Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିୟୋଜିତ ହେବେ ୮୫ ଜଣ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା
ଜାତୀୟ ଖବର

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିୟୋଜିତ ହେବେ ୮୫ ଜଣ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

July 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିୟୋଜିତ ହେବେ ୮୫ ଜଣ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଭୁବନେଶ୍ୱର: ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ସହରରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପୁରୀ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିଦ୍ୟୁତ ସରବରାହ ଜନିତ ପ୍ରତିଷେଧକ ଓ ରକ୍ଷଣାବେକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ରଥଯାତ୍ରା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଚଳିତ ବର୍ଷ ଗ୍ରୀଡ଼୍‌ଗୁଡ଼ିକର ସୁପରିଚାଳନା ନିମନ୍ତେ ପ୍ରତି ଗ୍ରୀଡ଼୍‌ରେ କଣ୍ଟ୍ରୋଲ ରୁମ୍‌ମାନ ଖୋଲାଯାଇ ବିଦ୍ୟୁତ ସରବାରାହକୁ ନିୟନ୍ତ୍ରିତ କରାଯିବ ।

ସହରର ସମସ୍ତ ଗ୍ରୀଡ଼୍‌ ଏସ୍‌ଡ଼ିଓଙ୍କ ଅଧିନରେ ପରିଚାଳିତ ହେବା ସହ ପ୍ରତି ସବ୍‌ଷ୍ଟେସନ୍‌ରେ ଦକ୍ଷ ଇଂଜିନିୟରମାନେ ନିୟୋଜିତ ହେବେ ଏବଂ ଓପିଟିସିଏଲ୍‌ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ନିର୍ଦ୍ଦିଷ୍ଟ ଷ୍ଟେସନ୍‌ମାନଙ୍କରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ମାନ ଖୋଲାଯିବାର ପ୍ରାବଧାନ ରହିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ତିନିଗୋଟି ପାୱାର୍‌ ଷ୍ଟେସନ୍‌ର କ୍ଷମତା ବୃଦ୍ଧି କରାଯାଇ ଲୋଡ଼୍‌ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ପ୍ରତିଷେଧକମୂଳକ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସହରରେ ଥିବା ସମସ୍ତ ବିଦ୍ୟୁତ ଖୁଣ୍ଟି, ତାର ଏବଂ ଟ୍ରାନ୍ସଫର୍ମରଗୁଡ଼ିକର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସେଗୁଡ଼ିକରେ ବିଦ୍ୟୁତ ନିରୋଧ ଲେପ ଦିଆଯାଇଛି। ଏହା ସହ ବିଦ୍ୟୁତଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ‘ସୁରକ୍ଷା ସଚେତନତା ରଥ’ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିବ।

ବିଦ୍ୟୁତ ସରବରାହକୁ ତ୍ରୁଟିଶୂନ୍ୟ କରିବା ପାଇଁ ୨୦୦ରୁ ଊଦ୍ଧ୍ୱର୍ ବିଦ୍ୟୁତ ଖୁଣ୍ଟି ପୁରୀ ବଡ଼ଦାଣ୍ଡଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ପୋତା ଯାଇଛି। ଗଛଗୁଡ଼ିକର ଡାଳପତ୍ର ସଫା କରାଯାଇ ବିଦ୍ୟୁତ ତାରଗୁଡ଼ିକୁ ଅବରୋଧମୁକ୍ତ କରାଯାଇଛି। ସମସ୍ତ ସବ୍‌ଷ୍ଟେସନ୍‌ରେ ସୁରକ୍ଷା ଦୃଷ୍ଟିରୁ ତାରବାଡ଼ ଲଗାଯାଇଛି।

ରଥଯାତ୍ରା ସମୟରେ ବିଦ୍ୟୁତ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ୮୫ ଜଣ ଅଧିକାରୀଙ୍କ ସମେତ ୮୦୦ରୁ ଊଦ୍ଧ୍ୱର୍ ଟିପିସିଓଡିଏଲ୍‌ର କର୍ମଚାରୀ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିୟୋଜିତ ରହିବେ। ରଥଯାତ୍ରା ସମୟରେ ଆଲୋକୀକରଣକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ୨୧ଟି ଡିଜି ସେଟ୍‌ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଏବଂ ପରିକ୍ରମା ପ୍ରକଳ୍ପର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟାପକ ଏଲ୍‌ଇଡି ଲାଇଟ୍‌ର ବ୍ୟବସ୍ଥା କରାଯିବା ସହ ଗୁଣ୍ଡିଚା ଯାତ୍ରାଠାରୁ ବାହୁଡ଼ାଯାତ୍ରା, ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଏଲ୍‌ଇଡି ଲାଇଟ୍‌ ବଳବତ୍ତର ରହିବ।

ସମସ୍ତ ପାର୍କିଂ ସ୍ଥାନ, ଶ୍ରୀଜଗନ୍ନାଥ ଓ ମାଉସୀମା ମନ୍ଦିର ଏବଂ ଅନ୍ୟ ଜନଗହଳି ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବ। କୌଣସି ବୈଦ୍ୟୁତିକ ଦୁର୍ଘଟଣାକୁ ଆଖି ଆଗରେ ରଖି ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର, ହାଇଡ୍ରା, କ୍ରେନ୍‌ ଏବଂ ପର୍ଯ୍ୟାପ୍ତ ଇନ୍ଧନ ଆଦି ଗଚ୍ଛିତ ରଖାଯିବ। ସେହିପରି ଟିପିସିଓଡିଏଲ୍‌ ପକ୍ଷରୁ ଦୁଇଗୋଟି ଆମ୍ବୁଲାନ୍ସ ସହିତ ଡାକ୍ତରୀ ଦଳ ନିୟୋଜିତ ରହିବେ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ ସମନ୍ୱୟ ରକ୍ଷାପୂର୍ବକ ଏହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ଶକ୍ତି ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଟିପିସିଓଡିଏଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

RathYatra2024 କେ ଭି ସିଂହଦେଓ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Latest News

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.