Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ବିଜେପିରେ ଶକ୍ତିହୀନ ହୋଇଗଲେ ଧର୍ମେନ୍ଦ୍ର, ଶୀର୍ଷ ନେତୃତ୍ବଙ୍କ ଶୁଭ ଦୃଷ୍ଟିରେ ଆଉ ନାହାଁନ୍ତି କି ?
ବିଶେଷ ଖବର

ରାଜ୍ୟ ବିଜେପିରେ ଶକ୍ତିହୀନ ହୋଇଗଲେ ଧର୍ମେନ୍ଦ୍ର, ଶୀର୍ଷ ନେତୃତ୍ବଙ୍କ ଶୁଭ ଦୃଷ୍ଟିରେ ଆଉ ନାହାଁନ୍ତି କି ?

April 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ବିଜେପିରେ ଶକ୍ତିହୀନ ହୋଇଗଲେ ଧର୍ମେନ୍ଦ୍ର ପ୍ରଧାନ, ଶୀର୍ଷ ନେତୃତ୍ବ ଆଉ ଶୁଣୁ ନାହାଁନ୍ତି ତାଙ୍କ କଥା !!!

ଭୁବନେଶ୍ବର: ଏକଦା ଓଡିଶା ବିଜେପିରେ ଦବଦବା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନରେ ସଂପୂର୍ଣ୍ଣ ଶକ୍ତିହୀନ ହୋଇପଡିଛନ୍ତି। ଯାହାର ଗଣ୍ଡଗଣ୍ଡା ପ୍ରମାଣ ଏଥର ଦେଖିବାକୁ ମିଳିଛି। କାରଣ ଗତ ନିର୍ବାଚନରେ ଧର୍ମେନ୍ଦ୍ର ଯାହାକୁ ଚାହୁଁଥିଲେ ତାଙ୍କୁ ଟିକେଟ ଦେଇପାରୁ ଥିଲେ। ହେଲେ ଏଥର ତାଙ୍କ କଥା କେନ୍ଦ୍ରୀୟ ବିଜେପି ଟିମ ଅଣଦେଖା କରିଚାଲିଛନ୍ତି ବା ତାଙ୍କ ଅନୁରୋଧକୁ ଗୁରୁତ୍ବ ଦେଉ ନାହାଁନ୍ତି।

ଧର୍ମେନ୍ଦ୍ର ଗୁରୁତ୍ବହୀନ ହେବାର ବଡ ପ୍ରମାଣ ହେଲା ନିକଟରେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର। ଉଭୟ ଧର୍ମେନ୍ଦ୍ରଙ୍କର ଦ୍ବିତୀୟ ଅବତାର ଥିଲେ। ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣପ୍ରାଣ ସମର୍ଥନ ଦେଇ ନିଜ ରାଜନୈତିକ ଜୀବନକୁ ବାଜି ଲଗେଇ ଦେଇଥିଲେ। ହେଲେ ଏଥର ସେହି ଦୁଇଜଣଙ୍କୁ ଧର୍ମେନ୍ଦ୍ର ଟିକେଟ ଦେବାରେ ବିଫଳ ହେଲେ। ଫଳରେ ଧର୍ମେନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଠ ହୋଇ ଉଭୟ ବିଜେପି ଛାଡିଲେ।

ସେହିପରି ବିଗତ ଦିନରେ ନିର୍ବାଚନ ରଣନୀତି ପାଇଁ ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭିନ୍ନ ବୈଠକରେ ଧର୍ମେନ୍ଦ୍ର ଅନୁପସ୍ଥିତ। ବିଗତ ନିର୍ବାଚନରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଏମିତି କୌଣସି ବୈଠକ ନ ଥିଲା ଯେଉଁଥିରେ ଧର୍ମେନ୍ଦ୍ର ଉପସ୍ଥିତ ନାହାଁନ୍ତି। ହେଲେ ଏଥର ନିର୍ବାଚନରେ କେବଳ ସେ ସଦସ୍ୟଥିବା କମିଟ ବୈଠକ ଛାଡିଦେଲେ ଅନ୍ୟ କୌଣସି ଦଳିୟ ସଭାରେ ସେ ଉପସ୍ଥିତ ରହି ନାହାଁନ୍ତି। ସେତେବେଳୁ ସ୍ପଷ୍ଟ ହୋଇଗଲାଣି ଯେ, ଓଡିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇଛି।

ତେବେ ଭିନ୍ନ ଏକ ତଥ୍ୟ ଅନୁସାରେ ଜଣାପଡିଛି ଯେ, ତାଙ୍କର ପତିୟାରା ନ ଥିବା ସତ୍ବେ ସେ ଏଥର କେତୋଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛନ୍ତି। ହେଲେ ସେମାନଙ୍କ ନାମ ଘୋଷଣା ହେବା ପରେ ସେହି ନିର୍ବାଚନ ମଣ୍ଡଳିରେ ବିଦ୍ରୋହ ସୃଷ୍ଟି ହୋଇଛି। ଯାହା ଧର୍ମେନ୍ଦ୍ରଙ୍କ ପାଇଁ ଆହୁରି ଅଡୁଆ ବଢିବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀ। ତେବେ ଧର୍ମେନ୍ଦ୍ର ପ୍ରାର୍ଥୀ ଦେଇଥିବା ଆସନରେ ଟିକେଟ ବଦଳାଇବା ପାଇଁ କୁଆଡେ ମନମୋହନ ସାମଲ ଦିଲ୍ଲୀ ନେତୃବୃନ୍ଦଙ୍କୁ ଅନୁରୋଧ କରିଛନ୍ତି।

ଗତ ନିର୍ବାଚନର ଫଳାଫଳ ଧର୍ମେନ୍ଦ୍ରଙ୍କ ପାଇଁ କାଳ ହୋଇଛି। ଗତ ନିର୍ବାଚନରେ କେନ୍ଦ୍ର ବିଜେପି ଓଡିଶାରୁ ଯଥେଷ୍ଠ ଭଲ ଆଶା ରଖିଥିଲା। ହେଲେ ତାହାକୁ ଠିକ ଭାବେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ବିଫଳ ହୋଇଥିଲେ। ଯାହାର ରିପୋର୍ଟ ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଶୀର୍ଷ ନେତୃତ୍ବଙ୍କୁ ବୁଝାଇ ଦେଇଥିଲେ। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ଅଂହଙ୍କାର ହିଁ ତାଙ୍କ ପତିୟାରା ହ୍ରାସ କରିଛି। ଏଥର ନିର୍ବାଚନରେ ଯଦି ଧର୍ମେନ୍ଦ୍ର ହାରିଯାଆନ୍ତି ତେବେ ଦଳ ଭିତରେ ସେ ସଂପୂର୍ଣ୍ଣ କଣଠୋସା ହୋଇଯିବେ ତାହା ଜଳଜଳ ହୋଇ ଦେଖାଯାଉଛି।

dharmendrapradhan odishaelection2024 ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.