Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବରଙ୍ଗପୁର କଳା, ସାହିତ୍ୟ, ସଂସ୍କୃତିର ଉତ୍ସବ ‘ମଣ୍ଡେଇ ୨୦୨୪’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ
ବିଶେଷ ଖବର

ନବରଙ୍ଗପୁର କଳା, ସାହିତ୍ୟ, ସଂସ୍କୃତିର ଉତ୍ସବ ‘ମଣ୍ଡେଇ ୨୦୨୪’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ

December 9, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ନବରଙ୍ଗପୁର କଳା, ସାହିତ୍ୟ, ସଂସ୍କୃତିର ଉତ୍ସବ ‘ମଣ୍ଡେଇ ୨୦୨୪’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ

ଭୁବନେଶ୍ବର: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ ଗରିମାମୟ କରିଛି।

ଜନଜାତି ସଂପ୍ରଦାୟଙ୍କ କଳା, ସଂସ୍କୃତି ଓ ପରମ୍ପରା ଭିତରେ ଲୁଚି ରହିଥିବା ବାସ୍ତବତାକୁ ଲୋକଲୋଚନକୁ ଆଣୁଛି ଏହି ମହୋତ୍ସବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ‘ମଣ୍ଡେଇ ୨୦୨୪’ ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ୪୬୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୨୬୧ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ନବରଙ୍ଗପୁର ହିର୍ଲି ମଣ୍ଡେଇ ପଡିଆରେ ତିନି ଦିନ ଧରି ଆୟୋଜିତ ହେଉଥିବା ‘ମଣ୍ଡେଇ ୨୦୨୪’ ଉଦ୍‌ଯାପନୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନବରଙ୍ଗପୁର ମାଟି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନର ପୀଠ।

ନବରଙ୍ଗପୁରର ଐତିହ୍ୟ, ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ଶୋଭାରାଜି, ଲୋକ ସଂସ୍କୃତି, ଲୋକକଳା, ହସ୍ତଶିଳ୍ପ ଓ ଜିଲ୍ଲାର ବିକାଶର ଚିତ୍ରକୁ ପ୍ରତିଫଳିତ କରିବା ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଠ ମଞ୍ଚ। ମଣ୍ଡେଇ ମହୋତ୍ସବ ପାଇଁ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜିଲ୍ଲା ପାଇଁ ଏହା ହେଉଛି ସାମାଜିକ ବନ୍ଧୁ ମିଳନ, ଭାବର ଆଦାନ ପ୍ରଦାନ ଓ ମାନବୀୟ ସଂସ୍କୃତିର ଏକ ବର୍ଣ୍ଣାଢ୍ୟ ଲୋକ ମହୋତ୍ସବ। ଜିଲ୍ଲାର ଐତିହାସିକ ଦର୍ଶନୀୟ ସ୍ଥାନ ଗୁଡିକ ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ସମୃଦ୍ଧ କରିଛି। ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆମ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି।

ସେ ପୁଣି କହିଥିଲେ ଯେ, ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ଜୀବନଜୀବିକା କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାଏ। ଜିଲ୍ଲାର ଚାଷୀଭାଇମାନେ ଉନ୍ନତ ମାନର ମକା, ଧାନ, ମାଣ୍ଡିଆ ଏବଂ ପନିପରିବା ଆଦି ଚାଷ କରି ଅନ୍ୟ ଜିଲ୍ଲା ତଥା ରାଜ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ରାଜ୍ୟରେ ଚାଷୀମାନଙ୍କ କଲ୍ୟାଣ ପାଇଁ ଆମ ନୂଆ ସରକାର ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି। ଆଜି ସେହି ପ୍ରତିଶ୍ରୁତି ପୂରଣ ହୋଇଛି। ଏଣିକି ରାଜ୍ୟରେ ଚାଷୀଭାଇମାନେ ଧାନର କୁଇଣ୍ଟାଲ ପିଛା କ୍ରୟମୂଲ୍ୟ ୩୧୦୦ ଟଙ୍କା ପାଇବେ।

ଜନଜାତି କଲ୍ୟାଣ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ସଂପ୍ରଦାୟଙ୍କ ଉନ୍ନତିକୁ ଆମ ଡବଲ ଇଞ୍ଜିନ ସରକାର ପ୍ରାଧାନ୍ୟ ଦେଉଛନ୍ତି। ନିକଟରେ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଅବସରରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ’ ଯୋଜନା ଅଧିନରେ ଅନେକ ଗୁଡିଏ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସଂପ୍ରଦାୟଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା। ଓଡିଶାର ୨୭ଟି ଜିଲ୍ଲାର ୭୬୬୭ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଜନଜାତି ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସଶକ୍ତ କରାଯାଇଛି।

ଏହି ଆଇନ ବଳରେ ନବରଙ୍ଗପୁର ଜିଲ୍ଲାରେ ଅଦ୍ୟାବଧି ୪୪,୫୯୨ ଟି ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ଓ ୬୦ଟି ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ।

ରାଜ୍ୟର ମା’ ଓ ଭଉଣୀମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଓ ସେମାନଙ୍କ ସାମାଜିକ ସମ୍ମାନ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ନବରଙ୍ଗପୁର ଜିଲ୍ଲାର ୨,୪୦,୦୦୦ ମହିଳାଙ୍କୁ ସହାୟତା ରାଶି DBT ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାର ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଖୁବ୍ ଶୀଘ୍ର ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ ହେବ। ଏ ଜିଲ୍ଲାକୁ ଅତୀତରେ ବହୁତ ଅବହେଳା କରାଯାଇଛି। ବର୍ତ୍ତମାନ ସମୟ ଆସିଛି ଆମ ସମସ୍ତଙ୍କୁ ମିଳି ମିଶି ଆଗକୁ ନେବାକୁ ପଡିବ।

ଶେଷରେ ମୁଖ୍ୟମନ୍ତ୍ରୀ ଓଡିଶାର ସର୍ବୋପରି ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ଅବସରରେ ମଣ୍ଡେଇ ୨୦୨୪ ସ୍ମରଣିକା ଏବଂ କବିତା ସଂକଳନ ନବ ନିର୍ଝର ଅତିଥିମାନେ ଉନ୍ମୋଚନ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ନବରଙ୍ଗପୁର ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର । ଜିଲ୍ଲାବାସୀଙ୍କ ବହୁ ଦିନର ଦାବୀ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ନବରଙ୍ଗପୁରବାସୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ଆମ ସରକାର ପଦକ୍ଷେପ ନେବେ।

ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି ଏକ କରିଦେଇଛନ୍ତି।

ଜଗନ୍ନାଥ ସଂସ୍କୃତି ହେଉଛି ଆମ ପରିଚୟ। ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଓଡିଆ ଅସ୍ମିତାର ସୁରକ୍ଷା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି। ମା’ ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୮୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି। ଆଗାମୀ ଦିନରେ ଏକ କୋଟିରୁ ଉର୍ଦ୍ଧ୍ୱ ମହିଳା ଏଥିରେ ସାମିଲ ହେବେ । ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କରିଛନ୍ତି। ଦକ୍ଷିଣ ଓଡିଶାର ବିକାଶ କଥା ଆଜି ପର୍ଯ୍ୟନ୍ତ କେହି ଚିନ୍ତା କରିନଥିଲେ। ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଚିନ୍ତା କରିଛନ୍ତି।

କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତରା ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ରଖିଥିଲେ।

ଜିଲ୍ଲାପାଳ, ନବରଙ୍ଗପୁର ସ୍ୱାଗତ ଭାଷଣ ଦେଇଥିଲେ ।

ନବରଙ୍ଗପୁର ନବରଙ୍ଗପୁର ଉତ୍ସବ ମଣ୍ଡେଇ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.