Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭତ୍ତା ସରକାରୀ ଭିକ ବା ବଦାନ୍ୟତା ନୁହେଁ, ସମ୍ମାନର ସହ ବଂଚିବା ପାଇଁ ଏକ ଅଧିକାର
ବିଶେଷ ଖବର

ଭତ୍ତା ସରକାରୀ ଭିକ ବା ବଦାନ୍ୟତା ନୁହେଁ, ସମ୍ମାନର ସହ ବଂଚିବା ପାଇଁ ଏକ ଅଧିକାର

July 12, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ବିଜୟିନୀ ମହାନ୍ତି

୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାରେ ୯.୫ପ୍ରତିଶତ ଲୋକ ବୃଦ୍ଧାବସ୍ଥାରେ ରହିଛନ୍ତି, ଯାହାକି ଜାତୀୟ ସ୍ତରରେ ଥିବା ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ଠାରୁ ମଧ୍ୟ ଅଧିକ। ଦୁଃଖର ବିଷୟ ଯେ ସେଥିରୁ ପ୍ରାୟ ୬୦ପ୍ରତିଶତ ବୃଦ୍ଧ ବୃଦ୍ଧା ନିଜ ଘରମାନଙ୍କରେ ଦୟନୀୟ ଅବସ୍ଥାରେ ଅଛନ୍ତି। ସେଥିରୁ ଅଧିକାଂଶ ଲୋକ ଗାଁ ଗହଳିରେ ରୁହନ୍ତି। ଯଦିଓ ଭାରତ ସରକାର ଏବଂ ଓଡ଼ିଶା ସରକାର ମିଶି ସେମାନଙ୍କର ଜୀବନ ଧାରଣର ମାନକୁ  ଉନ୍ନତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ଦୀର୍ଘ ୧୦-୧୫ବର୍ଷ ହେଲା କାର୍ଯ୍ୟକାରୀ କରାଇ ଆସିଛନ୍ତି। ତଥାପି ଦାରିଦ୍ର‌୍ୟ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସେମାନଙ୍କ ଅବସ୍ଥାରେ ସୁଧାର ଆଣିବାରେ  ବାଧକ ସାଜୁଛି। ଓଡ଼ିଶାରେ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଚାଲୁଥିବା ୪ଗୋଟି ଯୋଜନା ଯଥା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନ୍ସନ୍, ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନ୍ସନ୍ ଏବଂ ରାଜ୍ୟ ମଧୁବାବୁ ପେନ୍ସନ୍ ଯୋଜନା ଦ୍ୱାରା ଅନେକ ଦରିଦ୍ର ପରିବାର ଏବଂ ବିଶେଷ ବର୍ଗର ଲୋକମାନେ ଉପକୃତ ହେଉଛନ୍ତି। ରାଜ୍ୟରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନାରେ ୪୨ଲକ୍ଷ ୯୭ହଜାର ୨୫୪ଜଣ ହିତାଧିକାରୀ ଉପକୃତ ହେଉଥିଲାବେଳେ, ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସନ୍ ଯୋଜନାରେ ଆହୁରି ୨୨ଲକ୍ଷ ୮୫ହଜାର ୦୨୪ଜଣ ହିତାଧିକାରୀ ଉପକୃତ ହେଉଛନ୍ତି।

ଏହି ସମସ୍ତ ପେନ୍ସନ୍ ଯୋଜନା ପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ୭୮୮.୯୯ କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ରାଜ୍ୟ ସରକାର ୨୧୧୯.୬୬ କୋଟି ଟଙ୍କା କେବଳ ମଧୁବାବୁ ପେନ୍ସନ୍ ଯୋଜନା ପାଇଁ ମଞ୍ଜୁର କରିଛନ୍ତି। ଯାହାକି ଗତ ବର୍ଷ (୨୦୧୮-୧୯)ର ଆର୍ଥିକ ମଞ୍ଜୁରୀର ପ୍ରାୟ ତିନିଗୁଣ ଅଧିକ ଅଟେ। ଗତ ୫ବର୍ଷର ଆର୍ଥିକ ମଞ୍ଜୁରୀ ଦେଖିଲେ ଜଣାପଡ଼େ ଯେ ଅନେକ ଉତ୍ଥାନ ଓ ପତନ ହୋଇଅଛି। ଜାତୀୟ ବାର୍ଦ୍ଧକ୍ୟ ପେନ୍ସନ୍, ଭିନ୍ନକ୍ଷମ ପେନ୍ସନ୍ ଓ ବିଧବା ପେନ୍ସନ୍ ୨୦୧୬-୧୭ ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ଆବଂଟନ ବଢ଼ିଥିଲାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା କମିଥିବାର ଦେଖାଯାଇଛି, ଯାହାକି ରାଜ୍ୟ ପାଇଁ ସେତେଟା ସକରାତ୍ମକ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ଆର୍ଥିକ ଆବଂଟନ ଗତ ୫ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ବଢ଼ିଛି, ଯେହେତୁ ଏହି ରାଶି ଲୋକଙ୍କୁ ଗତବର୍ଷ ତୁଳନାରେ ଏବର୍ଷ କିଛିଟା ଅଧିକ ଦିଆଯାଉଛି, କିନ୍ତୁ ଜଣେ ହିତାଧିକାରୀ ପାଇଁ ଗୁଜୁରାଣ ମେଟାଂଇବା ଦୃଷ୍ଟିକୋଣରୁ ଏହି ରାଶିର ପରିମାଣ ଯଥେଷ୍ଟ ନୁହେଁ। ଏତଦ୍ ବ୍ୟତୀତ ଏହି ରାଶିକୁ ନିର୍ବାଚନର ଠିକ୍ ମାସକ ଆଗରୁ ନଦେଇ ଯଥେଷ୍ଟ ଆଗରୁ ଦିଆଯାଇ ପାରିଥାଆନ୍ତା। ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହାପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସେହିପରି ପ୍ରତ୍ୟେକ ୩ୟ ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କୁ ଶୀତଦିନରେ କମ୍ବଳ ପାଇଁ ପେନ୍ସନ୍ ସହିତ ଅତିରିକ୍ତ ସହାୟତାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ତରଫରୁ ଥିଲେ ମଧ୍ୟ ଏହା ପ୍ରତ୍ୟେକ ବର୍ଷ ହୋଇପାରିଲେ ହିତାଧିକାରୀମାନଙ୍କ ପାଇଁ ଏକ ବଡ଼ ସହାୟତା ହୋଇ ପାରନ୍ତା।

ଯଦିଓ ଓଡ଼ିଶା ସରକାର ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରୁ ସାମାଜିକ ସୁରକ୍ଷା ପେନ୍ସନ୍ ହିତାଧିକାରୀମାନଙ୍କୁ ୫୦୦ଟଙ୍କା (୬୦-୭୯ ବୟସର) ଓ ୭୦୦ଟଙ୍କା (୮୦ବର୍ଷରୁ ଉର୍ଦ୍ଧ୍ଵ) ମାସକୁ ମାସ ଦେଉଛନ୍ତି, କିନ୍ତୁ ବାର୍ଦ୍ଧକ୍ୟ/ବୟସ ଅବସ୍ଥାରେ ଜୀବନ ନିର୍ବାହ କରିବାକୁ ହେଲେ ଏତିକି ରାଶି ବହୁତ କମ୍ ଅଟେ। ଏହା ସର୍ବନିମ୍ନ ମଜୁରୀର ଅଧା ରାଶି ମଧ୍ୟ ନୁହେଁ। ଅନ୍ୟ ରାଜ୍ୟ ଯେପରିକି ଦିଲ୍ଲୀ, କେରଳ, ଓ ତାମିଲନାଡ଼ୁର ସରକାର ଓଡ଼ିଶା ସରକାରଙ୍କ ଠାରୁ ଦୁଇଗୁଣାରୁ ଅଧିକ ପେନ୍ସନ୍ ରାଶି ପ୍ରଦାନ କରୁଛନ୍ତି। ତେବେ ଓଡ଼ିଶା ସରକାର କାହିଁକି ସେହି ପରିମାଣର ରାଶି ଦେବା ପାଇଁ କୁଣ୍ଠିତ।

ଅନ୍ୟପକ୍ଷରେ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପେନ୍ସନ୍ କୁ ପାଖାପାଖି ସାର୍ବଜନୀନ କରିବା ପାଇଁ କହି ଆସୁଛନ୍ତି, କିନ୍ତୁ ଅନେକ ଯୋଗ୍ୟ ବ୍ୟକ୍ତି ଏଥିରୁ ବାଦ୍ ପଡ଼ିଥିବାର ଦେଖାଯାଉଛି, ଯାହାଦ୍ୱାରା ଅତ୍ୟନ୍ତ ବୟସ୍କ ଲୋକମାନେ ଖାଦ୍ୟ ଓ ଚିକିତ୍ସା ନପାଇ ଅନାହାରରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ଏପରି ଲୋକଙ୍କୁ ଚିହ୍ନଟ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉଚିତ।

ରାଜ୍ୟର ବିଭିନ୍ନ ଅଂଚଳ ବୁଲି ପେନ୍ସନ୍ ହିତାଧିକାରୀଙ୍କ ସହ ସାକ୍ଷାତ କରି ପ୍ରତ୍ୟକ୍ଷ ଆଲୋଚନାବେଳେ ଜଣାପଡ଼ିଛି ଯେ, ପେନ୍ସନ୍ ପଇସାର ପ୍ରାୟ ୫୦-୬୦ପ୍ରତିଶତ ସେମାନଙ୍କର ପରିବାରର ସ୍ୱାସ୍ଥ୍ୟ ବା ଚିକିତ୍ସାରେ ହିଁ ଖର୍ଚ୍ଚ ହୋଇଥାଏ। ଏତଦ୍ ବ୍ୟତୀତ ପାଖାପାଖି ୩୫-୪୦ପ୍ରତିଶତ ଖାଦ୍ୟ ଓ ୧୦-୧୫ପ୍ରତିଶତ କପଡ଼ା ଏବଂ ଯାତାୟତରେ ଖର୍ଚ୍ଚ ହୋଇଥାଏ। ବର୍ତମାନ ବଜାରରେ ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷର ଦରଦାମ ଏତେ ଅଧିକ ଯେ ସହରରେ ଥିବା ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ବା ପ୍ରାୟ ମାସିକ ୨୫-୩୦ହଜାର ଟଙ୍କା ଦରମା ପାଉଥିବା ଲୋକମାନେ ମଧ୍ୟ ଅନେକ ମାନସିକ ଚାପରେ ରହୁଛନ୍ତି। ଯଦି ତାଙ୍କ ସହ ତୁଳନା କରାଯାଏ ତେବେ ଗ୍ରାମାଂଚଳରେ ଥିବା ଗରିବ ଲୋକଙ୍କର ଜୀବନ ଅତ୍ୟନ୍ତ ଦୁଃଖଦାୟକ। ଏହିପରି ଅବସ୍ଥାରେ ସରକାର ଥରେ ଭାବିବା ଉଚିତ ଯେ ପେନ୍ସନ୍ ୫୦୦ଟଙ୍କା କିମ୍ବା ୭୦୦ଟଙ୍କା କ’ଣ ଗୋଟିଏ ଗରିବ ବ୍ୟକ୍ତିକୁ ଭଲ ଜୀବନଟିଏ ଦେଇ ପାରିବ। ଯୋଜନା କମିଶନଙ୍କ ଦ୍ୱାରା ଗଠିତ ରଙ୍ଗରାଜନ କମିଟି ୨୦୧୪ରେ ସୁପାରିସ୍ କରିଥିବା ତଥ୍ୟ ହିସାବରେ ଗ୍ରାମାଂଚଳରେ ରହୁଥିବା ଜଣେ ଲୋକ ପାଇଁ ଦିନକୁ ୩୨ଟଙ୍କା ହିସାବରେ ମାସକୁ ଅତି କମ୍ ରେ ୯୬୦ଟଙ୍କା ଆବଶ୍ୟକ ହୋଇଥାଏ। ସେହିପରି ସହରାଂଚଳରେ ରହୁଥିବା ଜଣେ ଲୋକ ଦିନକୁ ୪୭ଟଙ୍କା ଆବଶ୍ୟକ କଲେ ମାସକୁ ଅତି କମ୍ ରେ ୧୪୧୦ଟଙ୍କା ଆବଶ୍ୟକ କରିବ। ସରକାର କମିଟିର ଏହି ପ୍ରସ୍ତାବକୁ ମଧ୍ୟ ଅଣଦେଖା କରି ଆସୁଛନ୍ତି। ଯେଉଁ ପରିବାର ମୁଖିଆ ଭିନ୍ନକ୍ଷମ କିମ୍ବା ବୃଦ୍ଧ ହୋଇଥିବେ, ସେ ପରିବାରର ଦୁଃଖ କହିଲେ ନସରେ। ପରିବାରର ଏପରି ସ୍ଥିତିକୁ ଦେଖି ଘରେ ଥିବା ୧୮ବର୍ଷରୁ କମ୍ ପିଲାମାନେ ଗାଁ’ଛାଡ଼ି, ସ୍କୁଲ ଛାଡ଼ି ରୋଜଗାର ପାଇଁ ସହରାଭିମୁଖୀ ହେଉଛନ୍ତି ସତ, ସେଠି ମଧ୍ୟ ସେମାନଙ୍କର ସ୍ଥିତି ଆହୁରି ଖରାପ। ତେଣୁ ବୟସ୍କ ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କୁ ଅନାହାର ଜୀବନ ଏବଂ ମୃତ୍ୟୁର ପଂଝାରୁ ବଂଚାଇବାକୁ ହେଲେ ସରକାର ହିତାଧିକାରୀଙ୍କ ପେନ୍ସନ୍ ରାଶିକୁ କେତେ ବଢ଼ାଯିବା ଆବଶ୍ୟକ, ତାହା ରାଜ୍ୟ ସରକାର ଲୋକଙ୍କ ଆବଶ୍ୟକତାକୁ ଦେଖି ନିର୍ଦ୍ଧାରଣ କରିବା ଉଚିତ। କାଳିଆ, ପିଠା ଓ ବିଜୁ ଯୁବ ବାହିନୀ ପରି ନୂତନ ଯୋଜନା ସୃଷ୍ଟି କରି ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ବଦଳରେ ସରକାର ଯଦି ସାମାଜିକ ସୁରକ୍ଷା ପେନ୍ସନ୍ ଯୋଜନାକୁ ସୁଦୃଢ଼ କରିବେ, ତେବେ ରାଜ୍ୟରେ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିପାରିବ। ଯେହେତୁ ଏହା ସମାଜର ଦାରିଦ୍ର‌୍ୟ ନିରାକରଣ ପାଇଁ ଉଦ୍ଦିଷ୍ଟ ଏଥିରେ ରାଜନୀତିର କୌଣସି ଖେଳ କରାନଗଲେ ଭଲ ହେବ।

ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ
ଭୁବନେଶ୍ୱର, ଓଡ଼ିଶା ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026
Latest News

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.