Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଯୋଜନାର ନାମ ବଦଳାଇପାରିବେ, ଇତିହାସ ନୁହେଁ’: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ବିଶେଷ ଖବର

‘ଯୋଜନାର ନାମ ବଦଳାଇପାରିବେ, ଇତିହାସ ନୁହେଁ’: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

October 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ସେ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଜନସଭାକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ନିର୍ବାଚନର ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୂରା କରି ପାରୁନାହାନ୍ତି। ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ। ଓଡ଼ିଶାରେ ମହିଳାମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି। ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଆମେ ସରକାରରେ ନଥିଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବୁ।”

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ରାଜ୍ୟର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ଅନେକ ଯୋଜନାର ନାମ ବଦଳାଇ ଦେଇଛନ୍ତି। ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ। ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି। ଆଜି ବି ବିଜେଡି ସମସ୍ତଙ୍କ ହୃଦୟରେ ରହିଛି।”

ନବୀନ କହିଛନ୍ତି ଯେ, ”୨୦୦୦ ମସିହା ସମୟରେ ଓଡ଼ିଶାର ଦ୍ରାରିଦ୍ର୍ୟ ହାର ୭୦ ପ୍ରତିଶତ ଥିଲା କିନ୍ତୁ ଆଜି ଏହା ୧୦ ପ୍ରତିଶତକୁ ଖସିଆସିଛି। ରାଜ୍ୟର ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି। ବିଜେଡି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି।”

ପୂର୍ବତନ ମୁଖ୍ୟମନ୍ତ୍ରୀ କଇଛନ୍ତି ଯେ, ରାଜ୍ୟ ସରକାରକୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ କେତେ ଜଣ ୩୦୦ ୟୁନିଟ୍ ମାଗଣା ବିଜୁଳୀ ପାଉଛନ୍ତି ଓ କେତେ ଜଣ ମହିଳା ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପାଇଲେଛନ୍ତି?”

ଉଲେଖା ଯୋଗ୍ୟ ଯେ, ବିଜେଡିର ଜନସମ୍ପର୍କ ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ୍‌ ତଥା ପୌରାଞ୍ଚଳରେ ପଦଯାତ୍ରାର ଆୟୋଜନ କରିବ। ଏଥିରେ ବିଜେଡି ସରକାର ସମୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି।

ଜନସମ୍ପର୍କ ପଦଯାତ୍ରା ନବୀନ ପଟ୍ଟନାୟକ ବିଜେଡି ବିଜେଡ଼ି ସୁପ୍ରିମୋ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.