Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନୂଆ କ୍ବାଟର, ଯୁଦ୍ଧକାଳୀନ ଭିତିରେ ଚାଲିଛି କାମ,ସ୍ଥାନାନ୍ତରିତ ହେବ ଅଭିଯୋଗ ପ୍ରକୋଷ୍ଠ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନୂଆ କ୍ବାଟର, ଯୁଦ୍ଧକାଳୀନ ଭିତିରେ ଚାଲିଛି କାମ,ସ୍ଥାନାନ୍ତରିତ ହେବ ଅଭିଯୋଗ ପ୍ରକୋଷ୍ଠ

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନୂଆ କ୍ବାଟର, ଯୁଦ୍ଧକାଳୀନ ଭିତିରେ ଚାଲିଛି କାମ,ସ୍ଥାନାନ୍ତରିତ ହେବ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ବର: ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆ କ୍ବାଟର। ଜିଏ ବିଭାଗ ସୁପାରିଶ କରିବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଛନ୍ତି। ଫଳରେ ସେହି କ୍ବାଟରରେ ବର୍ତ୍ତମାନ ଯୁଦ୍ଧ କାଳିନ ଭିତିରେ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏଜି ଛକ ପାଖରେ ରହୁଛନ୍ତି। ହେଲେ ସେଠାରେ ସୁରକ୍ଷା ଦୃଷ୍ଟିରୁ ଠିକ ନ ଥିବାରୁ ଏବେ ନୂଆ କ୍ବାଟରକୁ ଆସିବେ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରାଜଭବନ ଏଜି ରାସ୍ତାରେ ଥିବା ଅଭିଯୋଗ ପ୍ରକୋଷ୍ଠକୁ ଲାଗି ରହିଥିବା କ୍ବାଟରକୁ ଯିବେ। ପୂର୍ବରୁ ଏହି କ୍ବାଟରରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ହେମାନନ୍ଦନ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଥିବା ବେଳେ ରହୁଥିଲେ। ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ବାସଭବନରେ ରହି ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କରିଦେଇଥିଲେ।

ସୂଚନା ଅନୁସାରେ ଅଭିଯୋଗ ପ୍ରକୋଷ୍ଠ ଭିତରେ ଥିବା କ୍ବାଟରକୁ ବର୍ତ୍ତମାନ ନୂଆ ରୂପ ଦିଆଯାଉଛି। ଏହି କ୍ବାଟରକୁ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ଦେଖିସାରିଲେଣି। ହେଲେ ଏହି କ୍ବାଟରର ମୁହଁ ରାଜଭବନ ଏଜି ରାସ୍ତାକୁ ନ କରି ଅଭିଯୋଗ ପ୍ରକୋଷ୍ଠ ରାସ୍ତା ଆଡକୁ କରାଯିବ। ବର୍ତ୍ତମାନ ଯେଉଁ ସ୍ଥାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଛି ତାହାର ରୂପ ବଦଳାଯାଇ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ଅଫିସ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଏହି କ୍ବାଟରଟି ପ୍ରାୟ ଚାରି ଏକ ଜମିରେ ପ୍ରତିଷ୍ଠା କରାଯାଇଛି। ସେହି ଭିତରେ ମୁଖ୍ୟମନ୍ତ୍ରୀଙ୍କ କ୍ବାଟର ସହିତ ଅତିଥି ଭବନ, ଅଭ୍ୟର୍ଥନା କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଘରୋଇ କର୍ମଚାରୀଙ୍କ କ୍ବାଟର ପ୍ରଭୃତି ନିର୍ମାଣ କରାଯିବ।

ବର୍ତ୍ତମାନ ଏହି କ୍ବାଟରରେ ଥିବା ପୁରୁଣା ଟାଇଲ ବଦଳାଯାଇ ନୂଆ ଟାଇଲ ପଡିବା ସହିତ ନୂଆ ରଂଗ ଦିଆଯିବ। ଏଥିପାଇଁ ଟେଣ୍ଡର ପକ୍ରିୟା ଶେଷ ହେବା ସହିତ କାମ ଆରମ୍ଭ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହାର ପାଚେରୀକୁ ଆହୁରି ଉଚ୍ଚା କରାଯିବ। ସେଠାରେ ପୋଲିସ ପୋଷ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। କ୍ବାଟର ଭିତରେ ବାରଟି ସିଙ୍ଗିଲ ଘର ନିର୍ମାଣ କରାଯିବ। ସେଠାରେ ସୁରକ୍ଷା ଅଧିକାରୀ ରହିବାର ବ୍ୟବସ୍ଥା କରାଯିବ।

ବର୍ତ୍ତମାନ ଅଭିଯୋଗ ପ୍ରକୋଷ୍ଠ ପାଖରେ ଥିବା ଅନ୍ୟ ଏକ କ୍ବାଟରକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026
Latest News

ସେପ୍ଟେମ୍ବର ୧୧ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଛୁଟି ଯୋଗୁଁ ବାଧାପ୍ରାପ୍ତ ହେବ ସେବା

September 10, 2026

ଡବ୍ଲୁଏଚ୍ଓର ନିଜ ପଦବୀରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ ସାଇମା: ଜାଣନ୍ତୁ କାରଣ

September 10, 2026

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.