର ପୃଥିବୀର ଯେଉଁଠି ଶୋଷଣ ନ ଥିବ, ଭେଦଭାବ ନଥିବ, ନ ଥିବ ଯନ୍ତ୍ରଣା ଓ ଯାତନା : ପରସ୍ପର ସ୍ନେହ ଓ ପ୍ରେମରେ ବାନ୍ଧିହୋଇଥିବେ ସମଗ୍ର ଜୀବଜଗତ । ମଣିଷ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ ସମ୍ପର୍କରେ ସେ ଏବେ ବି ଗବେଷଣା ଜାରୀ ରଖିଛନ୍ତି ଓ ଏସବୁ ବିଷୟରେ ତାଙ୍କ ବି•ରକୁ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରିକାରେ ପ୍ରକାଶ କରୁଛନ୍ତି ।
ଭଗବତ ପ୍ରସାଦଙ୍କ ରଚନାବଳୀ :-
୧. ମୋ ଦେଶ ନୁହେଁ ଭୁବନେଶ୍ୱର (କବିତା)
୨. ରଂଜିତ ଅସିଧାରେ (ଐତିହାସିକ ଉପନ୍ୟାସ)
୩. ହାତୀ ଗୁମ୍ପା କହେ କଥା (ଐତିହାସିକ ଉପନ୍ୟାସ)
୪. ରକ୍ତବେଳାର ନାୟକ (ଐତିହାସିକ ଉପନ୍ୟାସ)
୫. ଲୁହର ମସାଲ ଲିଭେନା (ରାଜନୈତିକ ଉପନ୍ୟାସ)
୬. ମଣିଷ ଟଳେ, କାନନ ଜଳେ (ରାଜନୈତିକ ଉପନ୍ୟାସ)
୭. ଝଡ଼ଠୁ ଦୁରନ୍ତ ସେ ମୃତ୍ୟୁଠୁ ବିରାଟ (ରାଜନୈତିକ ଉପନ୍ୟାସ)

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.