Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେତେବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ଯାଚିକି ଦେଇଥିଲ, ଏବେ ସେମାନେ ମମତା ମହାନ୍ତଙ୍କୁ ଭିଡିକି ନେଲେ…
ବିଶେଷ ଖବର

ସେତେବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ଯାଚିକି ଦେଇଥିଲ, ଏବେ ସେମାନେ ମମତା ମହାନ୍ତଙ୍କୁ ଭିଡିକି ନେଲେ…

August 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେତେବେଳେ ଅଶ୍ବିନୀ ବୈଷ୍ଣବଙ୍କୁ ଯାଚିକି ଦେଲ, ଏବେ ସେମାନେ ମମତା ମହାନ୍ତଙ୍କୁ ଭିଡିକି ନେଲେ...

ଭୁବନେଶ୍ବର: ବିଜେପିରୁ ମମତା ମହାନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ହେବାର ଥିଲା। କାରଣ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଆଉ ତାଙ୍କର ସଂଖ୍ୟା ମଧ୍ୟ ଥିଲା। ସେ ବିଜେଡିରୁ ଇସ୍ତଫା ଦେଲେ ବିଜେପିରେ ମିଶିଲେ ଆଉ ସେ ତାଙ୍କର ସେହି ରାଜ୍ୟସଭା ପଦକୁ ବଜାଇ ରଖିଲେ। କେବେଳ ପରିବର୍ତ୍ତନ ହେଲା ଦଳ। ମମତାଙ୍କ ଏପରି ୟୁଟର୍ଣ୍ଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି।

ତେବେ ମମତା ଯେ ହଠାତ ବିଜେଡି ଆଉ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ତାହା କେବେ ହୋଇ ନ ଥିବ। ଏହା କେବେ ବି ଦିନେ ଦୁଇ ଦିନର କଥା ହୋଇ ନ ଥିବ। ନିଶ୍ଚିତ ଭାବେ କେନ୍ଦ୍ରୀୟ ବିଜେପି ନେତାମାନେ ମମତାଙ୍କ ସହିତ ପୂର୍ବରୁ କଥା ହୋଇ ତାଙ୍କୁ ବୁଝାଇ ସୁଝାଇ ଏହିପରି ଏକ ବଡ ପଦକ୍ଷେପ ନେବା ପାଇଁ ରାଜି କରାଇଥିବେ।ତେଣୁ ଏଥିରେ ନିଃସନ୍ଦେହରେ କୁହାଯିବ ଯେ, ବିଜେପି ଗୋଟିଏ ରାଜ୍ୟସଭା ଆସନ ବିଜେଡି ହାତରୁ କଳେବଳେ କୌଶଳେ ଭିଡିକି ବା ଛଡେଇକି ନେଇଗଲା।

ବର୍ତ୍ତମାନ ମମତା ମହାନ୍ତ ଜିତିବା ପରେ ଅଶ୍ବିନୀ ବୈଷ୍ଣବଙ୍କ କଥା ନିଶ୍ଚିତ ଚିନ୍ତା କରିବାର ଆବଶ୍ୟକ ରହିଛି। କାରଣ ସେହି ଅଶ୍ବିନୀ ବୈଷ୍ଣବ ଯିଏ କି ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ଦୁଇଥର ତାଙ୍କୁ ଅଯାଚିତ ସମର୍ଥନ ପ୍ରଦାନ କରିଛି।

2019 ମସିହାରେ ପ୍ରଥମେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରି  ରାଜ୍ୟସଭାକୁ ପଠାଇଥିଲା। ସେତେବେଳେ ସାରା ରାଜ୍ୟରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ସେତିକି ନୁହେଁ, ବିଜେଡିର ଏପରି କାର୍ଯ୍ୟକୁ ନେଇ ସମସ୍ତେ ସନ୍ଦେହ ଚକ୍ଷୁରେ ମଧ୍ୟ ଦେଖିଲେ। ହେଲେ ବିଜେଡି କହିଲା ରାଜ୍ୟର ବୃହତର ସ୍ବାର୍ଥ ପାଇଁ ତାଙ୍କୁ ସମର୍ଥନ କରାଗଲା। କିନ୍ତୁ ପ୍ରକୃତ କଥା ଥିଲା କେନ୍ଦ୍ରୀୟ ଚାପରେ ବିଜେଡି ବଙ୍କା ହୋଇ ଅଶ୍ବିନୀଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା।

ଏହାପରେ ପୁଣି 2024 ରେ ସେହି ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇଲା। ଏହା ଥିଲା ରାଜ୍ୟ ରାଜନୀତିରେ ଏକ ବଡ ଆଶ୍ଚର୍ଯ୍ୟ ଘଟଣା। କାରଣ ଓଡିଶାର ବିଧାନସଭା ନିର୍ବାଚନକୁ ଆଉ ମାସେ ଦୁଇ ମାସ ବାକି ଥିବା ବେଳେ ଜଣେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇବା କେହି ବିଶ୍ବାସ କରିପାରୁ ନ ଥିଲେ। ନିର୍ବାଚନ ସମୟରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଦଳ ଉପରେ ଏକ କୁପ୍ରଭାବ ପଡିଲା।

ବିଜେଡି ଭଲ ଭାବରେ ବିଜେପିର ରାଜନୈତିକ ରଣନୀତି ସଂପର୍କରେ ଜାଣିଥିଲେ ମଧ୍ୟ କାହିଁକି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରାଗଲା ତାହାର ରହସ୍ୟ ଏ ପର୍ଯ୍ୟନ୍ତ କେହି ବୁଝିପାରୁ ନାହାଁନ୍ତି। ଶକ୍ତିଶାଳି ଶାସକ ବିଜେଡି ନିଜ କଟ୍ଟର ବିରୋଧୀ ବିଜେପି ଦଳ ପାଖରେ କାହିଁକି ଏପରି ଦୁର୍ବଳତା ପ୍ରକାଶ କଲା ତାହା ଓଡିଶା ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟ ଘଟଣା ହୋଇ ରହିଗଲା।

ପୂର୍ବର ବହୁ ଭୁଲ ନିଷ୍ପତି ପାଇଁ ବିଜେଡିକୁ ବର୍ତ୍ତମାନ ଭୋଗିବାକୁ ପଡୁଛି। ଏକଦା ବିଜେଡି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ନିଜର ପତିୟାରା ଜାହିର କରି ରହିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ହେଲା ଯେ, ତାଙ୍କର ସେ ସବୁ ପତିୟାରା ଛିଣ୍ଡି ଖିନଭିନ ହୋଇଗଲା। ବର୍ତ୍ତମାନ ରାଜ୍ୟସଭାରେ ଯାହା କିଛି ବିଜେଡିର ପତିୟାରା ରହିଛି ତାହାକୁ ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୟ ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି। କେତେବେଳେ କଣ ହେବ କିଛି କହି ହେବ ନାହିଁ।

ଅଶ୍ବିନୀ ବୈଷ୍ଣବ ମମତା ମହାନ୍ତ ରାଜ୍ୟସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026
Latest News

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026

ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.