Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତିରାଜ ଦିବସକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ, ପ୍ରଶ୍ନ ପରେ କଲେ ପ୍ରଶ୍ନ
ବିଶେଷ ଖବର

ପଞ୍ଚାୟତିରାଜ ଦିବସକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ, ପ୍ରଶ୍ନ ପରେ କଲେ ପ୍ରଶ୍ନ

March 5, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
naveen
ପଞ୍ଚାୟତିରାଜ ଦିବସକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ, ପ୍ରଶ୍ନ ପରେ କଲେ ପ୍ରଶ୍ନ

ଭୁବନେଶ୍ବର: ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପୁଳ ଉତ୍ସାହ ରେ ପାଳିତ ହୋଇ ଯାଇଛି। ଏ ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ,ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହାସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟେଲ୍ ମ୍ୟାନ ଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାର ଆସିବ,ଯିବ. କିନ୍ତୁ ବିଜୁ ବାବୁ ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଛନ୍ତି ଓ ରହିଥିବେ, ତାଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଛି ଓ କରୁଥିବଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଉଥିବ। ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାର ଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁର୍ଭାଗ୍ୟ ର କଥା। କ୍ଷମତାକୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ଜନ ପ୍ରତିକ୍ରିୟା ପରେ ନିଷ୍ପତ୍ତି ରୁ ଓହରିଲେ।

ଏଵେ ସେହିପରି ସାରା ରାଜ୍ୟ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଗତ ତିରିଶ ବର୍ଷ ହେଲା ୧୯୯୩ ରୁ ଓଡିଶା ବାସି ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦିବସ କୁ ଅନ୍ୟ ତାରିଖ କୁ ପରିବର୍ତ୍ତନ କରିବା ପଛରେ ରହସ୍ୟ କଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏହାର କଡା ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ସରକାର ଯୋଜନା ଓ ପୁରସ୍କାର ର ନାମ,ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ବିକୃତ କରିପାରନ୍ତି. ଉତ୍ସବ ତାରିଖ ବଦଳାଇ ପାରନ୍ତି, କିନ୍ତୁ ବିଜୁ ବାବୁ ଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବା କୁ ନେଇଯାଇ ପାରିବେ ନାହିଁ। ବିଜୁ ବାବୁ ଲୋକଙ୍କ ହୃଦୟ ରେ ଅଛନ୍ତି.ତାକୁ ଆପଣ ପରିବର୍ତ୍ତନ କରି ପାରିବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏସବୁ ଘଟଣା ବିଜୁ ବାବୁଙ୍କ ପ୍ରତି ଲୋକ ଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ଅଧିକ ନିବିଡ଼ କରିଛି ବୋଲି ସେ କହିଥିଲେ। ପୁରୀ ସ୍ୱର୍ଗଦ୍ୱାର ରୁ ବିଜୁ ବାବୁଙ୍କ ସମାଧି ହଟା ଯିବା ବିଷୟ ଉଲେଖ କରି ଶ୍ରୀ ପଟ୍ଟନାୟକ କହିଥଲେ ସ୍ୱର୍ଗଦ୍ୱାର ର ପୁନଃବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥଲେ। କାରଣ ଇଟା,ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ ,ବିଜୁ ବାବୁଙ୍କ ସ୍ଥାନ ଓଡିଶା ବାସୀଙ୍କ ହୃଦୟରେ ରହିଛି।

ପଂଚାୟତ୍ତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖ କୁ ଘୁଞ୍ଚାଇବା କୁ ନିନ୍ଦା କରି ଶ୍ରୀ ପଟ୍ଟନାୟକ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ..

1- ଏହା କଣ ବିଜୁ ବାବୁଙ୍କ ଲେଗସି କୁ ଲିଭାଇବାକୁ ଏକ ଉଦ୍ୟମ କି?

2- ତେବେ ଆପଣ କଣ ପାରାଦ୍ୱୀପ ବନ୍ଦର, NTPC, HAL, OUAT, NIT ରାଉରକେଲା କୁ ବନ୍ଦ କରିପାରିବେ?

3- ପଂଚାୟତ୍ତିରାଜ ଅନୁଷ୍ଠାନ ରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କଣ ଉଛେଦ କରିପାରିବେ?

4- ସ୍ୱାଧୀନତା ସଂଗ୍ରାମ ରେ ବିଜୁ ବାବୁଙ୍କ ଅବଦାନ କୁ ଆପଣ କଣ ଲିଭାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନାମ ପରିବର୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ। କେତେ ଯୋଜନା ରୁ ସରକାର ବିଜୁ ବାବୁଙ୍କ ନାମ ହଟାଇ ପାରିବେ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିବା ସହ ଏହା ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତି ର ପରିଚୟ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଦ ପଦବୀ ପାଇଁ ସେ ରାଜନୀତି କୁ ଆସି ନ ଥିଲେ । ଓଡିଶାର ବିକାଶ, ଓଡିଶାର ପୂର୍ବ ଗୌରବ ଓ ଓଡିଆ ସ୍ୱାଭିମାନ ପାଇଁ ତାଙ୍କ ପ୍ରତିଶୃତି ତାଙ୍କୁ ରାଜନୀତିକୁ ଆଣିଥିଲା । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନିସ୍କୋ କଳିଙ୍ଗ ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ ସୋପାନକୁ କୁ ନେଇଥିଲେ।

ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟ ସ୍ତର ର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ. ସେ ଥିଲେ ଦେଶ ର ଗର୍ବ। ତାଙ୍କ ଲେଗସି କୁ ଲିଭାଇବା ସହଜ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପଞ୍ଚାୟତ ବ୍ୟବସ୍ଥା କୁ କ ସଶକ୍ତ କରିବା ଏବଂ ସେଥିରେ ମା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । କ୍ଷମତା ର ବିକେନ୍ଦ୍ରିକରଣ ଉପରେ ସେ ଜୋର ଦେଉଥିଲେ । ସରପଞ୍ଚଙ୍କୁ ସେ ଗାଁର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ। ଏକ ସଶକ୍ତ ପଂଚାୟତ୍ତିରାଜ ବ୍ୟବସ୍ଥା ପାଇଁ ଏହା ଥିଲା ବିଜୁ ବାବୁଙ୍କ ପ୍ରତିବଦ୍ଧତା ର ନିଦର୍ଶନ ବୋଲି ଶ୍ରୀ ପଟ୍ଟନାୟକ କହିଥଲେ।

ବାସ୍ତବିକ ଏକସୁସ୍ଥ ପଞ୍ଚାୟତ ବ୍ୟବସ୍ଥା ହିଁ ଶକ୍ତିଶାଳୀ ଗଣତନ୍ତ୍ର ରେ ପରିଚୟ। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ୍‌ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ। ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଲୋକ ସେମାନଙ୍କୁ କେବେ ସଫଳ ହେବାକୁ ଦେବେ ନାହିଁ । କାରଣ ଇତିହାସ ହେଉଛି ସମୟର ଖୋଲା ପୁସ୍ତକ ଏବଂ ଭବିଷ୍ୟତ ସମସ୍ତଙ୍କ ମୂଲ୍ୟାୟନ ନିରପେକ୍ଷ ଭାବରେ କରିଥାଏ।

ବିଜୁବାବୁଙ୍କ ଅବର୍ତମାନରେ ମଧ୍ୟ ତାଙ୍କ ଅତୁଟ ଲୋକପ୍ରିୟତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ। ସରକାର ଆସିବ, ସରକାର ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।

Naveen Patnaik ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଦିବସ ବିଜୁ ଜୟନ୍ତି ବିଜୁ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

September 9, 2025

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025
Latest News

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.