Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ କଂଗ୍ରେସର ପ୍ରଦର୍ଶନ ବହୁତ ଭଲ, କିନ୍ତୁ ଏହା ଶାଳୀନତାର ସୀମା ଭିତରେ ରହିବା ଉଚିତ !
ବିଶେଷ ଖବର

ବିଧାନସଭାରେ କଂଗ୍ରେସର ପ୍ରଦର୍ଶନ ବହୁତ ଭଲ, କିନ୍ତୁ ଏହା ଶାଳୀନତାର ସୀମା ଭିତରେ ରହିବା ଉଚିତ !

July 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?
ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ଏକ ଉତ୍ତର ମିଳୁନଥିବା ପ୍ରଶ୍ନ - ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା କିଏ?

କେଦାର ମିଶ୍ର 

ଓଡିଶା ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୈତିକ ସମୀକରଣ ବିଚିତ୍ର ଢଙ୍ଗରେ ବଦଳିବା ଆରମ୍ଭ କରିଛି। ନିର୍ବାଚନ ସମୟରେ ବିଜେଡି ଓ ବିଜେପି ଭିତରେ ଯେଉଁ ତିକ୍ତତା ଦେଖିବାକୁ ମିଳୁଥିଲା, ହଠାତ ସେଥିରେ ମଧୁର ଭାବ ପ୍ରବେଶ କରିଛି। ରାଜନୈତିକ ପରିସ୍ଥିତି ଓ ପରିବେଶ ଏତେ ତୀବ୍ର ଗତିରେ ବଦଳିଛି ଯେ ଶାସକ ଓ ବିରୋଧୀ ଉଭୟ ଶିବିରରେ ଏକପ୍ରକାର ଦ୍ଵନ୍ଦ୍ଵ ଲାଗି ରହିଛି। ବାସ୍ତବରେ ଶାସକ ଓ ବିରୋଧୀଙ୍କର ଏପ୍ରକାର ମଧୁଚନ୍ଦ୍ରିକା କାହାର କଳ୍ପନାରେ ମଧ୍ୟ ନଥିଲା। ବିଧାନସଭାରେ ଶାସକ ଦଳ ପଛକୁ ସର୍ବାଧିକ ୨୩ଟି ଆସନ ପାଇ ବିଜେପି ମୁଖ୍ୟ ବିରୋଧୀ ଦଳର ଭୂମିକା ନେବାର ସୁଯୋଗ ପାଇଥିଲେ ମଧ୍ୟ, ତାକୁ ତୁଲାଇବାରେ ଦଳ ବିଫଳ ହୋଇଛି। ତାହାର ଏକମାତ୍ର କାରଣ ହେଉଛି କେନ୍ଦ୍ରୀୟ ବିଜେପି ନେତୃତ୍ବର ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରବଳ ଅନୁରାଗ। ଇତିମଧ୍ୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଥର ନବୀନଙ୍କୁ ଭୂୟସୀ ପ୍ରଶଂସା କଲେଣି। ରାଜ୍ୟ ବିଜେପି ଫନି ବାତ୍ୟା ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଜାପାନରେ ନବୀନ ସରକାରର ପ୍ରବଳ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅପ୍ରତ୍ୟାଶ୍ୟିତ ପ୍ରଶଂସା ପରେ ରାଜ୍ୟ ବିଜେପି କି ପ୍ରକାର ବିରୋଧ କରିବ, ବୁଝି ପାରୁନାହିଁ।

ବିଜେପିର ଏହି ମାନସିକ ଦ୍ଵନ୍ଦ୍ଵରୁ କଂଗ୍ରେସ ବିଧାୟକ ଦଳକୁ ଢେର ଲାଭ ମିଳିଛି। ବିଧାନସଭାର ପ୍ରଥମ ଅଧିବେଶନରୁ କଂଗ୍ରେସ ନିଜକୁ ବାସ୍ତବ ବିରୋଧୀ ଦଳ ଭାବରେ ପ୍ରମାଣିତ କରି ଆସୁଛି। ରାଜ୍ୟସଭା ନିର୍ବାଚନରେ ବିଜେଡି-ବିଜେପି ବୁଝାମଣାର ସୁଯୋଗ ନେଇ କଂଗ୍ରେସର ଅଭିଜ୍ଞ ବିଧାୟକମାନେ ଗୃହ ଭିତରେ ନିଜକୁ ଜାହିର କରିବାର ଏକ ସୁନ୍ଦର ସୁଯୋଗ ପାଇ ତାର ସଦୁପଯୋଗ କରୁଛନ୍ତି। କଂଗ୍ରେସର ୯ ଜଣ ମାତ୍ର ବିଧାୟକ ଥିଲେ ମଧ୍ୟ, ସେମାନଙ୍କ ମଧ୍ୟରୁ ୬ ଜଣ ପୁରୁଣା ଓ ଅଭିଜ୍ଞ ବିଧାୟକ। ସେମାନଙ୍କ ଭିତରେ ନରସିଂହ ମିଶ୍ରଙ୍କ ଭଳି ଆଇନ ବିଶାରଦ ମଧ୍ୟ ଅଛନ୍ତି। ବିଜେପିରେ ୨୩ ବିଧାୟକଙ୍କ ଭିତରୁ ମାତ୍ର ୪ ଜଣ ପୁରୁଣା ଓ ବାକି ସମସ୍ତେ ନୂଆ। ଅଭିଜ୍ଞତା ଦୃଷ୍ଟିରୁ କଂଗ୍ରେସ ବିଧାୟକମାନେ ଗୃହରେ ନିଜର ପ୍ରଭାବ ବିସ୍ତାର କରିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି। ବିଜେପିର ସ୍ଥାଣୁତା ଓ ଅନଭିଜ୍ଞତା କଂଗ୍ରେସ ଲାଗି ଭଲ ଅବସର ସୃଷ୍ଟି କରିଛି। ହେଲେ ବିରୋଧ କରିବା ଲାଗି ବିରୋଧ ଓ ପ୍ରତିକଥାରେ ହୋ ହଲ୍ଲା କରିବାର ପ୍ରବଣତା କଂଗ୍ରେସକୁ ଲୋକଙ୍କ ଆଖିରେ ଯେମିତି ନିନ୍ଦିତ ନ କରେ, ସେ କଥା ଦେଖିବା ବିଧାୟକ ଦଳ ନେତାଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।

ଗତକାଲି ଗୃହ ଭିତରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରୁଥିଲେ, ତାହା ଅନେକାଂଶରେ ସଚେତନ ନାଗରିକଙ୍କ ନାପସନ୍ଦ ହେବା ସ୍ଵାଭାବିକ। ବିରୋଧ ପ୍ରଦର୍ଶନ କରିବାର ଅଧିକାର ବିରୋଧୀଙ୍କର ରହିଛି। ହେଲେ ବିରୋଧ ପ୍ରଦର୍ଶନର ଶାଳୀନତା ରହିବା ମଧ୍ୟ ଜରୁରୀ। ପ୍ରତି କଥାରେ ବାଚସ୍ପତିଙ୍କ ମାଇକ ଟାଣିବା, ପୋଡିୟମ ଉପରକୁ ଉଠିଯିବା, ବାଚସ୍ପତିଙ୍କ ସହ ଅଯଥା ଯୁକ୍ତି ତର୍କ କରିବାର କୌଣସି ସକାରାତ୍ମକ ପ୍ରଭାବ ପଡିବ ନାହିଁ। ପ୍ରସଙ୍ଗକୁ ଯୁକ୍ତିନିଷ୍ଠ ଭାବରେ ଉପସ୍ଥାପନ କରିବା ଓ ବୈଧାନିକ ପ୍ରସ୍ତାବ ଜରିଆରେ ସରକାରଙ୍କୁ ଅସୁବିଧାରେ ପକାଇବା ଭଳି  ଦକ୍ଷତା କଂଗ୍ରେସ ବିଧାୟକମାନଙ୍କର ରହିଛି। ତାହା ନ କରି ତାରା ପ୍ରସାଦ ବାହିନୀପତିଙ୍କ ପାରମ୍ପରିକ ହୋ ହଲ୍ଲା ମଡେଲ ଉପରେ ନିର୍ଭର କରି କଂଗ୍ରେସ ବିଶେଷ ଲାଭ ପାଇବ ନାହିଁ।

ଯଦିଓ ବିଧାନସଭା ଓ ଲୋକସଭାରେ ହୋ ହଲ୍ଲାର ଏକ ଭିନ୍ନ ରାଜନୈତିକ ଉଦ୍ଦେଶ୍ୟ ରହିଥାଏ, ତଥାପି ଏହା ଶେଷତମ ପଦକ୍ଷେପ ହେବା ଉଚିତ। ବିଧାୟକ ଦଳର ମର୍ଯ୍ୟଦାବୋଧ ଉପରେ କଂଗ୍ରେସର ଭବିଷ୍ୟତ ଯେ ନିର୍ଭରଶୀଳ ଏକଥା କଂଗ୍ରେସ ବିଧାୟକମାନେ ବୁଝିବା ଦରକାର। ତାରାପ୍ରସାଦ ମଡ଼େଲର ଅନ୍ୟ ଏକ ଆତ୍ମଘାତି ଦିଗ ମଧ୍ୟ ରହିଛି। ଆପଣ ହୁଏତ ନିଜ ଆଚରଣ ଦ୍ଵାରା ଗଣମାଧ୍ୟମର ଦ୍ରୁଷ୍ଟି ଆକର୍ଷଣ କରୁଥାଇ ପାରନ୍ତି, ହେଲେ ଏହାକୁ ଆଜିର ସଚେତନ ନାଗରିକମାନେ ଗମ୍ଭୀରତାର ସହିତ ନେବେନାହିଁ।  “ନୁଇସେନ୍ସ ଭାଲ୍ୟୁ” ସବୁବେଳେ ଲାଭଦାୟକ ହୁଏ ନାହିଁ। ବିଧାନ ସଭା ଭିତରେ କଂଗ୍ରେସ ରଣନୀତିର ନାଭିକେନ୍ଦ୍ର ହେଉଛନ୍ତି ନରସିଂହ ମିଶ୍ର। କଂଗ୍ରେସ ବିଧାୟକ ଦଳର ନେତା ଉଠାଉଥିବା ପ୍ରସଙ୍ଗ ଉପରେ ଅଧିକ ଚର୍ଚ୍ଚା ପାଇଁ ଶାସକ ଦଳକୁ ବାଧ୍ୟ କରିବା ଲାଗି ବୈଧାନିକ ଚାପ ପ୍ରୟୋଗ କଂଗ୍ରେସର ସବୁଠୁ ଭଲ ରଣନୀତି ହେବ। ତାହା ନ କରି ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବା ତାଙ୍କ ଆଗରେ ଚିତ୍କାର କଲେ, ଲୋକେ ଏହାକୁ ଭିନ୍ନ ଭାବରେ ଗ୍ରହଣ କରିବାର ସମ୍ଭାବନା ଅଧିକ।

 

Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.