Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମିଙ୍କ ବିଜେପିରେ ଯୋଗଦାନ
ବିଶେଷ ଖବର

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମିଙ୍କ ବିଜେପିରେ ଯୋଗଦାନ

December 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମିଙ୍କ ବିଜେପିରେ ଯୋଗଦାନ

ଆଠଗଡ଼: ଚଷା ଚାଷୀର ଅଞ୍ଚଳ ଆଠଗଡ଼ ଅପାର ସମ୍ଭାବନାରେ ପରିପୂର୍ଣ୍ଣ। ଏହି ମାଟି କେବେ ଇଂରେଜମାନଙ୍କୁ ଭ୍ରୁକ୍ଷେପ କରିନାହିଁ । ଅନ୍ୟାୟ ଅତ୍ୟାଚାର ଆଗରେ ମଥା ନୁଆଇଁ ନାହିଁ । କିଛି ଲୋକଙ୍କ କାରଣରୁ ଆଜି ଆଠଗଡ଼ର ବିକାଶ ହୋଇନାହିଁ । ମାତ୍ର ବିଜେପିର ଡବଲ ଇଞ୍ଜିନ ସରକାରରେ ଆଠଗଡ଼କୁ ଭୟମୁକ୍ତ ଓ ବିକଶିତ ଅଞ୍ଚଳ କରିବା ପାଇଁ ଆମେ କଟିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନେକ ସମର୍ଥକଙ୍କ ଦଳରେ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ଼ ଗଡଜାତ ଓ ସ୍ୱାଭିମାନୀ ଅଞ୍ଚଳ। ଆଠଗଡ ଓଡ଼ିଶାର ପ୍ରମୁଖ ପେଣ୍ଠସ୍ଥଳ । ଅନ୍ୟାୟ, ଅତ୍ୟାଚାରରେ ମୁଣ୍ଡ ନୁଆଉଁ ନଥିବା ଅଞ୍ଚଳ । ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ। ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ । ଏଠାରେ କିଛି ଲୋକ ଔଷଧ ବିକଳରେ ତାଟିଆ କମୁଡ଼ିଛନ୍ତି। ଡବଲ ଇଞ୍ଜିନର ସରକାର ଏହି ଅଞ୍ଚଳରେ ଲୋକଙ୍କୁ ନ୍ୟାୟ ଦେବା ସହ ବିକାଶ ପାଇଁ ପ୍ରତିବଦ୍ଧ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟାଙ୍କରୁ ଋଣ ଅଣାଯାଇ ଆଠଗଡ଼ରେ କେନାଲ ଖୋଳା ହେଲା। ଏହାଦ୍ୱାରା ଓଡ଼ିଶାର ଋଣ ଭାର ବଢିଲା କିନ୍ତୁ ଏହି ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ । ମହାନଦୀରେ ଆଜି ପାଣି ନଷ୍ଟ ହେଉଛି। କିନ୍ତୁ ଯଦି ସେହି ପାଣିକୁ ସୁବ୍ୟବସ୍ଥିତ ରାଯାଇପାରିବ ତେବେ ଆଠଗଡ ଚାଷୀ ବିଲରେ ସୁନା ଫଳିବ। ଡବଲ ଇଞ୍ଜିନ ସରକାରରେ ଆଠଗଡ଼ର ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନରେ କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡର କଳ୍ପନା ହୋଇଛି । ଏଥିପାଇଁ ପ୍ରାୟ ୬୦୦୦ କୋଟି ଟଙ୍କାର ଖର୍ଚ୍ଚ ହେବ। ଏହାର ଅଧିକ ଲାଭ ଆଠଗଡ ପାଇବ। ପୂର୍ବ ସରକାରଙ୍କ ଏଥିରେ ସହଯୋଗ ନଥିଲା। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ,ଏହି କାମରେ ପୂର୍ବ ସରକାର ଲାଗିଥିଲେ।

ମାତ୍ର ଉପରୋକ୍ତ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଆଠଗଡରେ ଚାଷ ଓ ଶିଳ୍ପାୟନ ବଢିବ। ଓଡ଼ିଶାର ସବୁଠୁ ବିକଶିତ ହେବ ଅଞ୍ଚଳ ହେବ ଖୋର୍ଦ୍ଧାରୁ ଆଠଗଡ। ଖୋର୍ଦ୍ଧା ସବ ଡିଭିଜନ, କଟକ ସଦର ସବ ଡିଭିଜନ, ଆଠଗଡ ସବ ଡିଭିଜନ, ଢେଙ୍କାନାଳ ସବ ଡିଭିଜନ, ବାଙ୍କୀ ସବ ଡିଭିଜନର ବିକାଶ ହେବ। ଆଠଗଡ଼ ସମେତ ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ କଂଗ୍ରେସ ଏବଂ ବିଜେଡି ଦଳର ନେତା, ଜନପ୍ରତିନିଧି ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଓ ବିକାଶଶୀଳ କାର୍ଯ୍ୟକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ସେ କହିଛନ୍ତି।

ଆଠଗଡ଼ ଧର୍ମେନ୍ଦ୍ର ପ୍ରଧାନ ବିଜେପି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.